Posted inଖେଳ

ସିନ୍ଧୁ ହାରିଲେ, ସେମିରେ ପ୍ରଣୀଥ

ଟୋକିଓ,୨୬।୭- ଚଳିତ ସିଜନରେ ଭଲ ଫର୍ମରେ ଥିବା ଭାରତୀୟ ଶଟଲର ବି. ସାଇ ପ୍ରଣୀଥ ସହଜ ବିଜୟ ସହ ଏଠାରେ ଚାଲିଥିବା ଜାପାନ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଷ୍ଟାର ମହିଳା ଶଟଲର ପି. ଭି. ସିନ୍ଧୁ ପରାଜୟ ସହ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ପ୍ରଣୀଥ ସିଧାସଳଖ ଗେମ୍‌(୨୧-୧୨, ୨୧-୧୫)ରେ ଇଣ୍ଡୋନେସିଆର ଟମି ସୁଗିଆର୍ଟୋଙ୍କୁ ହରାଇଦେଇଛନ୍ତି। ସେ ପରବର୍ତ୍ତୀ ରାଉଣ୍ଡରେ ଟପ୍‌ ସିଡ୍‌ କେଣ୍ଟୋ ମୋମୋଟାଙ୍କ ସହ ମୁକାବିଲା କରିବେ। ମହିଳା ସିଙ୍ଗଲ୍ସ ବର୍ଗରେ ସିନ୍ଧୁ ୧୮-୨୧, ୧୫-୨୧ ଗେମ୍‌ରେ ଆକାନେ ୟାମାଗୁଚିଙ୍କଠାରୁ ପରାସ୍ତ ହୋଇଛନ୍ତି। ସମାନ ଜାପାନିଜ ଖେଳାଳିଙ୍କଠାରୁ ସିନ୍ଧୁଙ୍କ ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଗତ ସପ୍ତାହରେ ଇଣ୍ଡୋନେସିଆ ଓପନ ଫାଇନାଲରେ ୟାମାଗୁଚିଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁଟିସି ଫାଇନାଲ: ରଜର୍ଭ ଡେ’ ଟିକେଟ ମୂଲ୍ୟ ହ୍ରାସ

ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା...

ଭାରତୀୟ ଟିମ୍‌ ମଧ୍ୟରେ ଚାଲିଥିବା ଏହି ଘଟଣାକୁ ନେଇ ଚିନ୍ତିତ ନୁହନ୍ତି ସଞ୍ଜୁ ସାମସନ୍‌: କହିଲେ ଏପରି..

ନୂଆଦିଲ୍ଲୀ,୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିବା ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ନେଇ ଚିନ୍ତିତ ନ ଥିବା...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ହିରୋ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାଙ୍କ ନାତି

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳ ତା’ର ପ୍ରାଧାନ୍ୟ ବଜାୟ ରଖି ରେକର୍ଡ ୫ମ ଥର ପାଇଁ ଜିତିଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ପୂରା ଟୁର୍ନାମେଣ୍ଟରେ ଅନେକ...

ଭାବପ୍ରବଣ ହୋଇଗଲେ ବିରାଟ କୋହଲି

ଲଣ୍ଡନ,୩।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ...

କ୍ରିକେଟ ପାଇଁ ମା’ଙ୍କଠାରୁ ଖାଉଥିଲେ ମାଡ, ଏବେ ଶାହରୁଖ ଖାନ୍‌ଙ୍କ ଟିମ୍‌କୁ କନ୍ଦାଇଲେ

ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଶଂସକମାନେ ପ୍ରାୟତଃ ରନ ବର୍ଷା ହେଉଥିବା ଦେଖନ୍ତି, କିନ୍ତୁ ବେଳେବେଳେ ବୋଲରମାନେ ମଧ୍ୟ ବୋଲିଂ କରି ବ୍ୟାଟ୍ସମ୍ୟାନ୍‌ଙ୍କୁ ହଇରାଣ କରନ୍ତି। ଆଇପିଏଲ...

କ୍ରିକେଟ ବେଟିଂ: ୨ ଗିରଫ

ମୁମ୍ବାଇ,୨୪।୬: ଗତ ସପ୍ତାହରେ ଓ୍ବେଷ୍ଟଇଣ୍ଡିଜ-ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ-ସାଉଥ୍‌ ଆଫ୍ରିକା ମ୍ୟାଚ୍‌ ଚଳିତ ଆଇସିସି ବିଶ୍ୱକପ୍‌ର କ୍ରିକେଟ ବେଟିଂ ପାଇଁ ସବୁଠୁ ବଡ଼ ଦିନ ଥିଲା। ମୁମ୍ବାଇ...

ଶତକ ମାରିବା ପରେ ଖୁସି ହେବା ବଦଳରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର: କାରଣ ଜାଣିଲେ…

ନୂଆଦିଲ୍ଲୀ,୨୩।୨: ଗତ ଜାନୁୟାରୀରେ ଭାରତୀୟ ଅଲରାଉଣ୍ଡର ବ୍ରଦର୍ସ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡା ବାପାଙ୍କୁ ହରାଇଛନ୍ତି। ଉଭୟ ବାପା ହିମାଶୁଂ ପାଣ୍ଡ୍ୟାଙ୍କ ବେଶ ନିକଟତର...

ବୁମ୍‌ରା, ମନ୍ଧାନାଙ୍କୁ ପୁରସ୍କାର

ବେଙ୍ଗାଲୁରୁ,୨୬ା୧୦(ପି.ଟି.)- ଓ୍ବିଜ୍‌ଡେନ୍‌ ଇଣ୍ଡିଆ ଅଲ୍‌ମାନାକ୍‌ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୫ଜଣ ବିଜେତାଙ୍କ ମଧ୍ୟରେ ଭାରତର ଦୁଇଜଣ ପ୍ରିମିୟର ସ୍ପିଡ୍‌ଷ୍ଟର...

Advertisement
Archives

Model This Week