Posted inଜାତୀୟ

ସୁସ୍ଥ ହେଲେ ଦିଲ୍ଲୀର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୩: ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୨ରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋଭିଡ- ୧୯ରେ ପୀଡ଼ିତ ଥିବା ପ୍ରଥମେ ଚିହ୍ନଟ କରାଯାଇଥିଲା। ଏହାପରେ ତାଙ୍କୁ ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ମିଳିଛି। ଶନିବାର ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତି ଜଣକ ଫେବୃୟାରୀ ୨୨ରେ ଇଟାଲିରୁ ଫେରିଥିଲେ। ଏହାସହ ସେ ହୋଟେଲରେ ଏକ ଜନ୍ମଦିନ ଉତ୍ସବରେ ମଧ୍ୟ ବହୁ ଲୋକଙ୍କ ସହ ମିଳାମିଶା କରିଥିଲେ। ସେପର୍ଯ୍ୟନ୍ତ ସେ କରୋନା ଭାଇରସରେ ପୀଡିିତ ଥିବା ଜଣାପଡି ନ ଥିଲା। ମାର୍ଚ୍ଚ ୨ରେ ସେ କୋଭିଡ -୧୯ରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୦୫ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା କହିଥିଲା ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ହେଲେ ଏମାନଙ୍କ ମଧ୍ୟରୁ କେହି କୋଭିଡ -୧୯ରେ ପୀଡିତ ଥିବା ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ କଂଗ୍ରେସକୁ ବଡ଼ ଝଟ୍‌କା: ଆଉ ଜଣେ ବିଧାୟକ ଦେଲେ ଇସ୍ତଫା

ଗାନ୍ଧୀନଗର,୧୬।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁଜରାଟ କଂଗ୍ରେସର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହାସହିତ...

୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା...

ମୋଦିଙ୍କୁ ଭେଟିଲେ ୟେଦୁରପ୍ପା

ନୂଆଦିଲ୍ଲୀ,୧୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି। କର୍ନାଟକ ବନ୍ୟା କ୍ଷୟକ୍ଷତିକୁ ନେଇ ସେ ମୋଦିଙ୍କ ସହ ଆଲୋଚନା...

ଖିଲାପକାରୀ ଚାଷୀଙ୍କ ମୁହଁରେ ହସ: ପୁଣି ମିଳିବ ଫସଲ ଋଣ

ଜୟପୁର, ୧୨।୮: ଋଣ ଖିଲାପକାରୀ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ଋଣ ସୁଝି ନ ଥିବା ଚାଷୀଙ୍କୁ ପୁଣି ଫସଲ ବୀମା ଯୋଗାଇ ଦିଆଯିବ।...

୪ ଦିନ ପାଇଁ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୭ା୫: ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରମେଶ ଦେବକୀନନ୍ଦନ ଧନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଆସନ୍ତା ୩୦ରେ ୬୨ ବର୍ଷରେ ପଦାର୍ପଣ...

ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରୟାସ ଚାଲିଛି

ନୂଆଦିଲ୍ଲୀ,୭।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ୨୦ ମିନିଟ୍‌ ପାଇଁ ଏକ ଫ୍ଲାଏଓଭରରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି...

ଅନଶନ ପାଇଁ ଅଡି ବସିଲେ ସ୍ବାତୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଣ୍ଟା...

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ,...

Advertisement
Archives

Model This Week