ସୁଧାର ଗୃହରେ ଫସିଛନ୍ତି ୧୩ ମହିଳା

ଖୋର୍ଦ୍ଧା ଅଫିସ,୨୧ା୩ : ସାରା ବିଶ୍ୱରେ ଲାଗି ରହିଛି କରୋନା ଆତଙ୍କ। ଏ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ସଂକ୍ରମଣ ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଦେଶ ଫେରନ୍ତାଙ୍କ ନାମ ପଞ୍ଜୀକରଣ କରାଯାଉଛି। ସେମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହାର ଭୟାବହତାକୁ ଉପଲବ୍ଧତ୍ କରି ବିଦେଶ ଅଥବା ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତି ବିଶେଷ ନିଜ ରାଜ୍ୟ ଏବଂ ଜିଲାକୁ ଫେରୁଛନ୍ତି। ଏଭଳି ସ୍ଥିତିରେ ଖୋର୍ଦ୍ଧା ସୁଧାର ଗୃହରେ ଥିବା ବାହାର ରାଜ୍ୟର ୧୩ ଜଣ ମହିଳା ଫସି ରହିଛନ୍ତି। ସେମାନେ ନିଜ ଘରକୁ ଯିବାକୁ ବ୍ୟାକୁଳ ହେଉଛନ୍ତି। ହେଲେ କର୍ତ୍ତୃପକ୍ଷ ସେମାନଙ୍କୁ ଉପଯୁକ୍ତ ପ୍ରମାଣପତ୍ର ବିନା ଛାଡିବାକୁ ନାରାଜ। ଏ ନେଇ ସମ୍ପୃକ୍ତା ମହିଳାମାନେ ଏବଂ ସୁଧାର ଗୃହ କର୍ତ୍ତୃପକ୍ଷ ମୁହଁ।ମୁହିଁ ହୋଇଥିବା ଜଣାପଡିଛି।
ଭୁବନେଶ୍ୱର କମିଶନରେଟ ପୋଲିସ ୩ଦିନ ତଳେ ୧୩ ଜଣ ବାହାର ରାଜ୍ୟର ମହିଳାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ସୁଧାର ଗୃହରେ ଛାଡିଥିଲା। ଗୁରୁବାର ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ପୋଲିସ ସେମାନଙ୍କୁ ଛାଡି ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। ଏ ନେଇ ସୁଧାର ଗୃହ ଉପଦେଷ୍ଟା ମୀରା ମାନ୍ଧାତାଙ୍କୁ ପଚାରିବାରେ ପୋଲିସ ଆଣି ସେମାନଙ୍କୁ ଏଠାରେ ଛାଡିଥିଲା। ପୋଲିସ ଲିଖିତନାମା ଦେବା ପରେ ସେମାନଙ୍କୁ ଛଡାଯିବ। ଅଥବା ସେମାନଙ୍କ ପରିବାରର କୌଣସି ସଦସ୍ୟ ଆସି ଉପଯୁକ୍ତ ପ୍ରମାଣପତ୍ର ଦେଲେ ଛଡାଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ନିଖୋଜ ସମ୍ପର୍କରେ ଏତଲା ଦେଲେ ବିଇଓ

ରାଇଘର, ୯।୨( ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ଜଣେ ଶିକ୍ଷକ ନିଖୋଜ ନେଇ ରାଇଘର ଥାନାରେ ଅଭିଯୋଗ ପରେ ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।...

ଏସ୍‌ଓପି ମାନୁନାହାନ୍ତି ମଦ ବିକ୍ରେତା

ଖୋର୍ଦ୍ଧା ଅଫିସ,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି।...

ମରାମତିରେ ଚାଲିଛି ୧୩୩ ବର୍ଷର ପୁରୁଣା ବିଦ୍ୟାଳୟ

ରାଇକିଆ,୨୧ା୧୨(ଡି.ଏନ୍‌.ଏ.): ଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶିକ୍ଷାଦାନଠାରୁ ଆରମ୍ଭ କରି ଭିତ୍ତି ଭୂମି ପର୍ଯ୍ୟନ୍ତ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି।...

ଭାଜପା ନେତ୍ରୀଙ୍କ କାର୍‌ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଣେ ଭାଜପା ନେତ୍ରୀଙ୍କ କାର୍‌କୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଜିଲା ଭାଜପା କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା...

୩ରୁ ବର୍ଷା ! ଏସବୁ ଜିଲାରେ କୁଆପଥର ମାଡ଼କୁ ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧।୨(ବ୍ୟୁରୋ): ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୪ରେ ଏହାର ପରିମାଣ ବୃଦ୍ଧି ପାଇବାର ଅନୁମାନ କରିଛି ଭୁବନେଶ୍ୱର...

ଅଦିନିଆ ଇସ୍କନ ରଥଯାତ୍ରାକୁ ବ୍ରହ୍ମକ୍ଷେତ୍ରରେ ପ୍ରତିବାଦ

ନିଶ୍ଚିନ୍ତକୋଇଲି, ୯।୨ (ସ୍ବ.ପ୍ର.): ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ବଳଦେବଜୀଉ ପୀଠରେ ରବିବାର ପ୍ରତିବାଦ କରାଯାଇଛି। ବଳଦେବଜୀଉ...

ଟିକା ନେବାକୁ ଡରୁଛନ୍ତି ଲୋକେ

ବୁଗୁଡ଼ା,୧୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ...

ପୁସ୍ତକମେଳାକୁ ନେଇ ସାହିତି୍ୟକ ମହଲରେ ଅସନ୍ତୋଷ

ଅନୁଗୋଳ ଅଫିସ୍‌, ୫।୩ – ଅନୁଗୋଳରେ ଚାଲିଥିବା ଜିଲାସ୍ତରୀୟ ପୁସ୍ତକମେଳାକୁ ନେଇ ଅନେକ ସାହିତି୍ୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ବ୍ୟାନରରେ ଏକ ଏନ୍‌ଜିଓ...

Advertisement
Archives

Model This Week