ସୁପରହିଟ୍‌ ଫିଲ୍ମର କିଛି ଭୁଲ ଦୃଶ୍ୟ

ବଲିଉଡ୍‌ରେ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ୍‌ ହୋଇଥାଏ। ସେଥିମଧ୍ୟରୁ କିଛି ସିନେମା ବକ୍ସ ଅଫିସରରେ ଭଲ ବ୍ୟବସାୟ କରୁଥିବା ବେଳେ ଆଉ କିଛି ଖରାପ ବ୍ୟବସାୟ କରିଥାଏ। ପ୍ରାୟ ସିନେମାରେ କିଛି ନା କିଛି ଭୁଲ ହୋଇଥାଏ, ଯାହା ଉପରେ ଦର୍ଶକଙ୍କ ନଜର ଯାଇ ନ ଥାଏ। ଏମିତି ୫ଟି ସୁପରହିଟ୍‌ ସିନେମାରେ ହୋଇଥିବା ଭୁଲ ବିଷୟରେ ଜାଣିବା।


ରବ୍‌ ନେ ବନାଦି ଯୋଡି: ୧୨ ଡିସେମ୍ବର ୨୦୦୮ରେ ରିଲିଜ୍‌ ହୋଇଥିଲା ଶାହାରୁଖ୍‌ ଖାନ୍‌ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ରବ୍‌ ନେ ବନାଦି ଯୋଡି’। ଏଥିରେ ଶାହାରୁଖ୍‌ ୨ଟି ଚରିତ୍ରରେ ଅଭିନୟ କରିଥିଲେ। ରାଜ୍‌ ଚରିତ୍ରରେ ଶାହାରୁଖ୍‌ ଅନୁଷ୍କାଙ୍କ ସହ ଫ୍ଲଟ୍‌ କରୁଥିବା ବେଳେ ଅନ୍ୟ ଏକ ଚରିତ୍ରରେ ସେ ସ୍ବାମୀ ସୁରେନ୍ଦର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ନିଶ ଏବଂ କେଶ ଷ୍ଟାଇଲ ବଦଳିଯିବା ପରେ ଅନୁଷ୍କା ସ୍ବାମୀଙ୍କୁ ଚିହ୍ନିପାରୁ ନାହାନ୍ତି। ଏହାକୁ ଦର୍ଶକ ସହଜରେ ଗ୍ରହଣ କରି ନ ଥିଲେ।


ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌: ଅକ୍ଟୋବର ୨ରେ ହ୍ରିତିକ୍‌ ରୋଶନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ ରିଲିଜ୍‌ ହୋଇଥିଲା। ଫିଲ୍ମର ଏକ ଦୃଶ୍ୟରେ ହ୍ରିତିକ୍‌ ଶତ୍ରୁଙ୍କୁ ମାଡ଼ ମାରିବା ସହ ତାଙ୍କଠାରୁ ମାଡ଼ଖାଇ ଛୋଟେଇ ଛୋଟେଇ କ୍ୟାଟ୍ରିନାଙ୍କ ପାଖକୁ ଯାଉଛନ୍ତି। ଏହା ପରେ ‘ତୁ ମେରି’ ଗୀତରେ ନୃତ୍ୟ ଆରମ୍ଭ ହୋଇଯାଉଛି। ଏଥିରେ ହ୍ରତିକ୍‌ ଏପରି ନୃତ୍ୟ କରୁଛନ୍ତି, ଏହା ଦେଖିଲେ ଲାଗିବ ତାଙ୍କ ଗୋଡରେ ଯେମିତି କୌଣସି ଆଘାତ ଲାଗି ନାହିଁ।


ଚେନ୍ନାଇ ଏକ୍ସପ୍ରେସ୍‌: ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ରେ ଗୋଆ ଇଜ୍‌ ଅନ୍‌ ସିନ୍‌ ସମସ୍ତଙ୍କର ମନେଥିବ, ଯେଉଁଥିରେ ଶାହାରୁଖ୍‌ ଦୀପିକାଙ୍କ ସହ ଟ୍ରେନ୍‌ରେ ଫଶିଯାଉଛନ୍ତି। ଏହି ଦୃଶ୍ୟରେ ଶାହାରୁଖ୍‌ ଜେନେରାଲ ବଗିରେ ପଶୁଛନ୍ତି ଏବଂ ସ୍ଲିପର ବଗିରୁ ବାହାରୁଛନ୍ତି। ଯାହା ଦର୍ଶକଙ୍କୁ ଅଡୁଆ ଲାଗିଥିଲା।


୩ ଇଡିୟଟ୍‌ସ: ଆମୀର ଖାନ୍‌, ଆର୍‌ ମାଧବନ, ଶରମନ ଯୋଶୀ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘୩ ଇଡିୟଟ୍‌ସ’ର ଏକ ଦୃଶ୍ୟରେ ଆମୀର ଛାତ୍ରମାନଙ୍କ କ୍ଲାସ୍‌ ନେଉଛନ୍ତି। ଏହି ସମୟରେ ସେ ସବୁଜ ରଙ୍ଗର ବୋର୍ଡରେ କିଛି ଶବ୍ଦ ଲେଖୁଛନ୍ତି। ପରେ ସେ ତାକୁ ନିଜ ବନ୍ଧୁଙ୍କ ନାମ ବୋଲି କହୁଛନ୍ତି। ମାତ୍ର ୨ଟି ଦୃଶ୍ୟରେ ବୋର୍ଡରେ ଲେଖାଯାଇଥିବା ଅକ୍ଷର ଭିନ୍ନ ପ୍ରକାରର।


ଶୋଲେ: ବଲିଉଡ୍‌ ଫିଲ୍ମ ‘ଶୋଲେ’ ଏକ ଐତିହାସିକ ଫିଲ୍ମ। ଫିଲ୍ମର ଶେଷ ଆଡକୁ ସଞ୍ଜିବ କୁମାର ଠାକୁର ଚରିତ୍ରରେ ଅଭିନୟକରି ଗବ୍ବରକୁ ଧୂମ୍‌ ପିଟୁଛନ୍ତି। ଏଥିରେ ତାଙ୍କୁ ବିନା ହାତରେ ଦେଖିବାକୁ ମିଳୁଛି। ମାତ୍ର ଫିଲ୍ମର କେତୋଟି ଦୃଶ୍ୟରେ ତାଙ୍କ ହାତ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri