ସିମୁଳିଆରେ ବିଧାୟକଙ୍କ ଦ୍ୱିତୀୟ ପାଳି ରେକର୍ଡ: ‘ଜଳସେଚନ ଓ ଗମନାଗମନକୁ ଗୁରୁତ୍ୱ ଦେବି’

ଖଇରା/ସିମୁଳିଆ, ୨୪।୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସିମୁଳିଆ ନିର୍ବାଚନ ମଣ୍ଡଳୀରେ କୌଣସି ବିଧାୟକ ପୂର୍ବରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ବିଜୟର ସ୍ବାଦ ଚାଖି ନ ଥିଲେ। ନିର୍ବାଚନ ଫଳାଫଳ ଘୋଷଣା ପରେ ଜ୍ୟୋତିପ୍ରକାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି , ନିର୍ବାଚନମଣ୍ଡଳୀ ଅଧୀନ ଖଇରା ଓ ସିମୁଳିଆ ବ୍ଲକରେ ଜଳସେଚନ, ଗମନାଗମନ, ଶିକ୍ଷାକୁ ପ୍ରାଥମିକତା ଦେବା ସହ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରବେ। ତାଙ୍କର ଏହି ବିଜୟ ଲାଗି ସେ ସିମୁଳିଆ ନିର୍ବାଚନ ମଣ୍ଡଳୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, ଜ୍ୟୋତିପ୍ରକାଶ ୨୦୧୪ ନିର୍ବାଚନ ଲଢି ତତ୍‌କାଳୀନ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କୁ ୭ହଜାର ଭୋଟରେ ପରାସ୍ତ କରିଥିଲେ। ଏଥର ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କୁ ସେ ୧୪ହଜାର ୯୫୯ଖଣ୍ଡ ଭୋଟରେ ପରାସ୍ତ କରି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ଜ୍ୟୋତିପ୍ରକାଶଙ୍କ ସମର୍ଥକମାନେ ରାତି ସାରା ବାଣ ଫୁଟାଇ ଖୁସି ମନାଇଥିଲେ।  ଶୁକ୍ରବାର ସକାଳେ ସେ ବାଲେଶ୍ୱର ପି.ଡି.ଙ୍କ ନିକଟରୁ ବିଧାୟକ ପ୍ରମାଣପତ୍ର ଗ୍ରହଣ କରିଥିଲେ। ପରେ ଉଭୟ ଖଇରା ଓ ସିମୁଳିଆ ବ୍ଳକରୁ ବିଭିନ୍ନ ଶୁଭେଚ୍ଛୁ ସମର୍ଥକ ଆସି ବାସଭବନରେ ତାଙ୍କୁ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ସମର୍ଥକମାନଙ୍କ ଗହଣରେ ଜ୍ୟୋତି ପ୍ରକାଶ ଶୋଭାଯାତ୍ରା କରି ବିଭିନ୍ନ ଅଞ୍ଚଳ ବୁଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ଜନା ଏବେ ସ୍ବପ୍ନାରାଣୀ

ତିହିଡ଼ି, ୧୬।୭ (ଡି.ଏନ.ଏ.) – ଭଲପାଇବା ମାନେନି ଜାତିଭେଦ କି ସାମାଜିକ ବନ୍ଧନ। ପ୍ରଶାନ୍ତ ଓ ଫର୍ଜନା ଏହା ବିରୋଧରେ ସାହସର ସହ ଲଢ଼ି ଏବେ...

ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ...

ରଜ ମହୋତ୍ସବରେ ପ୍ରତିଯୋଗିତା

ବନ୍ତ, ୧୬।୬ (ଡି.ଏନ.ଏ.) – ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାବାମଣି ମିଶନ କ୍ଲବ ପକ୍ଷରୁ ରଜ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ବିଜେଡି ଖେଳିଲା ଏସ୍‌ଇବିସି କାର୍ଡ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭% ପଛୁଆ ବର୍ଗ (ଏସ୍‌ଇବିସି)ଙ୍କୁ ପ୍ରାର୍ଥୀ କରିବ। କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ପରବର୍ତ୍ତୀ ନିର୍ବାଚନରେ...

ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ପଦ ପୂରଣ ଲାଗି ଅର୍ଥ ବିଭାଗର ମଞ୍ଜୁରୀ : ଆଜି ଉଚ୍ଚଶିକ୍ଷା ବିଭାଗ ଜାରି କରିବ ବିଜ୍ଞପ୍ତି

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡିର ଏକକ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ (ଆଫିଲିଏଟେଡ) ବିଶ୍ୱବିଦ୍ୟାଳୟ ହେବ। ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ...

ଜାନୁୟାରୀ ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ...

ପରିବାର ମଙ୍ଗଳ ଯୋଜନା ଦିଗହରା

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲାରେ ପରିବାର ମଙ୍ଗଳ ଯୋଜନା ଦିଗହରା ହୋଇପଡ଼ିଛି। ମୃତ୍ୟୁର ୪ବର୍ଷ ପରେ ବି ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରା...

ନବୀନଙ୍କ ପରେ ଶପଥ ନେଲେ ୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ୫ମ ଥର ଲାଗି ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ନବୀନ। ନବୀନ ଶପଥ ନେବା ପରେ ୨୦ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ...

Advertisement
Archives

Model This Week