ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ

କୁଆଁରମୁଣ୍ଡା,୩୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ରାତିତମାମ ବଳାତ୍କାର କରିଛନ୍ତି। ଏହାପରେ ୩୦ ତାରିଖରେ ସେମାନଙ୍କ କବଳରୁ ଯୁବତୀଜଣଙ୍କ କୌଶଳକ୍ରମେ ଖସିଯାଇ ନିଜ ଘରକୁ ଯାଇଥିଲେ। ପରିବାରଲୋକଙ୍କୁ ସମସ୍ତ ବିଷୟ ଜଣାଇବା ପରେ ତାଙ୍କର ମା’ ଏବଂ ସମ୍ପର୍କୀୟମାନେ ବୁଧବାର ରାତିରେ କୁଆଁରମୁଣ୍ଡା ଫାଣ୍ଡିରେ ପହଞ୍ଚି ଏତଲା ଦେଇଥିଲେ। ଅଭିଯୋଗ ପରେ ବୀରମିତ୍ରପୁର ଆଇଆଇସି, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁମେରଜୋର ପଞ୍ଚାୟତ କର୍ଲାବୁଡ ଗ୍ରାମର ବିଜୟ ଓରାମ(୨୫), ରଞ୍ଜିତ ଟପ୍ପୋ(୨୬), ସଞ୍ଜିତ ଟପ୍ପୋ(୨୭)। ଏଥିସହ ପୀଡିତାଙ୍କ ଡାକ୍ତରୀମାଇନା ପାଇଁ ଗୁରୁବାର ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : କଲ୍ୟାଣମଣ୍ଡପକୁ ସ୍ଥାନାନ୍ତରଣର ବିରୋଧ

ବ୍ରହ୍ମପୁର ଅଫିସ,୧୮ା୭-ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ଉପକଣ୍ଠ ତଥା କନିଷିସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବା ଘୋଷଣା ପରେ ବିଭିନ୍ନ ସଂଗଠନ...

ଭୁବନେଶ୍ୱରରୁ ଆଜି ୪୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୩୮

ଭୁବନେଶ୍ୱର,୨୬।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୩୮...

ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଗୁଲାବ’; ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲା ବର୍ଷା

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହା ପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୧୭ କିଲୋମିଟର...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨ ଛାତ୍ରୀଛାତ୍ର ଅସୁସ୍ଥ: ଗୁଣିଆ ଡାକି ଝାଡ଼ିଲେ ଅଭିଭାବକ

ବନ୍ତଳା,୩୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିବା ୧୨ ଛାତ୍ରୀଛାତ୍ରଙ୍କୁ ଝଡ଼ାଫୁଙ୍କା କରିଛନ୍ତି ଗୁଣିଆ।...

ସାଇବର ଠକଙ୍କ ଶିକାର ହେଲେ ସ୍ବତନ୍ତ୍ର ସଚିବ

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ରାଜ୍ୟରେ ଏବେ ସାଇବର ଠକଙ୍କ କାରନାମା ବଢିବାରେ ଲାଗିଛି। ସାଧାରଣ ଲୋକଙ୍କ ସମେତ ଏମାନେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କଲେଣି। ଦୁଇଦିନ...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଲା ଭଦ୍ରକ ଜିଲା ପ୍ରଶାସନ, ନଚେତ ଗଣିବେ ଜରିମାନା

ଭଦ୍ରକ ଅଫିସ, ୧୧।୪ – ଭଦ୍ରକ ଜିଲାବାସୀ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା...

ନିର୍ବାଚନରେ ବ୍ୟାନର ଛିଣ୍ଡା ପ୍ରସଙ୍ଗ : ହୋମଗାର୍ଡଙ୍କୁ ବିଜେଡି ନେତାଙ୍କ ଧମକ

ଯାଜପୁର ଅଫିସ,୧୧ା୧୦: ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନାରେ ଗତ ସାଧାରଣ ନିର୍ବାଚନରେ ବ୍ୟାନର ଛିଣ୍ଡାଇବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର କେତେକ ବିଜେଡି ନେତା...

Advertisement
Archives

Model This Week