Posted inଜାତୀୟ

ସିଦ୍ଧୁ କେବେ ରାଜନୀତି ଛାଡିବେ ବୋଲି ଲେଖି ଲଗାଗଲା ପୋଷ୍ଟର

ଲୁଧିଆନା,୨୨।୬: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏବେ ଅଡୁଆରେ ପଡିଯାଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ସେ କହିଥିବା କଥା ଏବେ ତାଙ୍କୁ ବିବାଦକୁ ଟାଣି ନେଇଛି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯଦି ଆମେଥି ଆସନରୁ ନିର୍ବାଚନ ହାରନ୍ତି ତେବେ ସିଦ୍ଧୁ ରାଜନୀତି ଛାଡି ଦେବେ ବୋଲି କହିଥିଲେ। ରାହୁଲ ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ଆମେଥି ଲୋକ ସଭା ଆସନରୁ ପ୍ରାୟ ୫୫,୧୨୦ ଭୋଟରେ ହାରି ଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ସିଦ୍ଧୁ ତାଙ୍କ କଥା ରଖି ନାହାଁନ୍ତି। ଅର୍ଥାତ୍‌ ଏବେବି ସେ ରାଜନୀତିରେ ସକ୍ରିୟ ରହିଛନ୍ତି। ଏବେ ତାଙ୍କର ପୂର୍ବ କଥାକୁ ମନେପକାଇ ଲୁଧିଆନାର ପାଖଓ୍ବାଲ ରୋଡରେ ଯେଉଁ ପୋଷ୍ଟର ଲଗାଯାଇଛି ସେଥିରେ ସିଦ୍ଧୁ କେବେ ରାଜନୀତି ଛାଡୁଛନ୍ତି ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଡଙ୍ଗା: ୨୦ ନିଖୋଜ

ମେଦିନାପୁର, ୩୦।୯: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଏକ ଅଘଟଣ ଘଟିଛି। ପୂର୍ବ ମେଦିନାପୁରରେ ଏକ ଡଙ୍ଗା ବୁଡିଯିବାରୁ ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଆବଶ୍ୟକଠାରୁ...

ବଳାତ୍କାର ଅଭିଯୋଗ ଆଣିଲେ ମା’

ଶାହାଜହାନପୁର, ୭ା୩: ପୁଅ ବାପାଙ୍କ ପରିଚୟ ମାଗିବା ପରେ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମା’। ଉତ୍ତରପ୍ରଦେଶର ଶାହାଜହାନପୁରଠାରେ ଏଭଳି ଘଟଣା ସାମ୍‌ନାକୁ...

ସୋନୁ ନିଗମଙ୍କୁ ଆକ୍ରମଣ ଘଟଣା: ବିଧାୟକଙ୍କ ପୁଅ ନାଁରେ ଏତଲା

ମୁମ୍ବାଇ, ୨୨।୨: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳବାର ମୁମ୍ବାଇ ପୋଲିସ ଉଦ୍ଧବ ଗୋଷ୍ଠୀ ବିଧାୟକ ପ୍ରକାଶ ଫାଟେରପରକରଙ୍କ ପୁଅ ସ୍ବପନିଲ ପି....

୩ ପ୍ରବାସୀ ଶ୍ରମିକ ମୃତ

ଗ୍ବାଲିଅର, ୨୧ା୪: ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ...

୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର

ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...

ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର ପିଲା ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ

ଲକ୍ଷ୍ନୌ,୧।୧୧: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଶୁକ୍ରବାରଠାରୁ ଉତ୍ତର ପ୍ରଦେଶରେ ଏହାକୁ ଆହୁରି କଡାକଡି କରାଯାଇଛି। ସେଠାରେ ଏବେ ୨ ଚକିଆ ଯାନରେ ଯାଇଥିବା...

କରୋନା ଭାଇରସର ଗୁଜବରୁ ଦୂରେଇ ରହି ନମସ୍କାର କରିବା ଅଭ୍ୟାସ କରନ୍ତୁ: ମୋଦି

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜନଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜନଔଷଧି କେନ୍ଦ୍ର ସହ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ...

ଅର୍ଥନୀତିଜ୍ଞ ଈଶରଙ୍କ ପରଲୋକ

ନୂଆଦିଲ୍ଲୀ, ୨୭।୯: ମସ୍ତିଷ୍କ କର୍କଟରେ ଦୀର୍ଘ ୧୦ ମାସ ଧରି ପୀଡ଼ିତ ଥିବା ଅର୍ଥନୀତିଜ୍ଞ ଈଶର ଜଜ୍‌ ଆହଲୁଓ୍ବାଲିଆଙ୍କ ଶନିବାର ପରଲୋକ ହୋଇଯାଇଛି। ଅକ୍ଟୋବର ପହିଲାକୁ...

Advertisement
Archives

Model This Week