Posted inଖେଳ

ସୁଯୋଗ ହାତଛଡ଼ା କରି ମୂଲ୍ୟ ଦେଲୁ: ଚେନ୍ନାଇନ୍‌ କୋଚ୍‌

ମାରଗାଓ, ୧୫।୩(ପି.ଟି.)- ଆଇଏସ୍‌ଏଲ୍‌ ଫାଇନାଲରେ ଏଟିକେଠାରୁ ୧-୩ ଗୋଲରେ ପରାସ୍ତ ହୋଇ ଚେନ୍ନାଇନ୍‌ ରନର୍ସଅପ୍‌ ହୋଇଛି। ତେବେ ଏହା ଚେନ୍ନାଇନ୍‌ ହେଡ୍‌ କୋଚ୍‌ ଓଓ୍ବେନ କୋଏଲ୍‌ଙ୍କର ହଜମ ହୋଇନାହିଁ। କୋତୋଟି ସୁଯୋଗ ମିଳିଥିଲେ ମଧ୍ୟ ଏହାର ସଦ୍‌ ଉପଯୋଗ ଆମେ କରିପାରି ନ ଥିଲୁ। ମ୍ୟାଚ୍‌କୁ ଠିକ୍‌ ଭାବେ ଫିନିସ କରିପାରି ନ ଥିଲୁ। ଏଟିକେ ଅପେକ୍ଷ ଭଲ ଖେଳିଥିଲେ ମଧ୍ୟ ଶେଷରେ ଆମକୁ ମୂଲ୍ୟ ଦେବାକୁ ହେଲା ବୋଲି ସେ କହିଛନ୍ତି।
ଗୋଲ ହିଁ ମ୍ୟାଚ୍‌ର ମୋଡ଼ ବଦଳାଇଥାଏ। ମ୍ୟାଚ୍‌ ଆରମ୍ଭରେ ଆମେ କେତୋଟି ସହଜ ସୁଯୋଗ ପାଇଥିଲୁ। କିନ୍ତୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲୁ। ଏଟିକେ ଅପେକ୍ଷାକୃତ ଭଲ ଦଳ ବୋଲି କେହି କହିପାରିବେ ନାହିଁ। ଚେନ୍ନାଇନ୍‌ ଭଲ ଖେଳିଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲା। ପୁଣି ସହଜ ଗୋଲ ବରଣ ମଧ୍ୟ କରିଥିଲୁ। କିନ୍ତୁ ଏଟିକେ ଶାଣିତ ପ୍ରଦର୍ଶନ କରିଥିଲା। ଆମେ ଏ ଦୃଷ୍ଟିକୋଣରୁ ପଛରେ ରହଯାଇଥିଲୁ।
ଚେନ୍ନାଇନ୍‌ ଅଧିକ ସମୟ ବଲ୍‌କୁ ନିଜ ପାଖରେ ରଖିଥିଲା। କେବଳ ସେତିକି ନୁହଁ ଆମେ ଅଧିକ ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲୁ। ୭୦ ପ୍ରତିଶତ ବଲ୍‌ ପଜେସ୍‌ କରିଥିଲା ଚେନ୍ନାଇନ୍‌। କିନ୍ତୁ ସୁଯୋଗ ମିଳିବା ବଡ଼ କଥା ନୁହଁ। ଏହାକୁ ଗୋଲରେ ପରିଣତ କରିବା ସବୁଠାରୁ ବଡ଼ କଥା ବୋଲି ସେ କହିଛନ୍ତି। ଏଟିକେ ଗୋଲକିପର ଅରିନ୍ଦମ ଭଟାଚାର୍ଯ୍ୟଙ୍କୁ କୋଏଲ ପ୍ରଶଂସା କରିଛନ୍ତି। ସେ ଚେନ୍ନାଇନ୍‌ର କେତୋଟି ସୁଯୋଗକୁ ପଣ୍ଡ କରିଥିଲେ। ପ୍ରଥମାର୍ଦ୍ଧରେ ଏଟିକେ ଯେଉଁ ପ୍ରଥମ ଗୋଲ ଦେଇଥିଲା, ତାହା ଚମତ୍କାର ଥିଲା। ଗୋଲକିପର ଅରିନ୍ଦମ ହିଁ ମୋ ପାଇଁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବୋଲି ସେ କହିଛନ୍ତି। ଏଟିକେ ବିଜୟୀ ହେବାରେ ଅରିନ୍ଦମଙ୍କ ଭୂମିକା ନିଶ୍ଚିତ ଭାବେ ଉଲ୍ଲେଖନୀୟ। ଗତ ଡିସେମ୍ବରରେ ଜନ୍‌ ଗେଗୋରୀଙ୍କୁ ବହିଷ୍କାର କରାଗଲା ପରେ କୋଏଲ ଚେନ୍ନାଇନର ହେଡ କୋଚ୍‌ ଦାୟିତ୍ୱ ନେଇଥିଲେ। ଦଳରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ସେମାନେ ସେମାନଙ୍କ କ୍ଲବକୁ ଭଲ ପାଆନ୍ତି। ଫାଇନାଲରେ ପରାସ୍ତ ହେବା ଓ ଏହାକୁ ସ୍ବୀକାର କରିବା ନିଶ୍ଚିତ ଭାବେ କଷ୍ଟକର। ତେବେ ଯେଉଁ ଖେଳାଳିମାନେ କ୍ଲବ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପ୍ରଶଂସା କରିବା ଓ ନୂଆ ପରିଚୟ ପ୍ରଦାନ କରିବା ନିଶ୍ଚିତ ଭାବେ ଗୁରତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆଠାରୁ ମାନ୍ୟତା ପ୍ରତ୍ୟାହାର କଲା ଆଇଓଏ

