ସିଲପଟ୍‌କୁ ଧକ୍କା ଦେଲା ଦୁରନ୍ତୋ ଏକ୍ସପ୍ରେସ୍‌

ରୂପ୍‌ସା, ୨୩।୧୧ (ଡି.ଏନ.ଏ.)/ ଭୁବନେଶ୍ୱର(ବ୍ୟୁରୋ): ହାଓଡ଼ାରୁ ଯଶୋବନ୍ତପୁରକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ (ନଂ. ୧୨୨୪୫) ଶୁକ୍ରବାର ବାଲେଶ୍ୱରର ରୂପସା ଷ୍ଟେଶନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇ ନ ଥିଲେ ମଧ୍ୟ ଟ୍ରେନ୍‌ର ବ୍ୟାପକ କ୍ଷତି ଘଟିଛି। ଅପରାହ୍ନ ୨.୦୨ରେ ଦୂରନ୍ତୋ ଏକ୍ସପ୍ରେସ୍‌ ରୂପସା ଷ୍ଟେଶନ ଅତିକ୍ରମ କଲା ବେଳେ ଟ୍ରାକ୍‌ ନିକଟରେ ପଡ଼ିଥିବା ସ୍ଲିପର କ୍ୟାଟଲ୍‌ ଗାର୍ଡ଼ ସହ ଧକ୍କା ହୋଇଥିଲା। ଫଳରେ ଇଞ୍ଜିନ ସହ କ୍ୟାଟଲ୍‌ ଗାର୍ଡ଼, ୩ଟି ପ୍ରେସର ଚାମ୍ବର ଏବଂ ବଗିଗୁଡ଼ିକୁ ସଂଯୋଗ କରୁଥିବା ହାଉଜ ପାଇପ୍‌ ନଷ୍ଟ ହୋଇଯାଇଛି। ଏଥିସହ ଟ୍ରେନ୍‌ର ୬ଟି କୋଚ୍‌ କ୍ଷତିଗ୍ରସ୍ତ ହୋଇଛି। ସ୍ଲିପର ଇଞ୍ଜିନ୍‌ ଆଗରେ ଥିବା କ୍ୟାଟଲ ଗାର୍ଡ଼ ସହ ଜୋର୍‌ରେ ମାଡ଼ ହୋଇଥିଲେ ବି ପାଇଲଟ୍‌ ସତର୍କତା ଅବଲମ୍ବନ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ଖଡ଼ଗପୁରରୁ କ୍ୟାରେଜ ଆଣ୍ଡ ୱାଗନ (ସିଏଣ୍ଡଡବ୍ଲ୍ୟୁ) ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀ ପହଞ୍ଚତ୍ ଅସ୍ଥାୟୀ ଭାବେ ମରାମତି କରିବା ପରେ ଏହି ଟ୍ରେନ୍‌ ପୁନଶ୍ଚ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି। ମରାମତିରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିବାବେଳେ ଏହି ଟ୍ରେନ୍‌ ସାଢ଼େ ୪ଘଣ୍ଟା ବିଳମ୍ବରେ ଯାତ୍ରା କରୁଛି ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଦୂରନ୍ତୋ ସ୍ବାଭାବିକ ଭାବେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଗତି କରିଥାଏ। ତେବେ ଏହାର ୬ଟି ଯାକ କୋଚ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ ଘଣ୍ଟା ପ୍ରତି ମାତ୍ର ୬୦ କିଲୋମିଟର ବେଗରେ ଏହା ଚାଲୁଛି। ଟ୍ରେନ୍‌ର ସ୍ବାଭାବିକ ଚଳାଚଳ ପାଇଁ ୬ଟି ନୂଆ କୋଚ୍‌ର ଆବଶ୍ୟକତା ରହିଛି। ଅପରାହ୍ନ ୩.୩୨ରେ ଘଟଣାସ୍ଥଳରେ ବିକଳ୍ପ ଭାବେ ନୂଆ ଇଞ୍ଜିନ ଲଗାଯାଇଥିଲା। ଭୁବନେଶ୍ୱରରେ ନୂଆ କୋଚ୍‌ ଯୋଡ଼ାଯାଇ ଗାଡ଼ିକୁ ଯଶୋବନ୍ତପୁର ଅଭିମୁଖେ ନେବାକୁ ରେଲଓ୍ବେ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।
ସୂଚନା ଅନୁଯାୟୀ, ଉତ୍ତର କ୍ୟାବିନ ଓ ଷ୍ଟେଶନ ମଧ୍ୟରେ ଠିକାଦାରଙ୍କ ଉପସ୍ଥିତିରେ ପ୍ଲାଟଫର୍ମ ନଂ ୧ ଓ ୨କୁ କଂକ୍ରିଟ୍‌ ସ୍ଲିପର ବୁହା ଚାଲିଥିଲା। ୮ଟି ସ୍ଲିପର୍‌ ବୁହା ସରିଥିବାବେଳେ ଆଉ ଗୋଟିଏ ଆଣିବା ବେଳକୁ ଅପଲାଇନ୍‌ରେ ଦୂରନ୍ତୋ ଏକ୍ସପ୍ରେସ୍‌ ଆସିଯାଇଥିଲା। ଫଳରେ ଜୀବନ ବିକଳରେ ବେପରୁଆ ଭାବେ ସ୍ଲିପରକୁ ଟ୍ରାକ୍‌ରେ ଛାଡ଼ି ସମସ୍ତେ ଦୌଡ଼ି ପଳାଇଥିଲେ। ପ୍ଲାଟଫର୍ମ ନଂ.୧ ଦେଇ ଅତିକ୍ରମ କରୁଥିବାବେଳେ ଟ୍ରେନ୍‌ଟି ସିଲ୍‌ପଟ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପୂର୍ବରୁ ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ୧୦୫ କି.ମି. ରହିଥିଲା ବୋଲି ପାଇଲଟ୍‌ଙ୍କ ନିକଟରୁ ସୂଚନା ମିଳିଛି। କ୍ଷଣିକ ପାଇଁ ଟ୍ରେନ୍‌ଟି ଦୋହଲି ଯିବାରୁ ଯାତ୍ରୀମାନେ କୋଚ୍‌ ଭିତରେ ଆତଙ୍କିତ ହୋଇ ଚିଲ୍ଲାଇଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। ଘଟଣାସ୍ଥଳରେ ଷ୍ଟେଶନ ମ୍ୟାନେଜର ମେଘରାୟ ହାଁସଦା, ଶ୍ରୀପତି ରାଉତ, ସିନିଅର ସେକ୍ସନାଲ ଇଞ୍ଜିନିୟର, ଆର୍‌ପିଏଫ୍‌ ଆଇଆଇସି ଜେ.ଏନ୍‌. ମହାପାତ୍ର, ଏସ୍‌ଆଇ ଭଗବାନ ସିଂହ ପ୍ରମୁଖ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ଏହାପରେ ଟ୍ରେନ୍‌ର ଇଞ୍ଜିନ ବଦଳାଯାଇ ନୂତନ ଇଞ୍ଜିନ ସଂଯୋଗ କରାଯାଇଥିଲା। ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ରିଲିଫ ଭ୍ୟାନ୍‌ରେ ସିଏଣ୍ଡଡବ୍ଲ୍ୟୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ପହଞ୍ଚତ୍ ବିଭିନ୍ନ ସ୍ଥାନରେ ୱେଲ୍‌ଡ଼ିଂ କରିବା ସହ ପ୍ରେସର ଚାମ୍ବର, ହାଉଜପାଇପ୍‌, ଏଙ୍ଗେଲ କପ୍‌ ପ୍ରଭୃତି ସଂଯୋଗ କରିଥିଲେ। ଏହାପରେ ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ଟ୍ରେନ୍‌ଟି ରୂପ୍ସା ଷ୍ଟେଶନ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଣା ଆଓ୍ବାର୍ଡ: ଭାଜପା

