ସୁରକ୍ଷିତ ହେଲେ ବଢ଼ିବ ସୁନାମ

ଢେଙ୍କାନାଳ ଅଫିସ, ୯।୬

ଗୌରବମୟ ଇତିହାସର ମୂକସାକ୍ଷୀ ବୀରାଶାଳ ଏୟାରଷ୍ଟ୍ରିପ୍‌। ସତୁରି ଦଶକରେ ପରିକଳ୍ପନା କରାଯାଇଥିବା ଏହି ଏୟାରଷ୍ଟ୍ରିପ୍‌ ପୂର୍ଣ୍ଣାଙ୍ଗ ରୂପ ପାଇଥିଲା ୨୦୧୯ରେ। ସୋମବାର ପ୍ରଶିକ୍ଷଣ ଚାଲିଥିବାବେଳେ ଏଠାରେ ବିମାନ ଦୁର୍ଘଟଣା ଘଟି ଜଣେ କ୍ୟାପ୍‌ଟେନ୍‌ ଏବଂ ଅନ୍ୟଜଣେ ପ୍ରଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏହି ଏୟାରଷ୍ଟ୍ରିପ୍‌। ପ୍ରଶିକ୍ଷାର୍ଥୀ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଲେ ଢେଙ୍କାନାଳ ଜିଲାରେ ଥିବା ରାଜ୍ୟର ଏହି ଅନ୍ୟତମ ପୁରାତନ ଏୟାରଷ୍ଟ୍ରିପ୍‌ର ଯଶ ବଢ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପରିତ୍ୟକ୍ତ ହୋଇପଡ଼ିଥିବା ବୀରାଶାଳ ଏୟାର ଷ୍ଟ୍ରିପ୍‌ ସେତେବେଳ ଚର୍ଚ୍ଚାକୁ ଆସିଲା ଯେତେବେଳେ ଏହାକୁ ପଶ୍ଚିମବଙ୍ଗର ବାୟୁସେନା ଶାଖା ବ୍ୟବହାର କରିବାକୁ ଆଗ୍ରହୀ ହୋଇଥିଲେ। ସମ୍ପୃକ୍ତ ରାଜ୍ୟର ବାୟୁସେନାର ଅଧିକାରୀମାନେ ୨୦୧୯ ମେ ୧୬ରେ ଏୟାରଷ୍ଟ୍ରିପ୍‌ ପରିଦର୍ଶନରେ ଆସିଥିଲେ। ଏହାପୂର୍ବରୁ ୨୦୧୯ ମେ ୧୪ରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗ ତାଲିମ ପ୍ରତିଷ୍ଠାନର ଚିଫ୍‌ ଫ୍ଲାଇଟ୍‌ ଇନ୍‌ଷ୍ଟ୍ରକ୍ଟର କ୍ୟାପ୍‌ଟେନ ଓ.ବି.କେ ସିଂହଙ୍କ ସହ ଅନ୍ୟ ୨ ଅଧିକାରୀ ମଧ୍ୟ ଏଠାକୁ ଆସି ଭିତ୍ତିଭୂମି ଯାଞ୍ଚ କରିଥିଲେ। ଓଡ଼ିଶା ଇତିହାସରେ ବୀରାଶାଳ ଏୟାରଷ୍ଟ୍ରିପ୍‌ର ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏଠାରେ ଅବତରଣ କରିଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ସଞ୍ଜୟ ଗାନ୍ଧୀଙ୍କ ଭଳି ନେତାମାନେ ବିଭିନ୍ନ ସମୟରେ ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଏବେ ବି ଅଭୁଲା ହୋଇ ରହିଛି।
ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ରହିବା ପରେ ବେସାମରିକ ବିମାନ ଚଳାଚଳ ବିଭାଗର ଆଖି ଏହି ଏୟାରଷ୍ଟ୍ରିପ୍‌ ଉପରେ ପଡ଼ିଥିଲା। ଏହାକୁ ବିମାନ ଉଡାଣ ତାଲିମ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ତଦନୁଯାୟୀ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏହାର ବିକାଶ ଲାଗି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୯ କୋଟି ୧୮ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ରନ୍‌ଓ୍ବେ, ସମେତ ଅନ୍ୟ ବିକାଶମୂଳକ କାର୍ଯ୍ୟ କରାଯାଇଥିଲା। ୫୦ ଏକର ଜମିରେ ନିର୍ମାଣ କରାଯାଇଥିବା ଏୟାରଷ୍ଟ୍ରିପ୍‌ ଚତୁଃପାର୍ଶ୍ୱରେ ୧କୋଟି ଟଙ୍କା ବ୍ୟୟରେ ପାଚେରି ନିର୍ମାଣ ହୋଇଥିଲା। ତେବେ ହାତୀ ଉପଦ୍ରବରେ ପାଚେରିର କିଛି ଅଂଶ ଭାଙ୍ଗିଯାଇଥିଲା। ପରେ ପୁଣି ଅନୁଦାନ ମଞ୍ଜୁର କରି ଏହାର ମରାମତି କରାଯାଇଥିଲା। ୨୦୧୮-୧୯ରେ ଏହାର ସମସ୍ତ ଉନ୍ନତୀକରଣ କାମ ଶେଷ ହେବାପରେ ଏୟାରଷ୍ଟ୍ରିପ୍‌କୁ ବେସାମରିକ ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୨୦୧୯ରେ ବିମାନ ଉଡାଣ ତାଲିମ ପାଇଁ ଏନ୍‌ଓସି ମିଳିବା ପରେ ଏହା ଉଚ୍ଚାଭିଲାଷୀ ଛାତ୍ରୀଛାତ୍ରଙ୍କ ପାଇଲଟ ହେବା ସ୍ବପ୍ନ ପୂରଣର ମାଧ୍ୟମ ପାଲଟିଛି। ଗଭର୍ନମେଣ୍ଟ ଆଭିଏଶନ ପାଇଲଟ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଏଟିଆଇ) ପ୍ରଶିକ୍ଷଣ ଦାୟିତ୍ୱ କାନ୍ଧକୁ ନେଇଥିବା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ବୁଢିଆଣୀ ପଡିବା ଘଟଣା:ପ୍ରତିବାଦରେ ସ୍କୁଲରେ ତାଲା

