ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯୋଡ଼ା, ୨୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଓ୍ବାର୍ଡ ନଂ. ୩ ରେ ଥିବା ରାଉତ କମ୍ପ୍ଲେକ୍ସ ବିଲ୍ଡିଂର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମଣ ପାତ୍ର (୫୦)।
ପ୍ରକାଶ ଯେ, ଲକ୍ଷ୍ମଣ ସୋମବାର ରାଉତ କମ୍ପ୍ଲେକ୍ସର ‘ଏ’ ବ୍ଲକ ବିଲ୍‌ଡିଂରେ ରାତି ଡ୍ୟୁଟି କରୁଥିଲେ। ମଙ୍ଗଳବାର ଭୋର ସମୟରେ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଲକ୍ଷ୍ମଣ ଉକ୍ତ ବିଲ୍‌ଡିଂର ତୃତୀୟ ମହଲାରେ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ରାଉତ କମ୍ପ୍ଲେକ୍ସର ମାଲିକଙ୍କୁ ଖବର ଦେଇଥିଲେ ା କମ୍ପ୍ଲେକ୍ସର ମାଲିକଙ୍କଠାରୁ ଯୋଡା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶୋଧନ ହେଲା ଭଦ୍ରକ ସହର

ଭଦ୍ରକ ଅଫିସ , ୪।୪- ଭଦ୍ରକରେ ଗତକାଲି ୨ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି...

ବ୍ରହ୍ମଗିରିରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର

ବ୍ରହ୍ମଗିରି,୨୫। ୩ (ଡି.ଏନ.ଏ): ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାପରେ ରାଜ୍ୟ ସରକାର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ,...

ଦୁର୍ଘଟଣାରୁ ବର୍ତ୍ତିଲା ଏଲ୍‌ଟିଟି ଏକ୍ସପ୍ରେସ୍‌

ଢେଙ୍କାନାଳ ଅଫିସ, ୬।୩ – ଭାଗ୍ୟ ସହାୟ ହେଲା। ଦୁଇଖଣ୍ଡ ହୋଇଯାଇଥିବା ରେଳଧାରଣାକୁ କୌଣସି ମତେ ଅତିକ୍ରମ କରିଗଲା ଲୋକମାନ୍ୟ ତିଲକ (ଏଲ୍‌ଟିଟି) ସୁପରଫାଷ୍ଟ ଏକ୍ସପ୍ରେସ୍‌।...

ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍‌ କରେଣ୍ଟ ଦେଇ ମାଛଧରା, କମ୍‌ ଖର୍ଚ୍ଚରେ ମିଳୁଛି ବେଶି ଲାଭ

ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍‌ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍‌ ଖର୍ଚ୍ଚରେ...

ଭିଜିଲାନ୍ସ ଜାଲରେ ଏନ୍‌ଏଚ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୂଆପଡା ଅଫିସ,୯ା୧୦: ନୂଆପଡ଼ା ଜିଲା ଗୋହିରାପଦର ଗ୍ରାମ ନିକଟରେ ଏକ ପେଟ୍ରୋଲ ପମ୍ପ ସ୍ଥାପନ ସକାଶେ ଏନଓସି (ନୋ ଅବଜେକ୍ସନ ସାର୍ଟିଫିକେଟ) ପ୍ରଦାନ ପାଇଁ ୨୦...

ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ...

ଆମ୍ବୁଲାନ୍ସ, ରୋଗୀଙ୍କୁ ଛାଡ଼ିଲେନି ଆନ୍ଦୋଳନକାରୀ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.): ୬ ଦଫା ଦାବି ନେଇ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର କେନ୍ଦୁପତ୍ର ତୋଳାଳିମାନେ ବୁଧବାର ୪୯ନଂ. ଜାତୀୟ ରାଜପଥର ଶିବ ମନ୍ଦିର ଛକ...

ମୋ ସରକାର କାର୍ଯ୍ୟକ୍ରମର ତଦାରଖ

ଫୁଲବାଣୀ ଅଫିସ, ୧୮ା୧-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର କାର୍ଯ୍ୟକ୍ରମ କିପରି ଚାଲିଛି ତା’ର ତଦାରଖ କରିଛନ୍ତି ସଚିବସ୍ତରୀୟ ଏକ ଟିମ୍‌ ା ଶୁକ୍ରବାର...

Play 250+ Trending Games
Archives

Model This Week

Why Dharitri