Posted inଖେଳ

ସୁଦିରମାନ କପ୍‌:ପରାଜୟରୁ ଭାରତର ଅଭିଯାନ ଆରମ୍ଭ

ନାନ୍ନିଂ,୨୧ା୫(ପି.ଟି.)- ଏଠାରେ ଚାଲିଥିବା ସୁଦିରମାନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ଡି’ର ପ୍ରଥମ ମ୍ୟାଚ୍‌ରେ ଭାରତ ୨-୩ ବ୍ୟବଧାନରେ ମାଲେସିଆଠାରୁ ପରାସ୍ତ ହୋଇଛି। ମିକ୍ସଡ୍‌ ଡବଲ୍ସ ବର୍ଗରେ ସାତ୍ତ୍ୱିକସାଇରାଜ ରାନ୍‌କିରେଡ୍ଡୀ ଓ ଅଶ୍ୱିନୀ ପୁନ୍ନାପ୍ପା ବିଜୟ ସହ ଭାରତକୁ ୧-୦ର ଅଗ୍ରଣୀ ଆଣି ଦେଇଥିଲେ। କିଡାମ୍ବି ଶ୍ରୀକାନ୍ତଙ୍କ ବଦଳରେ ସମୀରଙ୍କୁ ପଠାଇବା ନିଷ୍ପତ୍ତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସମୀରଙ୍କୁ ୧୩-୨୧, ୧୫-୨୧ ଗେମ୍‌ରେ ଲି ଝି ଜିଆ ପରାସ୍ତ କରିଥିଲେ। ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ପି.ଭି. ସିନ୍ଧୁ ୨୧-୧୨, ୨୧-୮ ଗେମ୍‌ରେ ଗୋ ଜିନ ଓ୍ବେଇଙ୍କୁ ହରାଇଥିଲେ। କିନ୍ତୁ ପୁରୁଷ ଡବଲ୍ସ ବର୍ଗରେ ମନୁ ଅତ୍ରି ଓ ବି. ସୁମିଥ ରେଡ୍ଡୀଙ୍କ ଯୋଡ଼ି ପରାସ୍ତ ହେବାରୁ ମୁକାବିଲା ୨-୨ର ବରାବର ସ୍ଥିତିରେ ରହିଥିଲା। ଅନ୍ତିମ ତଥା ମହିଳା ଡବଲ୍ସ ବର୍ଗରେ ଅଶ୍ୱିନ ଓ ଏନ୍‌. ସିକ୍କି ରେଡ୍ଡୀଙ୍କ ଯୋଡ଼ିକୁ ଚୋ ମେଇ କନ ଓ ଲି ମେଙ୍ଗ ୟିନ ପରାସ୍ତ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ପରାଜୟ ଯୋଗୁ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଭାରତୀୟ ଦଳର ପ୍ରବେଶ କରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଭାରତୀୟ ଦଳ ତା’ର ପରବର୍ତ୍ତୀ ମୁକାବିଲାରେ ଶକ୍ତିଶାଳୀ ଚାଇନାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବିଲିୟମସନଙ୍କ ଶତକ: ଶୀର୍ଷକୁ ଫେରିଲା ନ୍ୟୁଜିଲାଣ୍ଡ

ବର୍ମିଂହାମ,୨୦।୬(ପି.ଟି.)- ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଅପରାଜିତ ଶତକ (୧୦୬ ରନ, ୧୩୮ ବଲ, ୯ ଚୌକା, ୧ ଛକା) ସହାୟତାରେ ବୁଧବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୫ତମ...

ଅଧିନାୟକ ପଦ ଛାଡ଼ିବେ କୋହଲି

ନୂଆଦିଲ୍ଲୀ,୧୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍‌ ପରେ ସେ ଟି୨୦ ଫର୍ମାଟର ଅଧିନାୟକ ପଦରୁ...

ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ...

କ୍ରୀଡ଼ା ମହାକୁମ୍ଭ ଲାଗି ଗାଇଡ୍‌ଲାଇନ

ଟୋକିଓ,୧୫।୭: ଆଥ୍‌ଲେଟ, ଉପସ୍ଥାପକ (ପ୍ରେଜେଣ୍ଟର୍ସ) ଓ ଭଲ୍ୟୁଟର୍ସ ଗ୍ରୁପ ଫଟୋ ନେଇ ପାରିବେ ନାହିଁ। ପୋଡିୟମରେ ପଦକଧାରୀ ଆଥ୍‌ଲେଟଙ୍କୁ ପୂରା ସମୟ ମାସ୍କ ପିନ୍ଧିବାକୁ ପଡ଼ିବ।...

ଦେଶକୁ ବିଶ୍ୱଚାମ୍ପିଅନ୍‌ କରାଇଲେ ପୁଅ, ପିତାଙ୍କୁ ପଡୁଛି ଗାଳି: ଜାଣନ୍ତୁ କାହିଁକି

ଲଣ୍ଡନ, ୧୬।୭: ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି।...

ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍‌

କରୋନା ମହାମାରୀ ଯୋଗୁ ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌(ଆଇପିଏଲ୍‌) ଅନୁଷ୍ଠିତ ହେବା ଆଶଙ୍କା ବଢି ବଢି ଯାଉଛି। ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପ୍‌ ସ୍ଥଗିତ ହେବା ପରେ...

କେକ୍‌ ସଜାଇଲେ ଧୋନୀ, ସାଥୀ ଖେଳାଳି କଲେ ଏଭଳି ଅବସ୍ଥା ଯେ…

ଦୁବାଇ,୬।୧୧: ନିଜ ଜନ୍ମ ଦିନରେ ଭାରତକୁ ବିଜୟ ଭେଟି ଦେଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ପ୍ରଥମେ ଟସ୍‌ ଜିତିବା ପରେ ଏକତରଫା ଭାବେ...

ଭୁଲ ବୁଝିପାରିଲେ ବିରାଟ କୋହଲି

ଦୁବାଇ,୪।୧୧:: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୬୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ...

Advertisement
Archives

Model This Week