ପରଜଙ୍ଗ, ୧୬ା୭(ଡି.ଏନ.ଏ)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶନିବାର ମଧ୍ୟାହ୍ନଭୋଜନରେ ବୁଢିଆଣୀ ପଡିବା ଓ ଏହାକୁ ଖାଇ ୩୦ରୁ ଊଦ୍ଧର୍‌ବ...

ଭୁବନେଶ୍ବରର ଆଉ ୪ ଅଞ୍ଚଳ କଣ୍ଟେନମେଣ୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ଭୁବନେଶ୍ବରରେ ଆଉ ୪ଟି ସ୍ଥାନକୁ ବିଏମ୍‌ସି କଣ୍ଟେନମେଣ୍ଟ...

ମାର୍କେଟ୍‌ ବିଲ୍ଡିଂ ଆତଙ୍କ ଘଟଣାରେ ୧୮ ଗିରଫ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ସିପି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସ୍ଥାନୀୟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ବେଳେ ୨୧ଜଣ ଚିହ୍ନଟ ହୋଇଛନ୍ତି। ପୋଲିସ ସେମାନଙ୍କ ମଧ୍ୟରୁ ୧୮...

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ନୂଆପଡ଼ା ଅଫିସ,୮।୭: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟରେ ଶୁକ୍ରବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ନୂଆପଡ଼ା ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲା ଆମାମୋରା...

କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏପରି କହିଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର,୯।୯(ବ୍ୟୁରୋ): ୫ କେନ୍ଦ୍ରମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏତେ ସଂଖ୍ୟାରେ କେନ୍ଦ୍ରମନ୍ତ୍ରୀ ଏକକାଳୀନ ଓଡ଼ିଶା...

କାଉନ୍‌ସିଲର ପ୍ରାର୍ଥୀ ୫୦ ହଜାର, ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ୨ ଲକ୍ଷ ଖର୍ଚ୍ଚ ଅନୁମତି

ଭୁବନେଶ୍ୱର,୧।୩(ବ୍ୟୁରୋ): ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଏପ୍ରିଲ ୧୨ରେ ଶେଷ ହେବ। ଏହାପୂର୍ବରୁ ନିର୍ବାଚନ ପ୍ର୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ...

ଆଜି ରାଜ୍ୟରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ରାଜ୍ୟରୁ ସୋମବାର ୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୩,୩୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସପ୍ତପୁରୀ ଅମାବାସ୍ୟା: କୁମ୍ଭାର ସାହିରୁ ଆସିଲା ତାଡ଼

ପୁରୁଣା ଭୁବନେଶ୍ୱର,୨୬।୮(ଡି.ଏନ୍‌.ଏ.):ଆସନ୍ତା ଶନିବାର ସପ୍ତପୁରୀ ଅମାବାସ୍ୟା। ଏହି ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ସପ୍ତପୁରୀ ପିଠା ଲାଗିହେବ। ଏହା ପ୍ରତ୍ୟେକ ଧୂପ ଏବଂ ବେଢା...

Advertisement
Archives

Model This Week