ସୁପରହିଟ୍‌ ଫିଲ୍ମର କିଛି ଭୁଲ ଦୃଶ୍ୟ

ବଲିଉଡ୍‌ରେ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ୍‌ ହୋଇଥାଏ। ସେଥିମଧ୍ୟରୁ କିଛି ସିନେମା ବକ୍ସ ଅଫିସରରେ ଭଲ ବ୍ୟବସାୟ କରୁଥିବା ବେଳେ ଆଉ କିଛି ଖରାପ ବ୍ୟବସାୟ କରିଥାଏ। ପ୍ରାୟ ସିନେମାରେ କିଛି ନା କିଛି ଭୁଲ ହୋଇଥାଏ, ଯାହା ଉପରେ ଦର୍ଶକଙ୍କ ନଜର ଯାଇ ନ ଥାଏ। ଏମିତି ୫ଟି ସୁପରହିଟ୍‌ ସିନେମାରେ ହୋଇଥିବା ଭୁଲ ବିଷୟରେ ଜାଣିବା।


ରବ୍‌ ନେ ବନାଦି ଯୋଡି: ୧୨ ଡିସେମ୍ବର ୨୦୦୮ରେ ରିଲିଜ୍‌ ହୋଇଥିଲା ଶାହାରୁଖ୍‌ ଖାନ୍‌ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ରବ୍‌ ନେ ବନାଦି ଯୋଡି’। ଏଥିରେ ଶାହାରୁଖ୍‌ ୨ଟି ଚରିତ୍ରରେ ଅଭିନୟ କରିଥିଲେ। ରାଜ୍‌ ଚରିତ୍ରରେ ଶାହାରୁଖ୍‌ ଅନୁଷ୍କାଙ୍କ ସହ ଫ୍ଲଟ୍‌ କରୁଥିବା ବେଳେ ଅନ୍ୟ ଏକ ଚରିତ୍ରରେ ସେ ସ୍ବାମୀ ସୁରେନ୍ଦର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ନିଶ ଏବଂ କେଶ ଷ୍ଟାଇଲ ବଦଳିଯିବା ପରେ ଅନୁଷ୍କା ସ୍ବାମୀଙ୍କୁ ଚିହ୍ନିପାରୁ ନାହାନ୍ତି। ଏହାକୁ ଦର୍ଶକ ସହଜରେ ଗ୍ରହଣ କରି ନ ଥିଲେ।


ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌: ଅକ୍ଟୋବର ୨ରେ ହ୍ରିତିକ୍‌ ରୋଶନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ ରିଲିଜ୍‌ ହୋଇଥିଲା। ଫିଲ୍ମର ଏକ ଦୃଶ୍ୟରେ ହ୍ରିତିକ୍‌ ଶତ୍ରୁଙ୍କୁ ମାଡ଼ ମାରିବା ସହ ତାଙ୍କଠାରୁ ମାଡ଼ଖାଇ ଛୋଟେଇ ଛୋଟେଇ କ୍ୟାଟ୍ରିନାଙ୍କ ପାଖକୁ ଯାଉଛନ୍ତି। ଏହା ପରେ ‘ତୁ ମେରି’ ଗୀତରେ ନୃତ୍ୟ ଆରମ୍ଭ ହୋଇଯାଉଛି। ଏଥିରେ ହ୍ରତିକ୍‌ ଏପରି ନୃତ୍ୟ କରୁଛନ୍ତି, ଏହା ଦେଖିଲେ ଲାଗିବ ତାଙ୍କ ଗୋଡରେ ଯେମିତି କୌଣସି ଆଘାତ ଲାଗି ନାହିଁ।


ଚେନ୍ନାଇ ଏକ୍ସପ୍ରେସ୍‌: ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ରେ ଗୋଆ ଇଜ୍‌ ଅନ୍‌ ସିନ୍‌ ସମସ୍ତଙ୍କର ମନେଥିବ, ଯେଉଁଥିରେ ଶାହାରୁଖ୍‌ ଦୀପିକାଙ୍କ ସହ ଟ୍ରେନ୍‌ରେ ଫଶିଯାଉଛନ୍ତି। ଏହି ଦୃଶ୍ୟରେ ଶାହାରୁଖ୍‌ ଜେନେରାଲ ବଗିରେ ପଶୁଛନ୍ତି ଏବଂ ସ୍ଲିପର ବଗିରୁ ବାହାରୁଛନ୍ତି। ଯାହା ଦର୍ଶକଙ୍କୁ ଅଡୁଆ ଲାଗିଥିଲା।


୩ ଇଡିୟଟ୍‌ସ: ଆମୀର ଖାନ୍‌, ଆର୍‌ ମାଧବନ, ଶରମନ ଯୋଶୀ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘୩ ଇଡିୟଟ୍‌ସ’ର ଏକ ଦୃଶ୍ୟରେ ଆମୀର ଛାତ୍ରମାନଙ୍କ କ୍ଲାସ୍‌ ନେଉଛନ୍ତି। ଏହି ସମୟରେ ସେ ସବୁଜ ରଙ୍ଗର ବୋର୍ଡରେ କିଛି ଶବ୍ଦ ଲେଖୁଛନ୍ତି। ପରେ ସେ ତାକୁ ନିଜ ବନ୍ଧୁଙ୍କ ନାମ ବୋଲି କହୁଛନ୍ତି। ମାତ୍ର ୨ଟି ଦୃଶ୍ୟରେ ବୋର୍ଡରେ ଲେଖାଯାଇଥିବା ଅକ୍ଷର ଭିନ୍ନ ପ୍ରକାରର।


ଶୋଲେ: ବଲିଉଡ୍‌ ଫିଲ୍ମ ‘ଶୋଲେ’ ଏକ ଐତିହାସିକ ଫିଲ୍ମ। ଫିଲ୍ମର ଶେଷ ଆଡକୁ ସଞ୍ଜିବ କୁମାର ଠାକୁର ଚରିତ୍ରରେ ଅଭିନୟକରି ଗବ୍ବରକୁ ଧୂମ୍‌ ପିଟୁଛନ୍ତି। ଏଥିରେ ତାଙ୍କୁ ବିନା ହାତରେ ଦେଖିବାକୁ ମିଳୁଛି। ମାତ୍ର ଫିଲ୍ମର କେତୋଟି ଦୃଶ୍ୟରେ ତାଙ୍କ ହାତ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri