Posted inଜାତୀୟ

ସୁପ୍ରିମକୋର୍ଟରେ କର୍ନାଟକ ଶୁଣାଣି:ଆଜି ରିପୋର୍ଟ ଦାଖଲ କରିବେ ବାଚସ୍ପତି

ନୂଆଦିଲ୍ଲୀ/ ବେଙ୍ଗାଲୁରୁ,୧୧ା୭(ପି.ଟି):କର୍ନାଟକରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ଦେବାରେ ଲାଗିଥିବାବେଳେ ଅନ୍ୟପଟେ ସୁପ୍ରିମକୋର୍ଟରେ ଏହାର ବିଚାର ଆରମ୍ଭ ହୋଇଛି। ଏହିକ୍ରମରେ ଗୁରୁବାର ସନ୍ଧ୍ୟା ୬ଟାରେ ୧୦ ବିଦ୍ରୋହୀ ବିଧାୟକ ବାଚସ୍ପତି କେ.ଆର୍‌. ରମେଶଙ୍କୁ ବିଧାନସଭାସ୍ଥିତ ତାଙ୍କ ଚାମ୍ବରରେ ଭେଟି ଇସ୍ତଫା ଦେଇଛନ୍ତି। ବାଚସ୍ପତି ସେଗୁଡ଼ିକୁ ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।
ଗୁରୁବାର କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୦ ବିଦ୍ରୋହୀ ବିଧାୟକଙ୍କ ପିଟିଶନର ଶୁଣାଣି କରି ସନ୍ଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ଭେଟି ଇସ୍ତଫା ସମ୍ପର୍କିତ ନିଷ୍ପତ୍ତି ଜଣାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବାଚସ୍ପତିଙ୍କୁ ବିଧାୟକଙ୍କ ଇସ୍ତଫା ଉପରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି ବେଳେ ଅଦାଲତଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷ ସାମିଲ ଥିବା ଏହି ଖଣ୍ଡପୀଠ ୧୦ ବିଧାୟକ ମୁମ୍ବାଇରୁ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚତ୍ବା ପରେ ସେମାନଙ୍କୁ ବିଧାନସଭା ଯାଏ ସୁରକ୍ଷା ଦେବା ଲାଗି କର୍ନାଟକ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ, ଖଣ୍ଡପୀଠ ଅନ୍ୟମାନଙ୍କ ପାଇଁ ନୁହେଁ, ବରଂ କେବଳ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ୧୦ ବିଧାୟକଙ୍କ ସମ୍ପର୍କରେ ଏହି ନିର୍ଦ୍ଦେଶନାମା ଜାରି କରୁଛନ୍ତି। ପ୍ରକାଶ ଯେ, ପ୍ରତାପ ଗୌଡ଼ା ପାଟିଲ, ରମେଶ ଜାର୍କିହୋଲି, ବୀରାଟି ବାସବରାଜ, ବି.ସି. ପାଟିଲ, ଏସ୍‌.ଟି. ସୋମଶେଖର, ଅର୍‌ବାଇଲ୍‌ ଶିବରାମ ହେବ୍ବାର, ମହେଶ କୁମାଥାଲ୍ଲି, କେ. ଗୋପିନାଥ, ଏ.ଏଚ୍‌. ବିଶ୍ୱନାଥ ଓ ନାରାୟଣ ଗୌଡ଼ା ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, କର୍ନାଟକର ୧୫ ବିଧାୟକ ଇସ୍ତଫା ଦେଇଥିଲେ ହେଁ ବାଚସ୍ପତି ତାହା ଗ୍ରହଣ କରୁନାହାନ୍ତି। ଗତ ୬ ତାରିଖରେ ବିଧାୟକମାନେ ଇସ୍ତଫା ଦେବା ପାଇଁ ବାଚସ୍ପତିଙ୍କ ଅଫିସ୍‌କୁ ଯାଇଥିବାବେଳେ ସେ ପଛଦ୍ୱାର ଦେଇ କୁଆଡ଼େ ଚାଲିଯାଇଥିଲେ। ସେହିପରି ବୁଧବାର ଜଣେ ବିଦ୍ରୋହୀ ବିଧାୟକ ବାଚସ୍ପତିଙ୍କ ନିକଟକୁ ଯାଇଥିବାବେଳେ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। କର୍ନାଟକ ବିଧାନସଭା ୧୨ ତାରିଖ (ଶୁକ୍ରବାର) ଆରମ୍ଭ ହେଉଥିବାରୁ ଆସ୍ଥାଭୋଟ ପରିବର୍ତ୍ତେ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଶାସକ ମେଣ୍ଟ ଉଦ୍ୟମ କରୁଛି। ତେଣୁ ବିଧାୟକମାନେ ଇସ୍ତଫା ଦେଇ ସାନି ନିର୍ବାଚନ ଲଢ଼ିବା ପାଇଁ ଚାହାନ୍ତି। ଗତ ୧ ତାରିଖରୁ ଚାଲିଥିବା ଘଟଣାକ୍ରମ ସମ୍ପର୍କରେ ରୋହତଗୀ ଅଦାଲତଙ୍କୁ ଅବଗତ କରାଉଥିବାବେଳେ ଆମକୁ କିଛି ବିସ୍ମିତ କରୁନାହିଁ ବୋଲି ଖଣ୍ଡପୀଠ କହିଥିଲେ। ରୋହତଗୀ କହିଥିଲେ, ସଂଖ୍ୟାଲଘୁ ସରକାରଙ୍କୁ ବାଚସ୍ପତି ସୁରକ୍ଷା ଦେଉଛନ୍ତି। ବିଧାୟକମାନେ ଲୋକଙ୍କ ସ୍ବାର୍ଥ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ରୋହତଗୀ ଯୁକ୍ତି ବାଢ଼ିଥିଲେ। ଫଳରେ ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାର କିଛି ସମୟ ପରେ ଖଣ୍ଡପୀଠଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ବାଚସ୍ପତି ଶୀର୍ଷ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ୧୦ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଦର୍ଶାଇ ସେ ସୁପ୍ରିମକୋର୍ଟଙ୍କୁ ଜଣାଇବା ସହ ଅଧିକ ସମୟ ମାଗିଥିଲେ। ଜଷ୍ଟିସ୍‌ ଗୋଗୋଇଙ୍କ ଖଣ୍ଡପୀଠରେ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ, ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି ବେଳେ ନିଷ୍ପତ୍ତି ନେଇ ଅବଗତ କରାଇବାକୁ ବାଚସ୍ପତିଙ୍କୁ ସମୟ ମିଳୁ। ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ପୂର୍ବାହ୍ନରେ ରାୟ ପ୍ରକାଶ ପାଇସାରିଥିବାରୁ ବାଚସ୍ପତିଙ୍କୁ ଗୁରୁବାର ସୁଦ୍ଧା ନିଷ୍ପତ୍ତି ନେବାକୁ ପଡ଼ିବ। ବାଚସ୍ପତିଙ୍କ ପିଟିଶନର ଶୁଣାଣି ଶୁକ୍ରବାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri