ସୁପ୍ରିମକୋର୍ଟ, ବିସିଆଇଙ୍କ ତାଗିଦ୍‌ ସତ୍ତ୍ୱେ ଓଡ଼ିଶା ହାଇକୋର୍ଟ ବାର୍‌ ସଭାପତି କହିଲେ ଦାବି ପୂରଣ ନ ହେବାଯାଏ ଆନ୍ଦୋଳନ

କଟକ ଅଫିସ,୩୦ା୧୦:ବିଭିନ୍ନ ଦାବି ନେଇ ପ୍ରାୟ ୨ମାସ ହେବ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏବଂ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ଓଡ଼ିଶା ହାଇକୋର୍ଟ ବାର୍‌ ସମେତ ୬୮ଟି ବାର୍‌ ଆସୋସିଏଶନକୁ ଆନ୍ଦୋଳନରୁ ଓହରିଯିବାକୁ ଚରମବାଣୀ ଶୁଣାଇଛନ୍ତି। ମାତ୍ର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ଆନ୍ଦୋଳନ ଜାରି ରଖିବ ବୋଲି ସଭାପତି ଗୋପାଳକୃଷ୍ଣ ମହାନ୍ତି ମଙ୍ଗଳବାର କହିଛନ୍ତି। ଏ ନେଇ ଦେଶର ପ୍ରମୁଖ ବାର୍‌ ଆସୋସିଏଶନ ସହ ଯୋଗାଯୋଗ କରାଯାଉଛି। ଆସନ୍ତା ୧ ତାରିଖରେ ହେବାକୁ ଥିବା ଆସୋସିଏଶନର ସାଧାରଣ ପରିଷଦ ବୈଠକରେ ସୁପ୍ରିମକୋର୍ଟ ଏବଂ ବିସିଆଇ ଚିଠିକୁ ନେଇ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସେ କହିଛନ୍ତି।
ପ୍ରକାଶଥାଉ କି, କଲେଜିୟମ ବ୍ୟବସ୍ଥାରେ ସୁଧାର, ନ୍ୟାଶନାଲ ଜୁଡ଼ିସିଆଲ୍‌ ଆପଏଣ୍ଟମେଣ୍ଟ କମିଶନଙ୍କ ଦ୍ୱାରା ହାଇକୋର୍ଟ ବିଚାରପତି ନିଯୁକ୍ତି, ଓଡ଼ିଶା ହାଇକୋର୍ଟ ଏବଂ ନିମ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ଆଦି ଦାବି ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ଆନ୍ଦୋଳନ ଚାଲିଛି। ଆସୋସିଏଶନ ପକ୍ଷରୁ ପ୍ରଥମେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଦାଲତ ବର୍ଜନ କରାଯାଇଥିଲା। ଗତ ୧୪ ତାରିଖରେ ହାଇକୋର୍ଟଙ୍କ ସମସ୍ତ ଖଣ୍ଡପୀଠଙ୍କ ଅଦାଲତକୁ ଆଇନଜୀବୀ ବର୍ଜନ କରିଥିଲେ। ପରେ ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ ବାର୍‌ ଆସୋସିଏଶନ ସାମିଲ ହୋଇଥିଲେ। ଏ ନେଇ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏଥିରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ୬୮ଟି ବାର୍‌ ଆସୋସିଏଶନକୁ ପକ୍ଷଭୁକ୍ତ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସହ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ସେହିପରି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସମେତ ଅଦାଲତ ଅବମାନନା ମାମଲାରେ ପକ୍ଷଭୁକ୍ତ ସମସ୍ତ ୬୮ଟି ବାର୍‌ ଆସୋସିଏଶନକୁ ତୁରନ୍ତ ଆନ୍ଦୋଳନରୁ ଓହରିଯିବା ପାଇଁ ଗତ ୨୬ତାରିଖରେ ବିସିଆଇ ପକ୍ଷରୁ କୁହାଯାଇଛି। ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହାସତ୍ତ୍ବେ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଗାଣ୍ଡାରେ ସିରିଜ ବୋମା ବିସ୍ଫୋରଣ: ୩ ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ସୁରକ୍ଷିତ

ଭୁବନେଶ୍ୱର, ୧୭ା୧୧(କ୍ରୀଡ଼ା ପ୍ରତିନିଧି):ଉଗାଣ୍ଡାର କାମ୍ପାଲା ସହରରେ ମଙ୍ଗଳବାର ସିରିଜ ବୋମା ବିସ୍ଫୋରଣ ହୋଇଛି। ତେବେ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳିବା ପାଇଁ ସେଠାରେ ଥିବା ଭାରତୀୟ...

ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ ଅଫିସ୍‌, ୯।୧୨:ସୋମବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଅନ୍ତରୀଣ...

ଜେଲ୍‌ରେ ଫିନାଇଲ ପିଇ ମହିଳା କଏଦୀଙ୍କ ଜୀବନ ଗଲା

ଜୟପୁର,୯ା୫(ନି.ପ୍ର.): ଜୟପୁର ଉପଖଣ୍ଡ କାରାଗାରରେ ବିଚାରାଧୀନ ମାମଲାର ଜଣେ ମହିଳା କଏଦୀ ଫିନାଇଲ ପିଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା କଏଦୀ ଜଣକ ଦୀର୍ଘଦିନ ହେଲା...

ବାପ-ପୁଅଙ୍କୁ ହତ୍ୟା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଟାଉନ ଥାନା ଅଧୀନ ରୁହୁଣିଆ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପପୁଅଙ୍କ ମୃତ୍ୟୁ ହୋଇଛି । ମୃତକ...

୧୫ ଦିନ ଅନ୍ଧାରରେ ଖୁଣ୍ଟାପଡ଼ାବାସୀ

ପାଟଣା,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଦୀର୍ଘ ୧୫ ଦିନ ହେବ ୨୫ କେଭିର ବିଦ୍ୟୁତ ଟ୍ରାନ୍ସଫର୍ମର ବଜ୍ରପାତରେ ପୋଡ଼ିଯିବା...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବସ୍‌ ଚାଳକ ମୃତ

ନିରାକାରପୁର,୫।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ କୁହୁଡ଼ି ଛକରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଦୁଇଦିନିଆ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ, ୧୬।୧୦: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘ ପକ୍ଷରୁ ବୁଧବାରଠାରୁ ଦୁଇଦିନିଆ କେନ୍ଦ୍ର ଓ ରାଜ୍ୟ...

ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଫୁଲବାଣୀ ଅଫିସ, ୨୬ା୪- କନ୍ଧମାଳ ଜିଲାରେ ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣାକୁ ଲୋକେ ଭୁଲି ନାହାନ୍ତି। ସେହିପରି...

Advertisement
Archives

Model This Week