ସୁଧାର ଗୃହରୁ ୭ ଅନ୍ତେବାସୀ ଫେରାର

ବ୍ରହ୍ମପୁର ଅଫିସ,୨୦ା୫-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ବତନ୍ତ୍ର ସୁଧାର ଗୃହରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ସେଠାରେ ଥିବା ୭ ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି। ଏପରିକି ଅନ୍ତେବାସୀମାନେ ସୁରକ୍ଷା କର୍ମୀଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଆକ୍ରମଣ କରିଥିବା ନେଇ ଡି.ରାମଣା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୧୧୩/୨୦ରେ ଏକ ମାମଲା ରୁଜୁ କରି ଫେରାର ଅନ୍ତେବାସୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥାଇ ସୁଧାର ଗୃହରେ ଥିବା ଫୁଲବାଣୀ, କଳାହାଣ୍ଡି, ନୟାଗଡ଼ ଓ ଗଞ୍ଜାମ ଜିଲାର ନାବାଳକମାନେ ଯୋଜନାବଦ୍ଧ ଭାବେ ମଙ୍ଗଳବାର ସକାଳେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ। ଏପରିକି ତାଙ୍କ ପକେଟରୁ ଚାବି ବାହାର କରି ଗେଟ୍‌ ଖୋଲି ଫେରାର ହୋଇଯାଇଥିଲେ। ସୁଧାର ଗୃହ ନିକଟରେ ଥିବା ରେଳ ଧାରଣା କଡ଼ରେ ସେମାନେ ଦୌଡ଼ୁଥିବା ବେଳେ ସୁରକ୍ଷା କର୍ମୀ ରାମଣା ପିଛା କରିଥିଲେ ମଧ୍ୟ ଧରିପାରି ନ ଥିଲେ। ଅନ୍ତେବାସୀମାନେ କ’ଣ ପାଇଁ ଫେରାର ହୋଇଯାଇଛନ୍ତିି ତାର କାରଣ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବରୀ ବ୍ଲକରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ବରୀ, ୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସକାଳୁ ପୁଣି ଜଣେ...

ବିପଦସଙ୍କୁଳ ଛାତ୍ରୀନିବାସରେ ଶହେ ଅନ୍ତେବାସୀ

ଯାଜପୁର ଅଫିସ,୨୨ା୧: ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୧୦୦ଶର୍ଯ୍ୟା ବିଶିଷ୍ଟ...

୧୨ ବର୍ଷ ହେଲା ଶିକୁଳିରେ ବନ୍ଧା ୨ ଭାଇ

କୋକସରା, ୭।୭(ଡି.ଏନ.ଏ.) ସମୟ ବଦଳିଛି। ତା’ସହିତ ତାଳ ଦେଇ ବଦଳିଛି ଲୋକଙ୍କ ଜୀବନ ଶୈଳୀ। ହେଲେ ଅନ୍ଧବିଶ୍ୱାସରୁ ଆଜି ବି ମଣିଷ ବାହାରି ପାରିନାହିଁ। ତା’ର...

କରୋନା ସମ୍ପର୍କରେ ତାଲିମ ଦେଲେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସଂଯୋଜକ

ଟିଟିଲାଗଡ଼, ୨।୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଲିଖରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି। ଏନେଇ ପ୍ରଶାସନିକ ତପତ୍ରତା ଆରମ୍ଭ ହୋଇଛି। ଶନିବାର ବିଶ୍ୱ ସ୍ବାସ୍ଥ୍ୟ...

ସେବାୟତ ହତ୍ୟା ଘଟଣାରେ ପୁଣି ୪ ଜଣଙ୍କୁ ଧରିଲା ପୋଲିସ

ପୁରୀ ଅଫିସ,୨୨।୩(ବ୍ୟୁରୋ): ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ବାପପୁଅଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ପୁଣି...

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧- ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ(ସ) କ୍ଷେପଣାସ୍ତ୍ରକୁ...

ଅନୁମତି ସତ୍ତ୍ୱେ ଗଡ଼ିଲା ନାହିଁ ବସ୍‌

କଟକ ଅଫିସ, ୧୭ା୭: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ ସ୍ୱାଭାବିକ ହୋଇଥାନ୍ତା। ତେବେ କଟକ ବାଦାମବାଡି ଅଞ୍ଚଳରୁ ସକାଳୁ ଗୋଟିଏ...

୩ ଶିକ୍ଷକରେ ୧୦ ଶ୍ରେଣୀ

ଯାଜପୁର ଅଫିସ,୫ା୨: ଯାଜପୁର ଜିଲା ବ୍ୟାସନଗରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଭିତ୍ତିଭୂମି ସାଙ୍ଗକୁ ଶିକ୍ଷକ ଅଭାବ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷାକୁ...

Advertisement
Archives

Model This Week