Posted inଜାତୀୟ

ସୁଷମାଙ୍କ ପଥ ଅନୁସରଣ କରୁଛନ୍ତି ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ବୈଦେଶିକ ମନ୍ତ୍ରୀ ଥିବା ଏସ୍‌. ଜୟଶଙ୍କର ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବର୍ଗତାଃ ସୁଷମା ସ୍ବରାଜଙ୍କ ପଥ ଅନୁସରଣ କରୁଥିବା ଦେଖାଯାଇଛି। ଏବେ ସେ ସୁଷମାଙ୍କ ଭଳି ସୋସିଆଲ ମିଡିଆରେ ଲୋକଙ୍କ ଅଭିଯୋଗ ଶୁଣିବା ଓ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସୂଚନା ଅନୁଯାୟୀ, କୁଏଟ୍‌ରେ ଫଶି ରିହିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବା ଲାଗି ତାଙ୍କ ପରିବାର ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ। ଆଉ ଏହା ଜାଣିବା ପରେ ଜୟଶଙ୍କର ଭାରତୀୟ ଦୂତାବାସ ସହ ସମ୍ପର୍କ କରି ମହିଳା ଜଣଙ୍କୁ ଆଶ୍ରୟ ଗୃହରେ ରଖିବା ସହ ତୁରନ୍ତ ତାଙ୍କ ଉଦ୍ଧାର କରିବାର ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମହିଳାଙ୍କ ପରିବାରଙ୍କୁ ଆଶ୍ୱାସନା ଦେଇଛନ୍ତି। ସୂଚନାଯୋଗ୍ୟ, ଟୁଇଟରରେ ଜଣେ ବ୍ୟକ୍ତି ବୈଦେଶିକ ମନ୍ତ୍ରୀଙ୍କୁ ଟ୍ୟାଗ କରି ଉକ୍ତ ମହିଳା ଜଣଙ୍କ ଗୁରଦାସପୁରର ଓ କୁଏଟ୍‌ରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କଥା ଜଣାଇଥିଲେ। ଏହାପରେ ଜୟଶଙ୍କର ଏହାର ତୁରନ୍ତ ଉତ୍ତର ଦେଇ ମହିଳାଙ୍କୁ ଉଦ୍ଧାର କରାଯିବାର ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରାବାବୁ ନାଇଡୁ ଏବଂ ପୁଅ ନାରା ଲୋକେଶ ନଜରବନ୍ଦୀ: ଘରେ ଆରମ୍ଭ କଲେ ୧୨ ଘଣ୍ଟିଆ ଅନଶନ

ହାଇଦ୍ରାବାଦ୍‌,୧୧।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ବୁଧବାର ନିଜ ଘରେ ନଜରବନ୍ଦୀ କରାଯାଇଛି। ଜଣେ ଟିଡିପି ନେତାଙ୍କ...

ସ୍ତ୍ରୀଙ୍କୁ ରାଜନୀତିକୁ ଆଣିବାରୁ ଶତ୍ରୁତା

ଲକ୍ଷ୍ନୌ,୨।୮ (ଆଇଏଏନ୍‌ଏସ୍‌):୨୦୧୮ ଏପ୍ରିଲ ୮ରେ ଉନ୍ନାଓ ବଳାତ୍କାର ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ଆଗରେ ଆମତ୍ଦାହ ଉଦ୍ୟମ କରି ନ ଥିଲେ କୁଲଦୀପ ସିଂ...

ରାମ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଉଦ୍ଧବ

ଅଯୋଧ୍ୟା,୭।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି...

୨ ସପ୍ତାହ ବିଳମ୍ବରେ ଅକ୍ଟୋବର ୮ରେ ଭାରତକୁ ମିଳିବ ରାଫାଲ୍‌

ନୂଆଦିଲ୍ଲୀ,୧୦।୯: ଫ୍ରାନ୍ସର ଯୁଦ୍ଧ ବିମାନ ରାଫାଲ୍‌ ଏବେ ୨ ସପ୍ତାହ ବିଳମ୍ବରେ ଭାରତକୁ ମିଳିବ। ଏହା ଅକ୍ଟୋବର ୮ରେ ଭାରତକୁ ମିଳିବ ବୋଲି ଫ୍ରାନ୍ସ୍‌ କହିଛି।...

ଆସାମ ଏନ୍‌ଆର୍‌ସି ସଂଯୋଜକଙ୍କ ବିରୋଧରେ ମାମଲା ଦାଏର: ଜାଣିଶୁଣି ତାଲିକାରୁ ନାମ ବାଦ୍‌ ଦେଇଥିବା ଅଭିଯୋଗ

ଗୁଆହାଟୀ,୫।୯: ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ୨ଟି ମାମଲା ଦାଏର ହୋଇଛି। ସେ ଜାଣିଶୁଣି ତାଲିକାରୁ ଲୋକଙ୍କ ନାମ ବାଦ୍‌ ଦେଇଥିବା...

କୋଭିଡ-୧୯କୁ ହରାଇବାକୁ ଜରୁରୀ ଥିଲା ଲକ୍‌ଡାଉନ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର...

ରାଜ୍ୟ ସଭାରେ କାନ୍ଦିଲେ ଏମ୍‌ପି: କହିଲେ, ମୋ ମୃତ୍ୟୁରେ ଶୋକ କରିବେ ନାହିଁ

ନୂଆଦିଲ୍ଲୀ, ୨୪।୭: ରାଜ୍ୟ ସଭାରେ ବୁଧବାର କିଛି ଏମ୍‌ପିଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ଏହି ଅବସରରେ ଜଣେ ଏମ୍‌ପି ବିଦାୟୀ ଭାଷଣ ଦେଉଥିବାବେଳେ ଭାବୁକ...

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଦୀପାବଳିରେ ଟ୍ରିପଲ୍‌ ମର୍ଡ଼ର

ପାଟନା,୨୮।୧୦: ବିହାରରେ ଦୀପାବଳିରେ ରକ୍ତ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସ୍ଥାନୀୟ ବେଗୁସରାଇରେ ଟ୍ରିପଲ୍‌ ମର୍ଡ଼ର ଘଟିଛି। ଭାଇଙ୍କ ଗୁଳିରେ ଭାଇ-ଭାଉଜ ଏବଂ ଝିଆରୀଙ୍କ ମୃତ୍ୟୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *