ସୁନା ୩୬ ହଜାର ଛୁଇଁବ

ନୂଆଦିଲ୍ଲୀ,୧୨।୭: ଆମେରିକା ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ସୁଧ ହାର କମାଯାଇପାରେ ବୋଲି ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମ ପାଓ୍ବେଲ ମନ୍ତବ୍ୟ ଦେବା ପରେ ସୁନା ବଜାରରେ ହଇଚଇ ସୃଷ୍ଟି ହୋଇଛି। ନିବେଶକମାନେ ସୁନାରେ ନିବେଶ କରିବା ସୁରକ୍ଷିତ ମନେ କରିବାରୁ ଗୁରୁବାର ପୁଣିଥରେ ସୁନାର ଅହେତୁକ ଦରବୃଦ୍ଧି ଘଟିଛି। ସ୍ଥାନୀୟ ସର୍ରାଫା ବଜାରରେ ହଳଦିଆ ଧାତୁର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୩୬ ହଜାର ଟଙ୍କାର ନିକଟତର ହୋଇଛି। ଗୁରୁବାର ପ୍ରତି ୧୦ ଗ୍ରାମ ସୁନାର ଦର ୯୩୦ ଟଙ୍କା ବୃଦ୍ଧି ପାଇ ୩୫,୮୦୦ ଟଙ୍କାରେ ପହଞ୍ଚତ୍ଛି। ଏହା ୨୦୧୪ ପରେ ସର୍ବାଧିକ ଦର ବୃଦ୍ଧି ବୋଲି କୁହାଯାଉଛି। ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନର ରିପୋର୍ଟ ଅନୁଯାୟୀ, ୯୯.୯% ଏବଂ ୯୯.୫% ଶୁଦ୍ଧତାର ୧୦ ଗ୍ରାମ ସୁନାର ମୂଲ୍ୟ ଗୁରୁବାର ୯୩୦ ଟଙ୍କା ବଢ଼ି ଯଥାକ୍ରମେ ୩୫,୮୦୦ ଟଙ୍କା ଏବଂ ୩୫,୬୩୦ ଟଙ୍କା ହୋଇଛି। ସେହିଭଳି ରୁପା ଦର ମଧ୍ୟ କେଜି ପ୍ରତି ୩୦୦ ଟଙ୍କା ବୃଦ୍ଧି ପାଇ ୩୯,୨୦୦ ଟଙ୍କାରେ ପହଞ୍ଚତ୍ଛି। ବ୍ୟବସାୟୀଙ୍କ କହିବାନୁଯାୟୀ, ସ୍ଥାନୀୟ ଜୁଏଲରଙ୍କ ପକ୍ଷରୁ ଚାହିଦା ବୃଦ୍ଧି କାରଣରୁ ସୁନା ଦର ବୃଦ୍ଧି ପାଇଛି। ଏହାମଧ୍ୟ ଖୁବଶୀଘ୍ର ୪୦ ହଜାର ଟଙ୍କା ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସୁନାର ଏଭଳି ଦରବୃଦ୍ଧିକୁ ଲକ୍ଷ୍ୟ କରି ବିଶେଷଜ୍ଞମାନେ ଆସନ୍ତାବର୍ଷ ଜୁନ୍‌ ସୁଦ୍ଧା ଏହି ଧାତୁର ମୂଲ୍ୟ ୧୦ ଗ୍ରାମ ପିଛା ୪୦ ହଜାର ଟଙ୍କା ହେବ ବୋଲି ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ଡିଜିଟାଲରେ ଆପଲ ପ୍ରଡକ୍ଟ ପ୍ରିବୁକିଂ

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଆପ୍‌ଲର ବିଭିନ୍ନ ପ୍ରଡକ୍ଟ ପ୍ରିବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଆପଲର ନୂଆ ଓ୍ବାଚ୍‌ ସିରିଜ ୬, ଆପଲ ଓ୍ବାଚ୍‌ ଏସ୍‌ଇ,...

୧୧ ଗୁଣ ବଢ଼ିଛି କୃଷି ବଜେଟ

ନୂଆଦିଲ୍ଲୀ: ୨୦୦୯-୧୦ରେ ଉପା ସରକାରଙ୍କ ସମୟରେ ଦେଶର କୃଷି ବଜେଟ ପରିମାଣ ପ୍ରାୟ ୧୨ ହଜାର କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧୧ ଗୁଣ...

୧୧୮ ଆପ୍‌ ବ୍ୟାନକୁ ଚାଇନାର ବିରୋଧ

ନୂଆଦିଲ୍ଲୀ,୪।୯: ଭାରତ ସରକାର ବୁଧବାର ୧୧୮ ଚାଇନା ଆପ୍‌ ବିରୋଧରେ କଟକଣା ଲଗାଇଛନ୍ତି। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଚାଇନା ବିରୋଧ କରିଛି। ଏହାକୁ ଚାଇନା ତୀବ୍ର...

ପଦବୀ ଛାଡ଼ିଲେ ଅର୍ବାନ ଲ୍ୟାଡର ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୩-୧୦: ଷ୍ଟାର୍ଟଅପ୍‌ ଅର୍ବାନ ଲ୍ୟାଡରର ସହ ପ୍ରତିଷ୍ଠାତା ତଥା ପ୍ରଡକ୍ଟ ଏବଂ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରୁଥିବା ରାଜିବ ଶ୍ରୀବାସ୍ତବ ପଦବୀରୁ ଇସ୍ତଫା ଦେଇଛନ୍ତି।...

ରାଜ୍ୟଗୁଡ଼ିକୁ ୩୬,୪୦୦ କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୬।୬: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ବାବଦ କେନ୍ଦ୍ର ସରକାର ୩୬,୪୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।...

କୋଲ ଇଣ୍ଡିଆକୁ ଭାଙ୍ଗି ଗଠନ ହେବ ୫ କମ୍ପାନୀ

ନୂଆଦିଲ୍ଲୀ,୧୮-୭: କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ ବିଶ୍ୱର ସର୍ବବୃହତ କୋଇଲା କମ୍ପାନୀ କୋଲ୍‌ ଇଣ୍ଡିଆ ଲିମିଟେଡକୁ ଭାଙ୍ଗି ୫ କମ୍ପାନୀ ଭାବେ ଏହାକୁ ଷ୍ଟକ ଏକ୍ସଚେଞ୍ଜରେ...

ଦିନେ ଥିଲେ ଧନ କୁବେର, ଏବେ ଦେବାଳିଆ

ନୂଆଦିଲ୍ଲୀ,୯-୨: ସମୟ ଥିଲା ବିଶ୍ୱ ସ୍ତରରେ ବିଲୟନେୟାରଙ୍କ ମଧ୍ୟରେ ଅନିଲ ଅମ୍ବାନୀ ୬ ନମ୍ବର ସ୍ଥାନରେ ରହିଥିଲେ। କିନ୍ତୁ ଏବେ ସେ ଦେବାଳିଆ ହୋଇ ଯାଇଛନ୍ତି।...

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କଲା ଖିମ୍‌ଜୀ

ଭୁବନେଶ୍ୱର,୫।୮: ବର୍ତ୍ତମାନ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି କୋଭିଡ୍‌ ଯୋଦ୍ଧାମାନେ ନିରନ୍ତର ଯୋଗଦାନ ରଖି ଆସୁଛନ୍ତି। ଏହି ଯୋଦ୍ଧାଙ୍କ କାର୍ଯ୍ୟକୁ ଖିମ୍‌ଜୀ ଗ୍ରୁପ୍‌ର ପ୍ରମୁଖ ଜୁଏଲେରି...

Advertisement


Archives

Model This Week