Posted inଖେଳ

ସୁପର ଓଭରରେ ଜିତିଲା ଜିମ୍ବାଓ୍ବେ

ଲଣ୍ଡନ,୨୬।୬- ଦିନିକିଆ ସିରିଜ୍‌ରେ ୨-୦ରେ ପରାସ୍ତ ହେବା ପରେ ସୁପର ଓଭର ଜରିଆରେ ଜିମ୍ବାଓ୍ବେ ପ୍ରଥମଥର ବିଜୟ ସ୍ବାଦ ଚାଖିଛି। ମଙ୍ଗଳବାର ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ୧୫୩ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେ ଦଳ ବ୍ରେଣ୍ଡନ ଟେଲର(୪୦), କ୍ରିଗ ଇଭରିନ (୨୯), ଇଲଟନ ଚିଗମ୍ବୁରା (୨୯) ଓ ର଼୍ୟାନ ବୁରି (୨୩)ଙ୍କ ଉପଯୋଗୀ ଇନିଂସ୍‌ ବଳରେ ଶେଷପର୍ଯ୍ୟନ୍ତ ବ୍ୟାଟିଂ କରି ସମାନ ସ୍କୋରରେ ଅଲଆଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ ଜିତିବା ଲାଗି ଅନ୍ତିମ ବଲରେ ଜିମ୍ବାଓ୍ବେକୁ ଗୋଟିଏ ରନ୍‌ ଦରକାର ଥିଲା। ହେଲେ ରନ୍‌ଆଉଟ୍‌ ଯୋଗୁ ସୁପର ଓଭର ଆରମ୍ଭ ହୋଇଥିଲା। ସୁପର ଓଭରରେ ଜିମ୍ବାଓ୍ବେ ୧୮ ରନ୍‌ କରିଥିବାବେଳେ ନେଦରଲାଣ୍ଡକୁ ୯ ରନ୍‌ରେ ରୋକି ଦେଇଥିଲା। ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୨ ରନ୍‌ କରିଥିଲା। ଦଳ ପାଇଁ ମ୍ୟାକ୍ସ କୁପର ୫୬ ଓ ଅଧିନାୟକ ପିଟର ସିଲାର ୨୯ ରନ୍‌ କରିିଥିଲେ। ବୋଲିଂରେ ଜିମ୍ବାଓ୍ବେ ଲାଗି ସିନ ଓ୍ବିଲିୟମ୍ସ ଓ କ୍ରିସ ଏମ୍‌ପଫୁ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଇକ୍ଲିଷ୍ଟ ଆଲବେନଙ୍କୁ ସ୍ବର୍ଣ୍ଣ

ବର୍ଲିନ,୨୮।୧(ପି.ଟି.): ଭାରତୀୟ ସାଇକ୍ଲିିଷ୍ଟ ଇସୋ ଆଲବେନ ବର୍ଲିନ ଟୁର୍ନାମେଣ୍ଟର ପୁରୁଷ କେଇରିନ ଇଭେଣ୍ଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୮ ବର୍ଷୀୟ ସାଇକ୍ଲିିଷ୍ଟ ପୋଡିୟର...

ବ୍ରାଜିଲକୁ କୋପା ଆମେରିକା ଟ୍ରଫି

ରିଓ ଡି’ଜାନିରୋ,୮।୭- ଆୟୋଜକ ବ୍ରାଜିଲ ଚଳିତ କୋପା ଆମେରିକା ଟୁର୍ନାମେଣ୍ଟ ଟ୍ରଫି ହାତେଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ୧୦ଜଣିଆ ବ୍ରାଜିଲ ଦଳ ୩-୧ ଗୋଲରେ ପେରୁକୁ...

ଗଲ୍ଫ ପରେ ବିଲିଆଡର୍‌ସ ଖେଳିଲେ ଧୋନୀ

ରାଞ୍ଚ,୨୯।୯: ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଜାତୀୟ ଦଳରେ ଦେଖିବାକୁ ମିଳିନାହିଁ। ଅନ୍ତର୍ଜାତୀୟ...

ଭିଟ୍ଟୋରୀଙ୍କ ବଦାନ୍ୟତା: ନିଜ ପାଉଣାର କିଛି ଅଂଶ ଦାନ ଦେବାକୁ ବିସିବିକୁ ପ୍ରସ୍ତାବ ଦେଲେ

ଢାକା,୩୧।୫ (ପି.ଟି.): କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବାଂଲାଦେଶ ସ୍ପିନ୍‌ ବୋଲିଂ କୋଚ୍‌ ଡାନିଏଲ ଭିଟ୍ଟୋରୀ ଏକ ଦୃଷ୍ଠାନ୍ତମୂଲକ ପଦକ୍ଷେପ...

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ...

ସେରେନା-ଭେନସ୍‌ ପ୍ରତିଦ୍ୱନ୍ଦ୍ୱୀତା: ୩୧ତମ ମୁକାବିଲାର ସାନ ଭଉଣୀ ବିଜୟୀ

ଲେକ୍ସିଂଟନ,୧୪।୮(ଏପି): ଆମେରିକୀୟ ମହିଳା ଟେନିସ ତାରକା ତଥା ଦୁଇ ଭଉଣୀ ସେରେନା ଓ ଭେନସ ଓ୍ବିଲିୟମ୍ସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।...

ଅଷ୍ଟ୍ରେଲିଆ ୨୬ ଜଣିଆ ଦଳରେ ଖ୍ବାଜା, ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୭(ପି.ଟି): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଗୁରୁବାର ଏକ ୨୬ ଜଣିଆ ଶକ୍ତିଶାଳୀ ପ୍ରାଥମିକ ଦଳ ଘୋଷଣା କରିଛି। ଏହି ଦଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ...

ରାଜ୍ୟପାଳ ହୋଇପାରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କଲମ୍ବୋ,୨୧।୧୧:ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମୂଥୟା ମୁରଲିଧରନଙ୍କୁ ନେଇ ଏବେ ଚର୍ଚ୍ଚା। ଏବେ ସେ ଆଉ ଏକ ଇନିଂଶ ଖେଲିବାକୁ ଯାଉଛନ୍ତି। କ୍ରିକେଟରେ ନୁହେଁ ଏଥର ରାଜନୈତିକ...

Coronavirus Update


Archives

Model This Week

Why Dharitri