ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। ଅଳ୍ପ ସାବଧାନତା ହିଁ ଆମ ଦାନ୍ତକୁ ସୁସ୍ଥ ରଖିଥାଏ।
-ଆଜିକାଲି ପିଲାଠାରୁ ବୟସ୍କ ସମସ୍ତଙ୍କର ପସନ୍ଦ କ୍ୟାଣ୍ଡି ଚକୋଲେଟ୍। ହେଲେ ଏଥିରେ ଥିବା ଅଠାଳିଆ ଅଂଶ ଦାନ୍ତରୁ ସହଜରେ ଛାଡି ନ ଥାଏ। ଫଳରେ ଏହାକୁ ବେଶୀ ମାତ୍ରାରେ ଖାଇଲେ କିଛିଦିନ ପରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ।
-ରିଫାଇନ୍ ମଇଦାରେ ପ୍ରସ୍ତୁତ ହ୍ବାଇଟ୍ ବ୍ରେଡ୍ ମଧ୍ୟ ଦାନ୍ତ ପାଇଁ ହାନିକାରକ। କାରଣ ଏହାକୁ ଖାଇଲେ ଏହା ଦାନ୍ତରେ ଅଠା ଭଳି ଲାଗିଯାଇଥାଏ। ଏହାସହ ଏଥିରେ ଥିବା ଅତ୍ୟଧିକ ପରିମାଣର କାର୍ବୋହାଇଡ୍ରେଟ୍ ଦାନ୍ତ ପାଇଁ ମଧ୍ୟ ହାନିକାରକ ହୋଇଥାଏ।
-କଫିରେ ରହିଛି ପ୍ରଚୁର ପରିମାଣରେ ଏସିଟିକ୍ ଗୁଣ। ଯାହା ମୁଖର ପିଏଚ୍ ସ୍ତରକୁ କମ୍ କରିଥାଏ। ଫଳରେ ଦାନ୍ତ ଦୁର୍ବଳ ହେବା ସହ ଏହା ମଧ୍ୟରେ କଣା ହୋଇଯାଇଥାଏ।
-କଫି ହେଉଛି ଏକ ଡାର୍କ ଡ୍ରିଙ୍କ। ତେଣୁ ଏହାକୁ ନିୟମିତ ପିଇଲେ ଏହାଦ୍ୱାରା ଦାନ୍ତ ଉପରେ ଏକ ପରଳ ଜମା ହୋଇଯାଇଥାଏ। ଫଳରେ କମ୍ଦିନ ମଧ୍ୟରେ ଦାନ୍ତ ନଷ୍ଟ ହୋଇଯାଇଥାଏ।
Posted inଜୀବନଚର୍ଯ୍ୟା View All

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ
”ଘରସଂସାର କରିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ରହିବା ଦରକାର। ଉଭୟେ ପରସ୍ପରକୁ ସହଯୋଗ କରିବା ସହ ପ୍ରତିଟି କଥାକୁ ଦୁହେଁ ମିଶି ସୁଚାରୁ...

ସ୍ବପ୍ନରେ ଟଙ୍କା ବର୍ଷା ହେବା ଦେଖିଲେ ଶୁଭ ନା ଅଶୁଭ, ଜାଣନ୍ତୁ ଏହାର ଅର୍ଥ କ’ଣ?
ଆଜି ଆମ ସମସ୍ତଙ୍କ ଜୀବନରେ ଟଙ୍କା ଏକ ବଡ଼ ଅଂଶ, ସେଥିପାଇଁ ସ୍ବପ୍ନରେ ଟଙ୍କା ଦେଖିବା ଏକ ବଡ଼ କଥା ନୁହେଁ। ଅନେକ ସମୟରେ ଆମର...

ଏସବୁ ରୋଗଠୁ ଦୂରେଇ ରଖେ ଅଙ୍ଗୁର
ଆଜିକାଲିର ବ୍ୟସ୍ତ ଜୀବନ ମଧ୍ୟରେ ଆମେ ଆବଶ୍ୟକ ମୁତାବକ ଶୋଇବା ନିହାତି ଦରକାର। ଯଦି ଭଲ ଭାବରେ ନିଦ ନ ହେଲା ତେବେ ତାହା କେତେକ...

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ କଲରା
କଲରାର ସ୍ବାଦ ପିତା ହେଲେ ମଧ୍ୟ ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଜଣେ ଡାଇବେଟିସ୍ ରୋଗୀ ପାଇଁ ଏହା ଆହୁରି ଲାଭପ୍ରଦ ସାବ୍ୟସ୍ତ...

ପ୍ରକୃତିର ଝାଡୁଦାର
ଏକ ରବିବାରର ମେଘୁଆ ସକାଳ। ମୁଁ ବାଲକୋନୀରେ ବସି ଖବରକାଗଜ ପଢ଼ିବା ସହିତ ଗରମ ଚା ଢୋକର ମଜା ନେଉଥିଲି ଓ ମୋ ପୁଅ ଓମ୍...

ଆଜିଠାରୁ ଏସବୁ ରାଶିର ଭଲ ଦିନ ଆରମ୍ଭ: ଚାକିରିରେ ପଦୋନ୍ନତି, ରହିବ ନାହିଁ ଟଙ୍କାପଇସାର ଅଭାବ…
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସୂର୍ଯ୍ୟଙ୍କୁ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିରେ ପ୍ରବେଶ କରିବାକୁ ପ୍ରାୟ ୧ ମାସ...

ପିଲା ଭୁଲ୍ କରୁଥିଲେ, କେମିତି ସମ୍ଭାଳିବେ: ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ଅଭିଭାବକଙ୍କ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱକୁ ଆକାର ଦେଇଥାଏ। ତେଣୁ ପିଲାଙ୍କର କୌଣସି ଭୁଲ୍ରେ ହଠାତ୍ ରାଗିଯାଇ ଗାଳିଦେବା କିମ୍ବା ମାଡ଼ ମାରିବା ପରିବର୍ତ୍ତେ ପ୍ରଥମେ ତାଙ୍କୁ...

ରାତିରେ ଖାଆନ୍ତୁନି ଏହି ଖାଦ୍ୟ: ନଚେତ୍ ହୋଇପାରେ ବଡ଼ ସମସ୍ୟା
ଫଳ: ଫଳରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା...
Archives
