ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ରାଗିକି ଏମିତି କହିଲେ କ୍ରିତି

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁକୁ ନା ତାଙ୍କ ପରିବାର ନା ପ୍ରଶଂସକ କେହିବି ଗ୍ରହଣ କରି ପାରୁନାହାନ୍ତି। ୩ ତାରିଖ ଓଶିୱାରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତେବେ କେତେକ ଗଣମାଧ୍ୟମ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାରର ସମସ୍ତ କାର୍ଯ୍ୟକ୍ରମ ଦେଖାଇଥିବା ସମ୍ବେଦନଶୀଳତାକୁ ନେଇ ସେଲିବ୍ରିଟିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ବିଷୟରେ ନିଜର ମତାମତ ଦେଇ ଗଣମାଧ୍ୟମକୁ ଭର୍ତ୍ସନା କରିଥିଲେ। କୁଶାଲ ଟଣ୍ଡନ, ରାହୁଲ ବୈଦ୍ୟ ଏବଂ ଅନୁଷ୍କା ଶର୍ମାଙ୍କ ପରି ସେଲିବ୍ରିଟିମାନେ ମିଡିଆ କଭରେଜ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଅଭିନେତ୍ରୀ କ୍ରିତି ସାନନ ମଧ୍ୟ ଏକ ପୋଷ୍ଟ ଶେୟାର କରି ସିଦ୍ଧାର୍ଥଙ୍କ ଶେଷଯାତ୍ରାରେ ସମ୍ବେଦନଶୀଳ କଭରେଜକୁ ଭୁଲ ବୋଲି କହିଛନ୍ତି।

କ୍ରିତି ସାନନ ଲେଖିଛନ୍ତି, ‘ଏହା ମୋର ହୃଦୟକୁ ଭାଙ୍ଗି ଦେଇଛି, ଆମର ଗଣମାଧ୍ୟମ, ଫଟୋଗ୍ରାଫର ଏପରିକି ଅନଲାଇନ ପୋର୍ଟାଲ ମଧ୍ୟ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ଖବରକୁ ଅତ୍ୟନ୍ତ ଖରାପ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ଏହା ସମ୍ବାଦ ନୁହେଁ କିମ୍ବା ଏହା କୌଣସି ମନୋରଞ୍ଜନ ନୁହେଁ । କିଛି ସୀମା ପ୍ରସ୍ତୁତ କର। ଏହା ପୂର୍ବରୁ କୁହାଯାଇଛି ଏବଂ ଏବେ ମଧ୍ୟ କୁହାଯାଉଛି ଅନ୍ତିମ ସଂସ୍କାର କଭରେଜ୍‌ କରିବା ବନ୍ଦ କରନ୍ତୁ ’।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ନିଜକୁ ହରାଇଛନ୍ତି ସେମାନଙ୍କ ପାଗଳ ଅବସ୍ଥାରେ ଫଟୋ ଉଠାଇବା ବନ୍ଦ କରନ୍ତୁ। ଏହିପରି ଫଟୋ ଉଠାଇବା ଏବଂ ସେଗୁଡିକୁ ପୋଷ୍ଟ କରିବା ଏବଂ ଏଥିରେ ହୃଦୟ ବିଦାରକ ଲେଖିବା ମଧ୍ୟ ଭୁଲ ଅଟେ । କ୍ରିତିଙ୍କ ଭଉଣୀ ନୁପୁର ସାନନ ମଧ୍ୟ ସମାନ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ସେ ଲେଖିଛନ୍ତି, ‘ମୁଁ ବ୍ୟକ୍ତିଗତ ଭାବେ ସେହି ପରିବାରକୁ ଜାଣି ନଥିଲି କିନ୍ତୁ କିଛି ମିଡିଆ ହାଉସ ଯେଉଁଭଳି ଭାବେ ଅନ୍ତିମ ସଂସ୍କାର ଦେଖାଇଥିଲେ ତାହା ଭୁଲ ଥିଲା’ । ସେମାନେ ସେହି ପରିବାରକୁ ଶାନ୍ତିରେ ଶୋକ କରିବାକୁ ମଧ୍ୟ ଦେଉ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri