ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ତହସିଲ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ବନ୍ଦର ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଚୌମୁଖ ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ଖଗଡ଼େଶ୍ୱର ମହାଦେବ ମନ୍ଦିରଠାରୁ ଏକ ନୀରବ ଶୋଭାଯାତ୍ରାରେ ବାଲିଆପାଳ ତହସିଲ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନା ଅଧ୍ୟକ୍ଷତା କରି ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ଜନତାଙ୍କ ନ୍ୟାର୍ଯ୍ୟ ଦାବି ଏବଂ ସ୍ବରକୁ ପ୍ରଶାସନ କମ୍ପାନୀର ଚପାଇ ଦେବା ପାଇଁ ହୀନ ଉଦ୍ୟମ କରୁଛି, ଏପରିକି ଆଜିର ସଭା ପାଇଁ ମାଇକ୍‌ ପାଇଁ ଅନୁମତି ନ ଦେବା ପରିତାପ ବିଷୟ ବୋଲି କହିଥିଲେ।
ବରିଷ୍ଠ ଖବରଦାତା ରବି ଦାସ ମୁଖ୍ୟଅତିଥି, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମୁଖ୍ୟବକ୍ତା, ବିଶିଷ୍ଟ ପରିବେଶବିତ୍‌ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ଛତ୍ରପୁର ବିଧାୟକ ରାଧାକୃଷ୍ଣ ସେଠୀ, ମହେନ୍ଦ୍ର ପରିଡ଼ା, ବିଧାନ ରାୟ, ଆକବର ସାହା, ଚୌମୁଖର ପୂର୍ବତନ ସରପଞ୍ଚ ନାରାୟଣ ଖଟୁଆ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ସମୁଦ୍ର ଉପକୂଳର ଉର୍ବର ଜମିକୁ କମ୍ପାନୀ ହାତରେ ଟେକିଦେବା ସହିତ ଲୋକଙ୍କର ଜୀବନଜୀବିକାକୁ ଛଡ଼ାଇ ନେବାକୁ ଚକ୍ରାନ୍ତ କରୁଛି। ବହୁବର୍ଷ ପୂର୍ବରୁ ମଧ୍ୟ ସରକାର ଏହି ଅଞ୍ଚଳରେ ଘାଟି ସ୍ଥାପନକୁ ସ୍ବର୍ଗତ ଗଦାଧର ଗିରି, ବିଜୁ ପଟ୍ଟନାୟକ ସଂଗ୍ରାମ କରି ମାଟିକୁ ରକ୍ଷା କରିଥିଲା ବେଳେ ଏବର ସରକାର ପୂର୍ବ ଇତିହାସକୁ ନ ଜାଣି ଭୁଲ୍‌ ରାସ୍ତାରେ ଯାଉଥିବାରୁ ଏହା ବିରୋଧରେ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିଟାମାଟି ସୁରକ୍ଷା କମିଟି ସଭାପତି ଲକ୍ଷ୍ମୀକାନ୍ତ ଖଟୁଆ, ଉପସଭାପତି ରମଣିକାନ୍ତ ମଣ୍ଡଳ, ସାଧାରଣ ସମ୍ପାଦକ ସୁବସ ଚୌଧୁରୀ, ବାଲିଆପାଳ ସୂଚନା ଅଧିକାର ସଂଘର ସଭାପତି ଅନୁଜ ମହାପାତ୍ର, ଗଣଚେତନା ମଞ୍ଚର କୁଶଧ୍ୱଜ ଜେନା ପ୍ରମୁଖ ବକ୍ତବ୍ୟରେ ବନ୍ଦର ନିର୍ମାଣକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ। ପରେ ଏକ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବାଲିଆପାଳର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ବନ୍ଧୁକ ଚାଳନା ପ୍ରତିଯୋଗିତା

ତାଳଚେର, ୮।୧୦(ନି.ପ୍ର.)-ତାଳଚେର ରାଇଫଲ କ୍ଲବ୍‌ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ୫୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତା। ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ...

ପାଞ୍ଚ ମହଲାରୁ ଡେଇଁପଡ଼ିଲେ ରୋଗୀ

ଢେଙ୍କାନାଳ ଅଫିସ, ୧୪ ।୮:  ବାପାଙ୍କ ମୃତ୍ୟୁ ପରେ ମାନସିକ ଚାପରେ ଥିଲେ। ଶନିବାର ହିତାହିତ ଜ୍ଞାନ ହରାଇ ବ୍ଲେଡ୍‌ରେ କାଟି ପକାଇଥିଲେ ହାତଗୋଡ଼। ଗୁରୁତର...

କରୋନାରେ ଚାଲିଗଲେ ସୁନ୍ଦରଗଡ଼ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ରସାଇ ଲାଗୁରୀ

ସୁନ୍ଦରଗଡ଼,୧୩।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ତଥା ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନର ସିଇଓ ରସାଇ ଲାଗୁରୀଙ୍କର ଗୁରୁବାର ପରଲୋକ...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ୪ ମୃତ, ୫ ଗୁରୁତର

ବାରିପଦା ଅଫିସ,୨୮ା୬ : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଆଗରିଆ ଛକ ନିକଟରେ ଭୁବନେଶ୍ୱରରୁ ବାରିପଦା ଆସୁଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ...

ପୋଷ୍ଟ ଅଫିସ୍‌ରେ ହେଉନି ଆଧାର ସଂଶୋଧନ: ଲୋକେ ହୀନସ୍ତା

ଯୋଡ଼ା, ୧୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରର ମଧ୍ୟଭାଗରେ ଥିବା ଯୋଡା ପୋଷ୍ଟ ଅଫିସ୍‌ରେ ହେଉଥିବା ଆଧାର ସଂଶୋଧନ ପ୍ରକୋଷ୍ଠଟି ବନ୍ଦ ପଡିଥିବା ଯୋଗୁ ଲୋକେ ହୀନସ୍ତା...

ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା...

ଖୁଣ୍ଟାପିଙ୍ଗୁରେ ଅଗ୍ନିକାଣ୍ଡ: ଜଳିଗଲା ଦୁଇ ବଖରା

ପାଟଣା,୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସାହାରପଡା ବ୍ଲକ ଖୁଣ୍ଟାପିଙ୍ଗୁ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜଣେ ବିଧବା ମହିଳା ଜିଙ୍ଗି ମୁଣ୍ଡାଙ୍କର...

ବନ୍ଦ ହେବାକୁ ବସିଛି ଫାର୍ମାସୀ କଲେଜ

ସାରସକଣା,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ଇନଷ୍ଟିଚ୍ୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନ୍ସ କଲେଜ ଏବେ ବନ୍ଦ ହେବାକୁ ବସିଛି। ଏକଦା ଏହି କଲେଜ...

Advertisement
Archives

Model This Week