ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ନୂଆପଡା ଅଫିସ,୨୪ା୪- ସରକାର ସବୁ ଗରିବ୍‌ ପରିବାରକେ ପକାଘର ଆର ଜମି ପଟ୍ଟା ଦେବାର ବେବସ୍‌ତା କରୁଛନ୍‌। ହେଲେ ବହୁତ୍‌ ଜାଗାରେ ଇ ସବୁ ଯୋଜନା କାଗଜ କଲମରେ ସୀମିତ ହେଇ ରହିଯାଉଛେ। ଯେନ୍‌ଥିରଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ସେନ୍‌ତା ଭିନେ ଭିନେ ସମିଆରେ ଗରିବ ଦୁଖିମାନେ ସାଧାରନ୍‌ ମଉଲିକ ସୁବିଧା ପାଏବାର ଲାଗି ବାରଦୁଆର ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ସିନାପାଲି ବ୍ଲକର ଶରଧାପୁର ଗଁାରେ। ଇ ଗଁାର ସଞ୍ଜୟ ସୁନାନୀ। ସେ ନିହାତି ଗରିବ୍‌ ହେଇଥିଲାବେଲେ ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଏନ୍‌ତା କି ତାକର ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ।

ସୂଚନା ହିସାବେ ଆଏଜ୍‌କେ ଚାଲିଶ ବଛର ତଲେ ସିନାପାଲି ବ୍ଲକର ସିତଲିଖଳିଆ ଗଁାର ଧର୍ମୁ ସୁନାନୀ ପେଟ୍‌ ପାଲବାର ଲାଗି କୁଟୁମବସିଆ ଭୋପାଲ ଦାଦନ ଖଟିଯାଇଥିଲେ। ସେଠାନେ କେହେନ୍‌ସି ରୋଗରେ ପଡ଼ି କୁଟ୍‌ମର ବଡ଼ଭାଗି ଲୋକ୍‌ ମରିଗଲେ। ହେଲେ ଭାଏଗ୍‌ ବଲେ ସଞ୍ଜୟ ସୁନାନୀ ବଁଚି ଯାଇଥିଲେ। ସେଠାନେ ଝନେ ସହୁରୁଦ୍‌ ଲୋକ ତାହାକୁ ପାଲପୋଷ୍‌ କରି ରଖିଥିଲେ। ଇ ଖବର ପାଇ ସଞ୍ଜୟର ମାମୁ ସେଠାନୁ ଶରଧାପୁର ନିଜର ଘରକେ ନେଇ ଆସିଥିଲେ। ପଛେ ସଞ୍ଜୟ ୨୦୧୩ ସାଲେ ଧନମତୀକୁଁ ପେମ୍‌ କରି ବିହା ହେଇଥିଲେ। ସେଦିନ୍‌ଠାନୁ ସଞ୍ଜୟ ଆର ଧନମତୀକେ ଦୁଇ ପରିବାର ଲୋକ୍‌ ଘରୁ ତଡ଼ି ଦେଇଛନ୍‌। ଇଆଡ଼େ ସଞ୍ଜୟର ନଁାରେ ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ। ଗୁଟେ ମେଲା ଜାଗାରେ କୁରିଆଟେ କରି ସଞ୍ଜୟ ନିଜର ପରିବାରକେ ରଖିଛନ୍‌। ଏହେଦେ ସଞ୍ଜୟର ପରିବାର କହେଲେ ମାଏକିନା ଧନମତୀ, ଦୁଇ ଛୁଆ ଶିବା(୪) ଆର କରିସ୍ମା(୧) ରହିଛନ୍‌। ଇଆଡ଼େ ସଞ୍ଜୟ ଯାହା କମାନି କରୁଛନ୍‌ ସେଟା ପରିବାରକେ ନିହଁଟ୍‌ ହେଉଛେ, ଏନ୍‌ତାଥି ଫେର ଘର ଖଁଡ଼େର ଚିନ୍‌ତା ସବୁବେଲେ ତାହାକୁ ଖାଇଯାଉଛେ। ଖରା, ବରଷା, ଶୀତ କାକରରେ କୁରିଆଟା ପରିବାରର ସାହାଭରସା ପାଲଟିଛେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସଞ୍ଜୟ ବ୍ଲକରୁ ଜିଲା କାର୍ଯ୍ୟାଳୟକେ ବାରବାର ଦଉଡ଼ି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ବ୍ଲକ ଅଧ୍ୟକ୍ଷା ତପସ୍ବିନୀ ମାଝୀକୁଁ ପଚରାଲାରୁ ଘଟନା ବାବ୍‌ଦେ ତଦଁତ୍‌ କରି ତାହାକୁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ନୂଆପଡ଼ା ଜିଲାର ଝାର ଜଂଗଲ, ତରେଠୁଟେ ଏନ୍‌ତା କେତେ ଯେ ସଞ୍ଜୟ ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌ ସଠିକ୍‌ କିଛି କହି ନାଇଁହୁଏ। ଏନ୍‌ତା ଦୁଖି ଗରିବ୍‌କୁ ଚିନ୍‌ହଁଟ କରି ସବୁପରକାର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଅଂଚଲର ବୁଧିଜୀବୀ ମହଲରେ ମତ ପରକାଶ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ରୁ ଜାତୀୟ ନାଟ୍ୟ ମହୋତ୍ସବ

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଆୟୋଜିତ ହେବ ଜାତୀୟ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ଧୂଳିରେ ଅତିଷ୍ଠ ସହରବାସୀ

ସମ୍ବଲପୁର,୨୬।୧୧(ଭବାନୀ ଶଙ୍କର ଭୋଇ)ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତାକାର୍ଯ୍ୟ ଦୀର୍ଘଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରି...

ସମ୍ବଲପୁର-ବନାରସ ଟ୍ରେନ୍‌ ବିଶାଖାପାଟଣାକୁ ସମ୍ପ୍ରସାରିତ

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର):କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଅର୍ଘ୍ୟ ଅର୍ପଣ

ସମ୍ବଲପୁର,୧୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଛଟ୍‌ପର୍ବ ପାଳନ କରାଯାଇଛି। ରବିବାର ସମ୍ବଲପୁର ସହରର ବିଭିନ୍ନ ନଦୀ ଘାଟ ସମେତ ବିଭିନ୍ନ...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଜମନକିରା,୧୯।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସରଡ଼ା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି।...

ଜଙ୍ଗଲରୁ ମିଳିଲା ଦନ୍ତା ହାତୀର ମୃତଦେହ

ନାକଟିଦେଉଳ, ୧୯।୧୧(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ସାଲେଭଟା ପଞ୍ଚାୟତ କୁନ୍ଦେଇଜୁରୀ ଗ୍ରାମ ନିକଟ ଜଙ୍ଗଲରେ ରବିବାର ଏକ ଦନ୍ତାହାତୀର ମୃତଦେହ...

ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା

ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍‌ସି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri