ସୁଧୁରୁନି ସ୍ବାସ୍ଥ୍ୟସେବା

ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଉଥିବା ବ୍ୟାପକ ପ୍ରଚାର ହେଉଛି। ବାସ୍ତବରେ କିନ୍ତୁ ପ୍ରଚାର ତୁଳନାରେ କାମ ହେଉଥିବା ଅନୁଭବ ହେଉନାହିଁ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲାରେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୫୮ ଥିବାବେଳେ ଅଛନ୍ତି ମାତ୍ର ୨୨। ଜିଲାର କେବଳ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଦଦେଲେ ଅନ୍ୟ ବ୍ଲକ ଅଞ୍ଚଳରେ ପ୍ରସୂତି ଓ ସ୍ତ୍ରୀ ରୋଗ ପରାମର୍ଶଦାତା ନାହାନ୍ତି। ରାଜ୍ୟର ଅନେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ଓ ସେବା ଉପଲବ୍ଧ ହେଉଥିବା ବେଳେ ଜଗତ୍‌ସିଂହପୁର ଜିଲାକୁ ଅଣଦେଖା କରାଯାଉଛି। ବଡ଼ କଥା ହେଲା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଧିକାଂଶ ସମୟରେ ଗୁରୁତର ରୋଗୀ ପହଞ୍ଚୁଛନ୍ତି। କିନ୍ତୁ ଆଇସିୟୁ (ଇଣ୍ଟେନସିଭ୍‌ କେୟାର ୟୁନିଟ୍‌) ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ଏହି ସମୟରେ ଅନେକଙ୍କ ମୃତ୍ୟୁ ହେଉଥିବା ମଧ୍ୟ ନଜିର ରହିଛି। ସରକାର ଏଥିପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବା ଉଚିତ ବୋଲି ଦାବି ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ଅସଜଡା। ୧୯୯୩ ମସିହାରେ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ଥିଲା ୧୨୬। ତେବେ ୨୬ ବର୍ଷ ପରେ ମଧ୍ୟ ଏହି ସଂଖ୍ୟା ଅପରିବର୍ତ୍ତିତ ରହିଛି। ଆଶୁ ଚିକିତ୍ସା କେନ୍ଦ୍ର (କାଜୁଆଲିଟି) ମଧ୍ୟ ପୂର୍ବପରି ଚାଲିଛି। ଆଇସିୟୁ ନାହିଁ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସମ୍ପର୍କୀୟଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଯେଉଁ କାରଣରୁ ଅନେକ ଲୋକ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରୋଗୀ ସମ୍ପର୍କୀୟଙ୍କ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଓ ରୋଷଶାଳା ମଧ୍ୟରେ ପାଖାପାଖି ୩ ହଜାର ବର୍ଗ ଫୁଟ ଜମିରେ ୪ ତାଲା ବିଲ୍ଡିଂ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୨ ତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ପାଇଁ ପାଖାପାଖି ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ରୋଗୀ ସମ୍ପର୍କୀୟ ବସିବା ପାଇଁ ତଳ ଓ ଉପର ମହଲାରେ ହଲ୍‌ ରହିବ। ହଲ୍‌ଗୁଡିକରେ ଏସି ବ୍ୟବସ୍ଥା କରାଯିବ। ଏଥିସହ ପାର୍କିଂ, ଲିଫ୍ଟ, ଶିଡି ଆଦିର ବ୍ୟବସ୍ଥା ହେବ। ଏହି ପରିସରରେ କ୍ୟାଣ୍ଟିନ୍‌ ବ୍ୟବସ୍ଥା ସାଙ୍ଗକୁ ଏଲ୍‌ଇଡି ଲାଗିବ। ତଳ ଓ ଉପର ମହଲାରେ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଭାବେ ୪ଟି ଲେଖାଏ ୮ଟି ପାଇଖାନା ଏବଂ ଗାଧୁଆ ଘର ନିର୍ମାଣ ହେବ। ଏସବୁ ପ୍ରସ୍ତାବ ସରକାରଙ୍କ ନିକଟକୁ ଯାଇଥିବା କୁହାଯାଉଛି। ବାସ୍ତବରେ କିନ୍ତୁ ସରକାରୀ ଅନୁମୋଦନ ଲାଭ କରିନାହିଁ। ମାତୃ ଓ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ନିର୍ମାଣ ପାଇଁ ପାଖାପାଖି ୩ ବର୍ଷ ହେବ ଉଦ୍ୟମ ହୋଇଥିବାବେଳେ ଜମି ହସ୍ତାନ୍ତର ପ୍ରକ୍ରିୟା ନିକଟରେ ସରିଛି। ନିର୍ମାଣ କାମ ଆରମ୍ଭ ହେବାକୁ ଆହୁରି ସମୟ ଲାଗିବ। ଏହିପରି ଅନେକ ସମସ୍ୟା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।
– ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

୩୩ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: କଳସ ଶୋଭାଯାତ୍ରାରେ ପ୍ରକମ୍ପିତ ଅଞ୍ଚଳ, ୩୧ରେ ଭସାଣି

ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ମନୋହରପୁରଠାରେ ଅନୁଷ୍ଠିତ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଛି। ଏହି ପବିତ୍ର…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ତୁମୁଡ଼ିବନ୍ଧରେ ବର୍ଷା ଆରମ୍ଭ, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ସଜାଗ …

ତୁମୁଡ଼ିବନ୍ଧ, ୨୭।୧୦ (ଦୀପକ କୁମାର ପରାସେଠ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ଅଞ୍ଚଳରେ ଅନୁଭୂତ ହେବା ଆରମ୍ଭ ହୋଇଛି। ଅଞ୍ଚଳରେ ପ୍ରବଳ ଗୁଳୁଗୁଳି…

ଅଳଙ୍କାର ସଫା କରିବା ବାହାନାରେ ଲୁଟ୍: ମହିଳାଙ୍କୁ ଚକମା ଦେଇ ସୁନା ଚେନ୍-ମୁଦି ନେଇ ଚମ୍ପଟ ମାରିଲେ…

ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ): ଘରେ କୌଣସି ପୁରୁଷ ଲୋକ ନ ଥିବାର ସୁଯୋଗ ନେଇ ସୁନା-ରୁପା ଅଳଙ୍କାର ସଫା କରିବା ବାହାନାରେ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?