ଭୁବନେଶ୍ବର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ସେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ହଜାର ହଜାର ସଂଖ୍ୟାରେ...

ଭାବର ଠାକୁର

ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର। ସେଇଥିପାଇଁ ତ ବର୍ଷରେ ଥରେ ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଚାଲି ଆସନ୍ତି ଭକ୍ତ ପାଖକୁ ବଡ଼ଦାଣ୍ଡକୁ।...

ଓଟିଇଟି ପାଇଁ ୧୦ରୁ ଆବେଦନ

କଟକ ଅଫିସ, ୮ା୧୦: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୧୦ରୁ...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୧୧ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ବର, ୩ା୩(ବ୍ୟୁରୋ):କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କର ଅଷ୍ଟ୍ରେଲିଆ ପ୍ରତିପକ୍ଷ ଜେସନ କ୍ଲେର୍‌ଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀଠାରେ ୧୧ଟି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଉଭୟ...

ବନ ବିଭାଗ ଚୁପ୍‌, ଆଢୁଆଳରେ ଅଧିକାରୀ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ମହାନଦୀର କଟକ ମୁଣ୍ଡଳି ବ୍ରିଜ ତଳେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍‌ ବୋଟ୍‌ ଓଲଟି ଦୁଇଜଣଙ୍କ ଜୀବନ ଗଲା। ଏଥିସହ...

ମରଣଯନ୍ତା ପାଲଟିଛି ସର୍ଭିସ ରୋଡ

ଆନନ୍ଦପୁର,୧୧। ୯(ସ୍ବ.ପ୍ର.)- ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ସର୍ଭିସ୍‌ ରୋଡ ମାସ ମାସ ଧରି ମରଣଯନ୍ତା ପାଲଟିଛି। ବିଶେଷକରି ବହୁ ଗୁରୁତ୍ୱପୂର୍ଣ୍ଣ...

ଏଥର ପ୍ରଦୂଷଣମୁକ୍ତ ଦଶହରା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍‌ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ...

ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି:କୋହଳ ହେଲା ଆବେଦନ ବୟସ ସୀମା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ସରକାରୀ କଲେଜ ଅଧ୍ୟାପକ ପଦବୀ ପୂରଣ ପାଇଁ ବୟସସୀମା ବୃଦ୍ଧି କରାଯାଇଛି। ଏଣିକି ୩୩ ବର୍ଷ ପରିବର୍ତ୍ତେ ୪୮ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାକିରି ପାଇଁ...

Advertisement
Archives

Model This Week