ସିସିଟିଭି ନଜରରେ ରହିବ ଫୁଲବାଣୀ ସହର

ଫୁଲବାଣୀ ଅଫିସ, ୮ା୨ -ଏଥର ସାବାଡ ହେବେ ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକ। ବ୍ୟାଙ୍କ ସମ୍ମୁଖ ସମେତ ସହରର ବିଭିନ୍ନ ସ୍ଥାନରେ ଚୋରି ଏବଂ ଛିନ୍‌ତାଇ କରି ଖସି ଯାଉଥିବା ଅପରାଧୀ ଆଉ ଖସିବା ସମ୍ଭବ ହେବ ନାହିଁ । କାରଣ ସମଗ୍ର ସହର ଏଥର ସିସିଟିଭି ଅଧିନରେ ରହିବ ।
ଫୁଲବାଣୀ ସହରରେ ସିସିଟିଭି ଲାଗିବା ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା । ଏହା ନ ଥିବାରୁ ଚୋରି, ଡକାୟତି ଆଦି ବଢ଼ି ଚାଲିଥିଲା । ଗତ ସଡକ ସୁରକ୍ଷା କମିଟି ବୈଠକରେ ସହରର ପ୍ରମୁଖ ସ୍ଥାନରେ ସିସିଟିଭି ଲାଗିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାପରେ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା। ଏବେ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି ା ସହରର ଗୋଗପନ୍ଧୁ ଛକ, ବସ୍‌ ଷ୍ଟାଣ୍ଡ, ଏଫ୍‌ସିଆଇ ଛକ, ଜଗନ୍ନାଥ ମନ୍ଦିର ଛକ, ପେଟ୍ରୋଲ ପମ୍ପ ଛକ, ମାଦିକୁନ୍ଦା ଛକ, କଲେଜ ଛକ, ଷ୍ଟେଟ ବ୍ୟାଙ୍କ ସମ୍ମୁଖ, କୋର୍ଟ ଛକରେ ସିସି ଟିଭି ଲାଗିବ। ଶୁକ୍ରବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ା ଏସ୍‌ପି ପ୍ରତୀକ ଗୀତା ସିଂ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି। ସମସ୍ତ ସିସିଟିଭିର କଣ୍ଟ୍ରୋଲ ରୁମ ଫୁଲବାଣୀ ଟାଉନ ଥାନାରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଲା କଳିରୁ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ, ୬ା୧-ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଖେଳକୁଦ ଚାଲିଥିଲା। ଜଣେ ଅନ୍ୟ ଜଣଙ୍କ ହାତକୁ କାମୁଡ଼ି ଦେଲା ା ଏହାକୁ ନେଇ ଉଭୟ ପିଲାଙ୍କ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ଗର୍ଭବତୀ, ଶିଶୁ ଓ ବୃଦ୍ଧାବୃଦ୍ଧ

ଫୁଲବାଣୀ ଅଫିସ, ୧୪ା୫- ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଗର୍ଭବତୀ, ପ୍ରସୂତି, ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ୫ ବର୍ଷରୁ କମ୍‌ ଶିଶୁ...

ପୁଷ୍ଟି ବଗିଚା ସମ୍ପର୍କିତ କର୍ମଶାଳା

ଜି.ଉଦୟଗିରି,୮ା୯(ଡି.ଏନ.ଏ.): ଜି.ଉଦୟଗିରିର ସମନ୍ବିତଠାରେ ଓଡ଼ିଶା ଜୀବନ ଜୀବିକା ମିଶନ କନ୍ଧମାଳ ପକ୍ଷରୁ ପୁଷ୍ଟି ବଗିଚା ସମ୍ପର୍କିତ ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲା...

ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର

ରାଇକିଆ,୧୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ  ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି।...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହିଳା ମହାସଂଘର ସହାୟତା

ଖଜୁରିପଡା,୨୧ା୪(ଡି.ଏନ.ଏ.)- ଖଜୁରିପଡ଼ା ବ୍ଲକର ଆର.ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ୍‌)କୁ ୩୨,୩୬୦ ଟଙ୍କା ପ୍ରଦାନ କରାଯାଇଛି। ଏହି ମହାସଂଘ...

କାର ଦୁର୍ଘଟଣାରେ ୬ ଗୁରୁତର

ଜି.ଉଦୟଗିରି,୫ା୮(ଡି.ଏନ.ଏ.): ଜି.ଉଦୟଗିରି ଥାନାଞ୍ଚଳ କଳିଙ୍ଗାରୁ ୨ କିମି ଦୂର ଗଦିଙ୍ଗିଆ ଛକଠାରେ ସୋମବାର ଅପରାହ୍ନ ୩ଟାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି...

ସୂର୍ଯ୍ୟ ଚାରିପଟେ ବଳୟ ଦୃଶ୍ୟମାନ

ଜି.ଉଦୟଗିରି,୧୦ା୫(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର ପୂବାହ୍ନ ପ୍ରାୟ ୧୧ଟା ୧୫ରୁ ଅଧ ଘଣ୍ଟା ଧରି ସୂର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦୃଶ୍ୟମାନ...

ପିଡିଏସ୍‌ ସାମଗ୍ରୀ ବଣ୍ଟନବେଳେ ଗହଳି

ଦାରିଙ୍ଗବାଡ଼ି,୬।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ପକ୍ଷରୁ ବଣ୍ଟନ ସ୍ଥାନରେ ଗୋଲେଇ କରାଯିବା ସହ ଉକ୍ତ ଗୋଲେଇ ମଧ୍ୟରେ...

Coronavirus Update


Archives

Model This Week

Why Dharitri