ନୂଆଦିଲ୍ଲୀ,୮।୧(ପି.ଟି.)- ସମ୍ବିଧାନ ଓ ନିୟମ ଉଲ୍ଲଂଘନ ଅଭିଯୋଗରେ କରାଟେ ଆସୋସିଏଶନ ଅଫ୍‌ ଇଣ୍ଡିଆ (କେଏଆଇ)ଠାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ମାନ୍ୟତା ପ୍ରତ୍ୟାହାର କରିଛି। ଗତ...

କେବେ ଓ୍ବାଇଡ୍‌ ବଲ୍‌ ପକାଇ ନ ଥିଲେ ଏହି ବିଶ୍ୱସ୍ତରୀୟ ଖେଳାଳି

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୫୨, ଅକ୍ଟୋବର ୫ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଇମ୍ରାନ...

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା...

ଲଗାତର ୪ର୍ଥ ପରାଜୟ ପରେ ଏମିତି କହିଲେ ଜାଡେଜା

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍ସ ନିଜର ନେତୃତ୍ୱ ପରିବର୍ତ୍ତନ କରିଥିଲା। ଏହାପରଠାରୁ ଦଳ ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ କରିଆସୁଛି। ବର୍ତ୍ତମାନ ଯାଏ ଦଳ ୪...

ଜାନୁୟାରୀରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୫।୯(ପିଟି): ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଗସ୍ତରେ ଜିମ୍ବାଓ୍ବେ ଦଳ ଆସିବାର ଥିଲା। କିନ୍ତୁ ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ ଥିବାରୁ ଏହି ଦଳ ସ୍ଥାନରେ...

ଅଶ୍ୱିନଙ୍କୁ ପଛରେ ପକାଇ ଇତିହାସ ରଚିଲେ ଏହି ସ୍ପିନର

ନୂଆଦିଲ୍ଲୀ,୪।୧୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବଡ ରେକର୍ଡ ନିଜ ନାମରେ କରିଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ସ୍ପିନର ନାଥନ ଲିୟନ। ଏପରି କରି ସେ...

ୟୁଏସ୍‌ ଓପନ୍‌ ଟେନିସ୍‌: ସେରେନାଙ୍କୁ ହରାଇ ଆଣ୍ଡ୍ରେସ୍କୁ ଚାମ୍ପିୟନ

ନ୍ୟୁୟର୍କ,୮।୯(ଏଏଫପି): ୧୯ ବର୍ଷୀୟା କାନାଡ଼ା ମହିଳା ଟେନିସ୍‌ ତାରକା ବାଇଆଙ୍କା ଆଣ୍ଡ୍ରେସ୍କୁ ଏଥର ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ...

ଅଭ୍ୟାସ କଲେ ଷ୍ଟୋକ୍ସ, ଆର୍ଚର, ବନର୍ସ

ଚେନ୍ନାଇ,୩୧।୧: ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ରିଜର୍ଭ ଓପନର ରୋରି ବନର୍ସ ଶନିବାର ପ୍ରଥମଥର...

Advertisement
Archives

Model This Week