Posted inଖେଳ

ସିଡ୍‌ଲଙ୍କ ଅବସର

ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍‌ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି। ସେ ୬୭ ଟେଷ୍ଟ ଖେଳି ୩୦.୬୬ ହାରରେ ୨୨୧ ଉଇକେଟ ହାତେଇଛନ୍ତି। ଅନ୍ତିମ ଥର ଅଷ୍ଟ୍ରେଲିଆ ପାଇଁ ଆଶେସ ସିରିଜ୍‌ର ୫ମ ଟେଷ୍ଟ ଖେଳିଥିଲେ। ଏ ସମ୍ପର୍କରେ ଆଶେସ ସିରିଜ୍‌ବେଳେ ଆଲୋଚନା କରିଥିଲି। ଇଂଲଣ୍ଡରେ ଅବସର ଘୋଷଣା କରିବାର ସମ୍ଭାବନା ଥିଲା। କିନ୍ତୁ ଘରେ, ପରିବାର ଓ ବନ୍ଧୁଙ୍କ ଆଗରେ ଅବସର ନେବାକୁ ନିଷ୍ପତ୍ତି ନେଇଥିଲି ବୋଲି ସିଡ୍‌ଲ କହିଛନ୍ତି। ସର୍ବାଧିକ ଟେଷ୍ଟ ଉଇକେଟ ହାତେଇଥିବା ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ସେ ୧୩ତମ ସ୍ଥାନରେ ରହିଛନ୍ତି। ୨୦୧୦ ଇଂଲଣ୍ଡ ବିପକ୍ଷରେ ନିଜ ଜନ୍ମଦିନରେ ସେ ହ୍ୟାଟ୍ରିକ ନେଇଥିଲେ। ଏହା ଥିଲା ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ଘଟଣା। ସେ ୨୦୦୮ ଅକ୍ଟୋବରରେ ମୋହାଲିଠାରେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଟେଷ୍ଟ କ୍ୟାରିୟରରେ ୮ ଥର ୫ ଉଇକେଟ ସଫଳତା ପାଇଥିଲେ। ୫୪ ରନ୍‌ ଦେଇ ୬ ଉଇକେଟ ଅକ୍ତିଆର କରିବା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ପେଲ ଥିଲା। ଆହତ ସମସ୍ୟା ଯୋଗୁ ଦୀର୍ଘଦିନ ଧରି ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ୨୦୧୮ ପାକିସ୍ତାନ ବିପକ୍ଷ ଦୁଇ ଟେଷ୍ଟରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ଟେଷ୍ଟ ବ୍ୟତୀତ ୨୦ ଦିନିକିଆ ଓ ଦୁଇଟି ଟି୨୦ରେ ମୋଟ ୩୪ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁରୁଣା ବନ୍ଧୁଙ୍କ ସହ ଲଞ୍ଚ, ଭାଇରାଲ ହେଉଛି ଧୋନୀଙ୍କ ନୂଆ ଲୁକ୍‌ର ଫଟୋ

ରାଞ୍ଚି,୧୪।୭: କ୍ରିକେଟରୁ ଅବସର ନେବା ପରେ ରାଞ୍ଚିରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ହେଲେ ସାର୍ବଜନିକ...

ମୟଙ୍କ ନୁହନ୍ତି, ରୋହିତଙ୍କ ସହ ଓପନିଂ କରିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟକୁ ଭୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଏହି ସିରିଜ ଲାଗି ନିୟମିତ...

ମାରାଡୋନାଙ୍କ ଆସ୍ତ୍ରୋପଚାର ସଫଳ

ବୁଏନ ଆୟାର୍ସ,୫।୧୧(ଏପି): ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କ ମସ୍ତିସ୍କରେ ରକ୍ତସ୍ରାବକୁ ରୋକିବା ଏହି ଅସ୍ତ୍ରୋପଚାର କରାଯାଇଥିଲା। ୬୦ତମ ଜନ୍ମଦିନ...

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ନିଜ ନାମରେ ଏହି ଲଜ୍ଜାଜନକ ରେକର୍ଡ କଲେ ଚହଲ

ନୂଆଦିଲ୍ଲୀ,୨୮।୧୧: ଟିମ୍‌ଇଣ୍ଡିଆର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ ମ୍ୟାଚ୍‌ରେ ସବୁଠାରୁ ଅଧିକ ରନ୍‌ ଦେଇଥିବା...

ଟେଷ୍ଟରେ ପନ୍ତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର

ଦୁବାଇ,୨୦।୧: ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଉଇକେଟକିପର ଋଷଭ ପନ୍ତ ୮୯ ରନ୍‌ର ସିରିଜ୍‌ ବିଜୟୀ ପାଳି ଖେଳିଥିଲେ। ଏଥି ଯୋଗୁ ଆଇସିସି ଟେଷ୍ଟ...

ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ...

ଡି’କକ୍‌ ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ

ଜୋହାନ୍ସବର୍ଗ, ୧୨ା୧୨ (ପି.ଟି.)- ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର...

ବୋଟାସ୍‌ ଜିତିଲେ ରୁଷିଆନ୍‌ ଗ୍ରାଁ ପ୍ରି

ସୋଚି, ୨୮ା୯ : ରବିବାର ଅନୁଷ୍ଠିତ ରୁଷିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ମର୍ସିଡିଜ୍‌ ଡ୍ରାଇଭର ଭାଲଟେରି ବୋଟାସ ଟାଇଟଲ ବିଜୟୀ ହୋଇଛନ୍ତି। ସିଜନ ୨୦୨୦ରେ...

Advertisement
Archives

Model This Week