Posted inଖେଳ

ସୁପର କପ୍‌ ଜିତିଲା ରିୟଲ ମାଡ୍ରିଡ୍‌

ଜେଦ୍ଦା,୧୩ା୧ (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ସୁପର କପ୍‌ ଫାଇନାଲରେ ରିୟଲ ମାଡ୍ରିଡ୍‌ ପେନାଲ୍ଟି ଶୁଟ୍‌ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ ସାମ୍ନାରେ ରିୟଲ ମାଡ୍ରିଡ୍‌ ତା’ର ୧୧ତମ ସ୍ପାନିଶ ସୁପର କପ୍‌ ଟାଇଟଲ ହାତେଇଛି। ମ୍ୟାଚ ଧାର୍ଯ୍ୟ ୯୦ ମିନିଟ୍‌ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ହୋଇ ରହିବାରୁ ଏକ୍ସଟ୍ରା ୩୦ ମିନିଟ୍‌ ଖେଳାଯାଇଥିଲା। ଏଥିରେ ଆଟଲେଟିକୋ ଦଳ ମ୍ୟାଚ୍‌ ଜିତିବାକୁ ସୁଯୋଗ ପାଇଥିଲା। ଦଳର ଷ୍ଟ୍ରାଇକର ଆଲଭାରୋ ମୋରାଟୋ ରିୟଲର ଫେଡ୍ରିକୋ ଭାଲଭେର୍ଡେଙ୍କ ସହ ଓ୍ବାନ-ଅନ-ଓ୍ବାନ ଖେଳ ଦେଖାଇ ଗୋଲପୋଷ୍ଟ ଆଡ଼େ ବଢ଼ିଥିଲେ। ମାତ୍ର ଆଭାରୋଙ୍କୁ ପଛପଟୁ ଟ୍ୟାକେଲ ମାରି ରୋକିଦେଇଥିଲେ ଫେଡ୍ରିକ। ଏଥିଯୋଗୁ ଫେଡ୍ରିକଙ୍କୁ ମିଳିଥିଲା ରେର୍ଡ କାର୍ଡ। ଫଳରେ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ଉଭୟ ଦଳର ଗୋଲକିପର ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ରିୟଲ ମାଡ୍ରିଡ୍‌ କିପର ଥିବାଉଟ କୋର୍ଟଇସ ଆଟଲେଟିକୋ ଦଳର ଥୋମାସ ପାର୍ଟିଙ୍କ ଶଟ୍‌କୁ ପ୍ରତିହିତ କରିଥିଲେ। ତାଙ୍କ ପୂର୍ବରୁ ଆଟଲେଟିକୋ ଦଳର ସଲ ନିଗୁଏଜଙ୍କ ଶଟ ଗୋଲପୋଷ୍ଟ ବାର ବାଜିଥିଲା। ଏହାପରେ ସେର୍ଗିଓ ରାମୋସଙ୍କ ସ୍ପଟ କିକ୍‌ ରିୟଲ ମାଡ୍ରିଡ୍‌କୁ ଆଣିଦେଇଥିଲା ଚଳିତ ସିଜନର ପ୍ରଥମ ଟ୍ରଫି। ଏହି ବିଜୟ ଯୋଗୁ କୋଚ୍‌ ଜିନେଡିନେ ଜିଡାନେଙ୍କ ଫାଇନାଲ ରେକର୍ଡ ବଳବତ୍ତର ରହିଛି। ତାଙ୍କ ନେତୃତ୍ୱାଧୀନ ଦଳ କୌଣସି ଫାଇନାଲରେ ଏପର୍ଯ୍ୟନ୍ତ ହାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri