ସୁରଟରୁ ୧୬୦୦ କିମି ସାଇକେଲ ଯାତ୍ରା କରି ଫେରିଲେ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୩।୫: କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ରାଜ୍ୟ ସରକାରଙ୍କ ଘୋଷଣା ପରେ ବାହାର ରାଜ୍ୟରୁ ପ୍ରବାସୀ ଗା ମୁହଁା ହେବାରେ ଲାଗିଛନ୍ତି। ବୁଧବାର ସାଇକେଲରେ ୧୬୦୦ କିଲୋମିଟର ଯାତ୍ରା କରିଛନ୍ତି ୫ ଜଣ ପ୍ରବାସୀ ଓଡିଆ। ସେମାନେ ସୁରଟର ଭେଣ୍ଡାନ ସହରରୁ ସାଇକେଲରେ ବାହାରି ବୁଧବାର ବେଗୁନିଆ ବ୍ଳକ ଦେଉଳି ପଞ୍ଚାୟତରେ ପହଞ୍ଚିଛନ୍ତି। ପ୍ରବାସୀ ଓଡିଆ ମାନେ ଖୋର୍ଦ୍ଧା ଜିଲା ବେଗୁନିଆ ଓ ପୁରୀ ଜିଲା କଣାସ ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ସୁରଟର ଭେଣ୍ଡାନ ସହରରେ ଏକ ସୁତା ମିଲରେ ରହି କାମ କରୁଥିଲେ । ଲକଡାଉନ ପାଇଁ ସୂତା ମିଲ ବନ୍ଦ ରହିଛି । ଫଳରେ ସୁରଟରେ ରହିଯାଇଥିଲେ। ପାଖରେ ଥିବା ଟଙ୍କାରେ କିଛି ଦିନ ଚଳି ଯାଇଥିଲେ ୟ। ମିଲ ବନ୍ଦ ଯୋଗୁ ମାଲିକ ଦରମା ପ୍ରଦାନ ଲାଗି ମନା କରିଥିଲେ। ପାଖରେ ଥିବା ଟଙ୍କା ସରି ଆସିଥିଲା। ସେମାନଙ୍କ ପାଖ ଘରେ କରୋନା ଆକ୍ରାନ୍ତ ବାହାରିଲା ପରେ ସେମାନେ ଭୟଭିତ ହୋଇଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବସ କି ଟ୍ରେନରେ ଆସିଲେ ସଂକ୍ରମଣର ଆଶଙ୍କା ଥିବାରୁ ନିଜ ସାଇକେଲରେ ସୁଦୂର ସୁରତରୁ ନିଜ ଗାଁ ଅଭିମୁଖେ ବାହାରିଥିଲେ। ୧୦ ଦିନ ସାଇକେଲରେ ଯାତ୍ରା କରି ବେଗୁନିଆ ପହଞ୍ଚିବା ପରେ କିଛି ସାମାଜିକ କର୍ମୀ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ପରେ ସେମାନଙ୍କୁ ସରକାରୀ କାରାଣ୍ଟାଇନ୍‌ରେ ରଖାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମାଣ କୃଷକ ସଙ୍ଗଠନର ସମାବେଶ

ନୟାଗଡ଼ ଅଫିସ,୧୦ା୧୦: ନବନିର୍ମାଣ କୃଷକ ସଙ୍ଗଠନର ନୟାଗଡ଼ ଜିଲାସ୍ତରୀୟ ସମାବେଶ ବୁଧବାର ସହରସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ...

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ହଟଗୋଳ

କୋଳିମାଟି,୧୦।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବୁଧବାର ଅପରାହ୍ନରେ ହଟଗୋଳ ହୋଇଛି। ପ୍ରଥମ ଦିନ ଚାଉଳ ବଣ୍ଟନ...

ସ୍କୁଲ ବ୍ୟାଗ୍‌ ଯାଞ୍ଚ ପାଇଁ ଗଠନ ହେଲା ସ୍କ୍ବାଡ୍‌

ଭୁବନେଶ୍ୱର, ୧୧-୯(ବ୍ୟୁରୋ): ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ତତ୍ତ୍ୱାବଧାନରେ ୩ ଜିଲାସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି। ଏହି ସ୍କ୍ବାଡ୍‌ ସ୍କୁଲଗୁଡ଼ିକୁ ପରିଦର୍ଶନ...

ଭୂମିପୂଜାରେ ସୀମିତ ପାତାଳି ଶ୍ରୀକ୍ଷେତ୍ରର ବିକାଶ

ସୋନପୁର,୨୫।୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର...

ଅନ୍‌ଲାଇନ୍‌ରେ ହେବ ପ୍ରେକ୍ଷାଳୟ ବୁକିଂ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ପ୍ରେକ୍ଷାଳୟ ଏବଂ ମଣ୍ଡପଗୁଡ଼ିକୁ ଏଣିକି ଘରେ ବସି ଅନ୍‌ଲାଇନ୍‌ରେ ବୁକିଂ କରିହେବ।...

ହେଟାବାଘ ଆକ୍ରମଣରେ ୧୯ ଛେଳି ମୃତ

ରଣପୁର,୨୯।୮(ସ୍ବ.ପ୍ର.): ରଣପୁର ବ୍ଲକ କଙ୍କିଆ ସାଅଁ।ତରାପୁର ଗଁ।ରେ ହେଟାବାଘ ଆତଙ୍କ ଦେଖାଦେଇଛି । ମଙ୍ଗଳବାର ରାତିରେ ହେଟାବାଘ ଆକ୍ରମଣରେ ୧୯ ଛେଳି ମରିଯାଇଥିବାବେଳେ ୪ ଛେଳିକୁ...

ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର: ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୭।୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ...

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୧୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ପୂର୍ବାହ୍ନରେ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି...

Coronavirus Update


Archives

Model This Week

Why Dharitri