ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଆହତ, ବାମ ପାଦରେ ବାଜିଛି ଗୁଳି

ପୁରୀ ଅଫିସ,୨୯।୧୧: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ପୁରୁଣା ସଦର ଥାନାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ଏ.କେ ମହାରଣାଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗ୍ରାହକ ଆହତ ହୋଇଛନ୍ତି। ସେ ହେଲେ ମନାନା। ତାଙ୍କର ବାମ ପାଦରେ ଗୁଳି ବାଜିିଛି।

ସୂଚନାନୁଯାୟୀ, ଅପରାହ୍ନରେ ସୁରକ୍ଷାକର୍ମୀ ଧରିଥିବା ବନ୍ଧୁକର ଫିତାଟି ଛିଡ଼ିଯାଇଥିଲା। ଫଳରେ ବନ୍ଧୁକଟି ତଳେ ଖସିପଡ଼ିଥିଲା। ଏହି ସମୟରେ ହଠାତ୍‌ ଗୁଳିଫୁଟିଯିବାରୁ ମନାନା ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସାପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। କୁମ୍ଭାରପଡ଼ା ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ମହାରଣାଙ୍କୁ ଅଟକ ରଖିବା ସହ ମାମଲା (ନଂ-୩୦୨/୧୯)ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କଠାରୁ ଗୋଟିଏ ବନ୍ଧୁକ, ଏକ ଖୋକା ଏବଂ ଜୀବନ୍ତଗୁଳି ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୮।୬(ବ୍ୟୁରୋ): ଆସନ୍ତା ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ। ଏଥିଲାଗି ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯିବ। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା...

ଜୁନ ୯ରେ ଚିଲିକାରେ ହାଉସ୍‌ ବୋଟ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ ୯ ତାରିଖରୁ ହାଉସ୍‌ ବୋଟ୍‌ ଚାଲିବ । ଏହା ରାଜ୍ୟରେ ପ୍ରଥମ । ଏହାକୁ...

ନନ୍ଦନକାନନକୁ ଆସିବ ୪ ଅଣ୍ଡିରା ସିଂହ

ବାରଙ୍ଗ,୧୫-୧(ଡି.ଏନ୍‌.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ଛତିଶଗଡ ରାୟପୁର ଚିଡିଆଖାନାରୁ ଅଣ୍ଡିରା ସିଂହ ଆସିବ। ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧିପାଇଁ ଏଭଳି ଯୋଜନା ଆରମ୍ଭ...

ବିଳମ୍ବରେ କଂଗ୍ରେସର ପିପିଲି ଉପନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ପିପିଲି ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ହେବ। ଏଥିଲାଗି ବିଜେଡି ଓ ଭାଜପା ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ଏହା ଭିତରେ ଉପନିର୍ବାଚନକୁ ଆଉ...

ଆଜି ରାଜ୍ୟରୁ ୪୪୪ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୯ ଶିଶୁ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ସୋମବାର ରାଜ୍ୟରୁ ୪୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪,୭୬୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ହାଇକୋର୍ଟରେ ଭୁବନେଶ୍ୱର ରାମମନ୍ଦିର ପରିଚାଳନା ମାମଲା: ପରିଚାଳନା ଦାୟିତ୍ୱରେ ରହିବେ ନିର୍ବାହୀ ଅଧିକାରୀ

କଟକ ଅଫିସ, ୨୯।୮: ଭୁବନେଶ୍ୱର ରାମମନ୍ଦିର ପରିଚାଳନା କରିବାକୁ ଜଣେ ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ଶୁଣାଣି ଶେଷ ନ ହେବା...

ନିର୍ଣ୍ଣାୟକ ହେବେ ୩୦,୭୮୯ ନୂଆ ଭୋଟର

ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦଶରଥପୁର ଓ ବଡ଼ଚଣା ବ୍ଲକର ୯ ଜିଲା...

ଅଭିଷେକ ହେଲେ ମହାପ୍ରଭୁ

ପୁରୀ ଅଫିସ, ୧୮।୧: ପବିତ୍ର ପୌଷପୂର୍ଣ୍ଣିମାରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି। ରତ୍ନସିଂହାସନରେ ଶ୍ରୀବିଗ୍ରହମାନଙ୍କୁ ରାଜରାଜେଶ୍ୱର ବା ସୁନାବେଶରେ ସଜ୍ଜିତ କରାଯାଇଛି। ତେବେ...

Advertisement
Archives

Model This Week