Posted inଖେଳ

ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ

ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ ଦଳ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏଥିପାଇଁ ଭାରତୀୟ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକରେ। ଏଠାରେ ଜଣେ କ୍ରିକେଟ ଫ୍ୟାନ୍‌ ସୁନାରେ ବିଶ୍ୱକପ୍‌ ଟ୍ରଫି ନିର୍ମାଣ କରି ଚର୍ଚ୍ଚାକୂୁ ଆସିଛନ୍ତି। ସେ ହେଉଛନ୍ତି ନାଗରାଜ ରେଭାଙ୍କର। ୧.୫ ସେମିର ଏହି ଟ୍ରଫିଟିର ଓଜନ ମାତ୍ର ୦.୪୯ ଗ୍ରାମ। ଏହି ଟ୍ରଫି ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି। ଉକ୍ତ ଟ୍ରଫିଟିକୁ ପାକିସ୍ତାନ ପଠାଇ ଦେବାକୁ ୟୁଜର୍ସମାନେ ନାଗରାଜଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଚଳିତ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିସାରିଥିବାବେଳେ ପାକିସ୍ତାନ ଶେଷ ୪ ସ୍ଥାନରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ସୃଷ୍ଟି ହେଲା ସୂର୍ଯ୍ୟ-ଗୁରୁଙ୍କ ଦ୍ୱିଦ୍ୱାଦଶ ଯୋଗ: ଆଜିଠୁ କର୍କଟ ସମେତ ଏହି ୪ ରାଶି ପାଇଁ ଗୋଲ୍‌ଡେନ୍‌ ସୁଯୋଗ, ଅଚାନକ ଧନଲାଭ

ଜ୍ୟୋତିଷ ଗଣନା ଅନୁସାରେ, ସେପ୍ଟେମ୍ବର ୭ ତାରିଖରେ ସୂର୍ଯ୍ୟ ଓ ଗୁରୁଙ୍କ ମଧ୍ୟରେ ଦ୍ୱିଦ୍ୱାଦଶ ଦୃଷ୍ଟି ଯୋଗ ଗଠିତ ହେଉଛି। ଦୁଇ ଗ୍ରହ ପରସ୍ପରଠାରୁ ଦ୍ୱିତୀୟ ଓ…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri