ସୁସ୍ଥ ଅଛନ୍ତି ରସିଦ ଖାଁ

ଟଣ୍ଟନ,୯ା୬: ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାଁ ଏବେ ଫିଟ୍‌ ଅଛନ୍ତି। ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଲୋକି ଫର୍ଗୁସନଙ୍କ ଏକ ଶଟ୍‌ ପିଚ ବଲ ରସିଦଙ୍କ ହେଲମେଟରେ ବାଜିଥିଲା। ଏହାପରେ ସେ ମ୍ୟାଚ୍‌ରେ ଅଂଶଗ୍ରହଣ କରି ନ ଥିଲେ। ଏପରି କି ବୋଲିଂ କରିବାକୁ ମଧ୍ୟ ପଡ଼ିଆକୁ ଆସି ନ ଥିଲେ। ଫଳରେ ତାଙ୍କ ବିନା ଆଫଗାନିସ୍ତାନ ଦଳ ୧୭୩ ରନ୍‌ର ଟାର୍ଗେଟକୁ ଡିଫେଣ୍ଡ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ଏହା ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳର କ୍ରମାଗତ ୩ୟ ପରାଜୟ। ଦଳ ପୂର୍ବରୁ ମହମ୍ମଦ ଶହଜାଦଙ୍କୁ ଆହତ ସମସ୍ୟା ଯୋଗୁ ହରାଇ ସାରିଛି। ରସିଦ ଏବେ ଭଲ ଅନୁଭବ କରୁଛନ୍ତି। ୧୪୦ କିମି ବେଗରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା। ତାଙ୍କୁ ଟିମ୍‌ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବୋଲି ଦଳୀୟ ଅଧିନାୟକ ଗୁଲବଦିନ ନାଇବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଖେଳାଳିଙ୍କୁ ହତ୍ୟା କରିବା ଲାଗି ତାଙ୍କ ସ୍ତ୍ରୀ ଦେଇଥିଲେ ୯ କୋଟି ଟଙ୍କା ସୁପାରୀ

ନୂଆଦିଲ୍ଲୀ, ୧।୧୦: ପୂର୍ବରୁ ଅନେକ ଜଣାଶୁଣା ଖେଳାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଝଗଡ଼ାର...

ଭାରତ ‘ଏ’ ଦଳରେ ଓଡ଼ିଶାର ଦିବ୍ୟଦର୍ଶିନୀ

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ପ୍ରତିଭା ସମ୍ପନ୍ନ ମହିଳା କ୍ରିକେଟ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଓଡ଼ିଶା କ୍ରିକେଟ ପାଇଁ ଆଣିଛନ୍ତି ଏକ ଖୁସି ଖବର। ପୂର୍ବରୁ ଭାରତୀୟ...

ବ୍ରାଭୋଙ୍କ ଆହତ ସମସ୍ୟା ଯୋଗୁ ଚେନ୍ନାଇ ଚିନ୍ତିତ

ଶାରଜା, ୧୯।୧୦(ପି.ଟି.)- ଚେନ୍ନାଇ ସୁପରକିଙ୍ଗ୍ସର ଡେଥ୍‌ ଓଭର ସ୍ପେଶାଲିଷ୍ଟ ଡ୍ବେନ ବ୍ରାଭୋ ଆହତ ହୋଇଛନ୍ତି। ଉରୁସନ୍ଧିରେ ଆଘାତ ଯୋଗୁ ସେ କିଛି ଦିନ କିମ୍ବା କିଛି...

ଜୋକୋଭିଚ୍‌ଙ୍କ ପାଇଁ କ୍ଷମା ମାଗିଲା ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୭ା୫ (ଏପି)- କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରି ବିଶ୍ୱର ନମ୍ବର ଓ୍ବାନ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚର୍ଚ୍ଚାରେ...

ଟି୨୦ ଚ୍ୟାଲେଞ୍ଜ: ଭାରତୀୟ ମହିଳା ଖେଳାଳି ୟୁଏଇରେ

ଦୁବାଇ, ୨୩ା୧୦ (ପି.ଟି)- ମହିଳା ଟି୨୦ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି ଭାରତର ୩୦ ଶ୍ରେଷ୍ଠ ମହିଳା କ୍ରିକେଟ ଖେଳାଳି ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ହାଲେପ୍‌, ଭିଟୋଲିନା ବିଜୟୀ

ପ୍ୟାରିସ୍‌,୩।୧୦(ଏପି): ପ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟପ୍‌ ସିଡ୍‌ ତଥା ଟାଇଟଲ ଫେଭରାଇଟ୍‌ ରୋମାନିଆର ସିମୋନା ହାଲେପ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ...

ଜଉନାଙ୍କୁ ୪୦୦ ମିଟର ହର୍ଡଲ୍ସ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଖେଳାଳି ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ଓ ପୁରୁଷ ୧୦୦...

ୟୁଏସ୍‌ ଓପନ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ନ୍ୟୁୟର୍କ, ୨୮।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଭିଯାନ ଆରମ୍ଭ...

Advertisement
Archives

Model This Week