Posted inଖେଳ

ସେପ୍ଟେମ୍ବରରେ ଆୟୋଜନ ହେବ ଇଟାଲିଆନ୍‌ ଓପନ୍‌

ମିଲାନ,୩୦।୫(ଏଏଫ୍‌ପି): ଆସନ୍ତା ସେପ୍ଟେମ୍ବରରେ ରୋମ୍‌ରେ ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ ହେବ। ଏହି ଏଟିପି ଓ ଡବ୍ଲ୍ୟୁଟିଏ ରୋମ କ୍ଲେ- କୋର୍ଟ ଟୁର୍ନାମେଣ୍ଟ ଆୟୋଜନ ନେଇ ଇଟାଲିଆନ ଟେନିସ ଫେଡେରେଶନ ଅଧ୍ୟକ୍ଷ ଆଞ୍ଜେଲୋ ବିନାଘି ସୂଚନା ଦେଇଛନ୍ତି।

ଚଳିତ ବର୍ଷର ସଂସ୍କରଣ ଫୋରୋ ଇଟାଲିକୋରେ ମେ ୧୧ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟକୁ ବାତିଲ କରାଯାଇଥିଲା। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତା’ହେଲେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ବିନାଘି ‘ସୁପର ଟେନିସ୍‌’କୁ ସାକ୍ଷାତକାର ଦେଇ କହିଛନ୍ତି। ଏଥିରେ ଟେନିସ ପ୍ରଶଂସକ ସାମିଲ ହେବା ନେଇ ଇଟାଲୀ କ୍ରୀଡ଼ାମନ୍ତ୍ରୀ ଭିନ୍‌ସେଞ୍ଜୋ ସ୍ପାଡଫୋରା ଆଲୋଚନା କରିବେ ବୋଲି ବିନାଘି କହିଛନ୍ତି। ଅବଶ୍ୟ ଏହି ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ସହ ଏକା ସମୟରେ ଆୟୋଜନ ହେବ। ରୋଲାଣ୍ଡ ଗ୍ରାରସ୍‌ରେ ଫ୍ରେଞ୍ଚ୍‌ ଓପନ୍‌ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ ହେବ। ଏହାର କ୍ୱାଲିଫାଇଂ ଟୁର୍ନାମେଣ୍ଟ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ

ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ...

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି...

କୋଭିଡ୍‌-୧୯ ଲଢ଼େଇ: ଧାଓ୍ବନ, ପୁରନ, ଉନାଡକଟଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୧।୫(ପି.ଟି.)-କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ଏବେ ଜଣକ ପରେ ଜଣେ କ୍ରିକେଟର ସାମିଲ ହେବାକୁ ଆଗକୁ ବାହରିଛନ୍ତି। ପଞ୍ଜାବ କିଙ୍ଗ୍ସ ତଥା ଓ୍ବେଷ୍ଟ ଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲା...

ଦୁଇ ମ୍ୟାଚ୍‌ର ଟିକେଟ ଶେଷ

ଡବ୍‌ଲିନ୍‌,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ର ଟିକେଟ ବିକ୍ରି ଶେଷ ହୋଇଯାଇଛି। ଡବଲିନ୍‌ର ଦ ଭିଲେଜ୍‌ସ୍ଥିତ ମାଲହିଡେ...

ଆଜି ପୁଣି ପଡ଼ିଆକୁ ଓହ୍ଲାଇବେ ସଚିନ-ସେହଓ୍ବାଗ୍‌-ଯୁବରାଜ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ଏହି ବିଶ୍ୱସ୍ତରୀୟ ସିରିଜ୍‌ର ମ୍ୟାଚ୍‌

ନୂଆଦିଲ୍ଲୀ,୫।୩: ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଭାରତର ପୂର୍ବ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ବାଗ, ଯୁବରାଜ ସିଂହ, ଜାହିର ଖାନ୍‌ ପ୍ରମୁଖ।...

ବିରାଟ କୋହଲିଙ୍କୁ ନେଇ ଚିନ୍ତାରେ ଭାରତୀୟ ଦଳ

ବିରାଟ କୋହଲି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଏକଦିବସୀୟ ଏବଂ ଟି -୨୦ ବ୍ୟତୀତ କୋହଲି ଟେଷ୍ଟ କ୍ରିକେଟର ଶ୍ରେଷ୍ଠ -୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ...

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୨।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ...

ପଦାର୍ପଣରେ ଲେଡି ସେହ୍ବାଗଙ୍କ ରେକର୍ଡ

ବ୍ରିଷ୍ଟଲ,୧୮ା୬: ଲେଡି ସେହ୍ବାଗ ଭାବେ ମହିଳା କ୍ରିକେଟରେ ଜଣାଶୁଣା ଟିମ୍‌ ଇଣ୍ଡିଆର ଓପନର ଶେଫାଳି ବର୍ମା ପଦାର୍ପଣ ଟେଷ୍ଟରେ ଇତିହାସ ରଚିଛନ୍ତି। ୧୭ ବର୍ଷୀୟା ବ୍ୟାଟ୍ସଓମେନ...

Advertisement
Archives

Model This Week