ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଲୁଟେରାଙ୍କୁ ଧରିଲେ ଛାତ୍ର ନେତା

ବାରିପଦା ଅଫିସ,୨୩ା୧୦- ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇଛି। ସହର ଏକ ପ୍ରକାର ଅପରାଧୀଙ୍କ ଚରାଭୁଇଁ ପାଲଟିଥିବା ଅଭିଯୋଗ ହେଉଛି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ ବେଳେ ରକ୍ସିରୋଡ଼ସ୍ଥିତ ଜଣେ ସୁନା ଦୋକାନୀ ଦୋକାନ ବନ୍ଦ କରି ମଧୁବନସ୍ଥିତ ନିଜ ଘରକୁ ଯାଉଥିଲେ। ଏହି ସମୟରେ ୨ ଜଣ ଦୁବୃର୍ତ୍ତ ଏକ ନମ୍ବର ବିହୀନ ମୋଟର ସାଇକେଲରେ ତାଙ୍କର ପିଛା କରି ବିଜୁପଟ୍ଟନାୟକ ଗୋଲେଇ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ରାସ୍ତାରେ ସୁନା ଗହଣା ବ୍ୟାଗକୁ ନେଇ ଖସି ଯାଉଥିଲେ। ସୁନା ଦୋକାନୀ ଜଣକ ତାଙ୍କ ପଛରେ ଗୋଡ଼ାଇ ଥିଲେ। ପରେ ଚିକିତ୍ସାଳୟ ନିକଟସ୍ଥ ଏକ ଚାହା ଦୋକାନ ନିକଟରେ ଥିବା ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ଶେଖ ଅବଦୁଲ ହବିବ ଓ ତାଙ୍କ ସମର୍ଥକମାନେ ଦୁର୍ବୃତ୍ତ ଦ୍ୱୟଙ୍କୁ ଗୋଡାଇ ଥିଲେ। ଜଣେ ଦୁର୍ବୃତ୍ତ ଖସି ଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ଟିଏସ୍‌ ପରୀକ୍ଷା, ସାହିତ୍ୟ ପ୍ରଶ୍ନପତ୍ରରେ ତ୍ରୁଟି

ଆଳି,୧୬।୧୨(ଡି.ଏନ.ଏ.): ଚଳିତବର୍ଷର ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାର ମାତୃଭାଷା (ସାହିତ୍ୟ) ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଉକ୍ତ ପରୀକ୍ଷା ସାଧାରଣତଃ...

ଲଗାଣ ବର୍ଷାରେ ଧୋଇଗଲା ପିସୁବାନ୍ଦା ନାଳ ପୋଲର ଦୁଇ ପାର୍ଶ୍ୱ ରାସ୍ତା: ଯାତାୟାତ ଠପ୍‌

କୋଟଗଡ଼, ୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଗତ ୪ଦିନଧରି ଲଗାଣ ବର୍ଷା ଲାଗିରହିଛି। ଏଥିରେ ପିସୁବାନ୍ଦା ନାଳ ଉପରେ ନୂତନଭାବେ ଏକ ପୋଲ ଠିକା...

ବେପରୁଆ ଚାଲିଛି ବର୍ତ୍ତନା-ଆଗରପଡା ରାସ୍ତା

ଖଇରା, ୨୦।୮(ଡି.ଏନ.ଏ.)-ବାଲେଶ୍ୱର ଭଦ୍ରକ କେନ୍ଦୁଝର ଓ ମୟୂରଭଞ୍ଜ ୪ ଜିଲାକୁ ସଂଯୋଗ କରୁଥିବା ବର୍ତ୍ତନା-ଆଗରପଡା ପୂର୍ତ୍ତ ବିଭାଗ ରାସ୍ତା ଏବେ ବେପରୁଆ ଢଙ୍ଗରେ ଚାଲୁଥିବାରୁ ଯାତ୍ରୀଙ୍କ...

ହାତୀ ଉପଦ୍ରବ: ନଷ୍ଟ କଲେ ଏକର ଏକର ଧାନଫସଲ

ପାଟଣା,୧୬ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଉଦୟପୁର ବିଟ୍‌ ଅଞ୍ଚଳର ବିନିଦା, ବାଲିପଶି ଓ ମଙ୍ଗଳପୁର ଗାଁରେ ୨୨ଟି ବଣୁଆ ହାତୀ ଉପଦ୍ରବ କରିଥିବା ଦେଖିବାକୁ...

ନିଶ୍ଚିନ୍ତକୋଇଲିରେ ଅମ୍ଫନ୍‌ ରଚିଲା ତାଣ୍ଡବ

ନିଶ୍ଚିନ୍ତକୋଇଲି,୨୦।୫(ସ୍ବ.ପ୍ର.): ମହାବାତ୍ୟା ଅମ୍ଫନ୍‌ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବୁଧବାର ତାଣ୍ଡବ ରଚିଛି। ଏହି ବ୍ଲକରେ ଥିବା ୪୧ଟି ପଞ୍ଚାୟତ ମଧ୍ୟରୁ ୩୦ଟିରେ ଗମନାଗମନ ଠପ୍‌...

‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ...

ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ

ମାଲକାନଗିରି,୮ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍‌ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା...

ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ନେବେ

କଟକ ଅଫିସ,୧୦।୮: କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ମନ୍ଦିର ଏବଂ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି...

Advertisement


Archives

Model This Week

Why Dharitri