Posted inଜାତୀୟ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୧।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରର ଜାଦିବଲରେ କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗର ଏବଂ ପୁଲଓ୍ବାମା ଜିଲାର କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ...

ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ମମତା

କୋଲକାତା,୧୨ା୪: ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ...

ଇସ୍ତଫା ଦିଅନ୍ତୁ ତେଜସ୍ବୀ: ବଂଶବାଦକୁ ଦାୟୀ କଲେ ଆରଜେଡି ନେତା

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ଦଳ ବିରୋଧୀ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି...

କୃଷ୍ଣସ୍ବାମୀ ନଟରାଜନ୍‌ ଭାରତୀୟ ତଟରକ୍ଷୀ ବାହିନୀ ଡିଜି ନିଯୁକ୍ତ

ନୂଆଦିଲ୍ଲୀ, ୨୫।୬: ଭାରତୀୟ ତଟରକ୍ଷୀ ବାହିନୀ ଡିଜି ଭାବେ କୃଷ୍ଣସ୍ବାମୀ ନଟରାଜନ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଡିଜି ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂଙ୍କ...

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ: ଦେଇପାରିବେ ନାହିଁ ଭୋଟ

ନୂଆଦିଲ୍ଲୀ,୨୫।୪: ମୋଦି ସରକାରର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ଟଲିଗଞ୍ଜର ଭାଜପା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ୱିତୀୟଥର କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏହା ବିଷୟରେ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ପ୍ରତାପଗଡ,୧୦।୮: ଉତ୍ତରପ୍ରଦେଶର ପ୍ରତାପଗଡର ଲୀଲାପୁରରେ ସୋମବାର ଏକ ବଡ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ୟାଙ୍କର ସହ ଅଟୋ ଧକ୍କା ହେବାରୁ ୮ ଜଣଙ୍କର ଘଟଣାସ୍ଥଳରେ...

ବିରୋଧିଦଳ ନେତା ପଦରୁ ଇସ୍ତଫା ଦେଲେ କମଳ ନାଥ

ଭୋପାଳ,୨୮ ।୪: ମଧ୍ୟପ୍ରଦେଶ ବିଧାନସଭାର ବିରୋଧିଦଳ ନେତା କମଳ ନାଥ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ସେ ପ୍ରଦେଶ ଅଧ୍ୟକ୍ଷ ପଦରେ ରହିବେ କିନ୍ତୁ...

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।...

Advertisement
Archives

Model This Week