ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ

ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ଜଣକୁ ଗିରଫ କରାଯାଇଛି। ଖବରରୁ ଜଣାପଡିଛି ଦାନ୍ତଓ୍ବୋଡା ଜିଲାରେ ମୁତୟନ ହୋଇଥିବା ପୋଲିସ ପକ୍ଷରୁ କିରଣ୍ଡୋଲ ଥାନା ଅନ୍ତର୍ଗତ ଗୁମିଆପାଲ ଜଙ୍ଗଲରେ ଏକ ସ୍ବତନ୍ତ୍ର ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବା ବେଳେ ଲାଲବାହିନୀ ପକ୍ଷରୁ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବା ନେଇ ଯୋଜନା ଚାଲିଥିବା ଖବର ପୋଲିସକୁ ମିଳିଥିଲା। ଫଳରେ ପୋଲିସ ଅତର୍କିତ ଭାବେ ଜଙ୍ଗଲରେ ଚଢାଉ କରିବାରୁ ଏହା ଦେଖି ମାଓବାଦୀମାନେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ଉଭୟପକ୍ଷଙ୍କ ମଧ୍ୟରେ ୨ଘଣ୍ଟା ଧରି ଗୁଳିଚାଳନା ହେବା ପରେ ପୋଲିସର ଜବାବି କାର୍ଯ୍ୟାନୁଷ୍ଠାନର ମୁକାବିଲା ମାଓବାଦୀମାନେ କରି ପାରି ନ ଥିଲେ। ଫଳରେ ପୋଲିସ ଗୁଳିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡିଛି। ମୃତ ୨ ମାଓବାଦୀ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଦସ୍ୟ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି। ୨ଟି ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମୃତ୍ୟୁ ଘଟିଥିବା ମାଓବାଦୀଙ୍କ ପରିଚୟ ମିଳି ନାହିଁ। ଗିରଫ ହୋଇଥିବା ମହିଳା ମାଓବାଦୀଙ୍କ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି ବୋଲି ଦାନ୍ତଓ୍ବୋଡା ଏସ୍‌.ପି. ଅଭିଷେକ ପଲ୍ଲଭ କହିଛନ୍ତି। ଅନ୍ୟପକ୍ଷରେ ଅଧିକ ତଦନ୍ତ ଚାଲିଥିବାରୁ ପୋଲିସ ଗିରଫ ମହିଳା ମାଓବାଦୀଙ୍କ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ଟାଇମ୍‌ପାସ୍‌: ଅନ୍‌ଲାଇନ୍‌ ଗେମିଂର ଡିମାଣ୍ଡ ବଢ଼ିଲା

ସସ୍ମିତା ପାଇକରାୟ ଭୁବନେଶ୍ୱର, ୨୨ା୪ (ବ୍ୟୁରୋ): କରୋନା ବଦଳାଇ ଦେଇଛି ଲୋକଙ୍କ ଜୀବନଶୈଳୀ। ଲକ୍‌ଡାଉନ୍‌ ଯୋଗୁ ଲୋକେ ଦିନରାତି ଘରେ ରହୁଥିବାବେଳେ ଟାଇମ୍‌ପାସ୍‌ ପାଇଁ ଭିନ୍ନ...

ରାଜ୍ୟରେ ଆଜି ୧୫୪୭ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୧୫୪୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଥିବା ରାଜ୍ୟ...

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ: ୧୯୨୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବୁଧବାର ୭୯୧ ସଂକ୍ରମିତ ଚିହ୍ନଟ...

ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ହୋମ କ୍ୱାରାଣ୍ଟାଇନରେ ରହିଲେ ରାୟଗଡ଼ା ସିଡିଏମ୍‌ଓ

ରାୟଗଡା ଅଫିସ,୧୦।୬-ରାୟଗଡା ଜିଲାରେ ବୁଧବାର ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯୁବତୀ ରହିଥିବାବେଳେ ଅନ୍ୟ ଜଣେ ପୁରୁଷ...

ଓ୍ବାର୍ଡସଭ୍ୟାଙ୍କ ଇସ୍ତଫା

ନିମାପଡ଼ା,୨୭।୧୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଅରିଷଣ୍ଢ ପଞ୍ଚାୟତର ୧୦ନଂ. ଓ୍ବାର୍ଡର ଓ୍ବାର୍ଡସଭ୍ୟା କବିତା ଦଳେଇ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମଙ୍ଗଳବାର...

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ...

ଭୁବନେଶ୍ୱରରେ ୮୩କୁ ପହଞ୍ଚିଲା ଆକ୍ଟିଭ୍‌ କରୋନା କେସ୍‌: ଆଜି ଖଣ୍ଡିଗରିରୁ ଚିହ୍ନଟ ହେଲେ ୨, ପଳାଶୁଣିରୁ…

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ନୂତନ...

ପିଏମ୍‌ଏଫ୍‌ବିୱାଇ ରାଶି ମିଳୁନି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ର ସୁଫଳ ରାଜ୍ୟର ଚାଷୀଙ୍କୁ ମିଳୁନାହିଁ। ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କ ପ୍ରିମିୟମ ପଇସା ନେଇ ମାଲାମାଲ ହେଉଛନ୍ତି। ବନ୍ୟା,...

Advertisement
Archives

Model This Week