Posted inଜାତୀୟ

ସିଟ୍‌ ବେଲ୍ଟ ନ ବାନ୍ଧିବାରୁ ସ୍କୁଟି ଚାଳକଙ୍କ କଟିଲା ଚାଲାଣ

ଲକ୍ଷ୍ନୌ,୪।୧୦: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ଲୋକଲୋଚନକୁ ଆସିଛି। ଜଣେ ସ୍କୁଟିଚାଳକ ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ଚାଲାଣ କଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସ୍କୁଟି ଚାଳକ ପ୍ରବୀଣ କୁମାରଙ୍କ ଗାଡିର କାଗଜପତ୍ର ହଜିଯାଇଥିଲା। କାଗଜପତ୍ର ନୂଆ କରିବା ପାଇଁ ସେ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ପ୍ରବୀଣଙ୍କୁ ତାଙ୍କର ଚାଲାଣ କଟିଥିବା କଥା ଜଣାପଡ଼ିଥିଲା। ଏହାପରେ ସେ ଅଧିକାରୀ ଜଣକୁ ଚାଲାଣ ରସିଦ୍‌ ମାଗିଥିଲେ। ହେଲେଏ ରସିଦ୍‌ ଦେଖିବା ପରେ ସ୍କୁଟି ଚାଳକଙ୍କ ହୋସ ଉଡିଯାଇଥିଲା। ଏଥିରେ ଉଲ୍ଲେଖ ରହିଥିଲା ଯେ, ପ୍ରବୀଣ ସିଟ୍‌ ବେଲ୍ଟ ନ ବାନ୍ଧିଥିବାରୁ ତାଙ୍କାର ଚାଲାଣ କଟାଯାଇଛି। ଏନେଇ ସ୍କୁଟି ଚାଳକ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଅଧିକାରୀ ଜଣଙ୍କ ନୂଆ କାଗଜପତ୍ର ପାଇବା ହେଲେ ତାଙ୍କୁ ପ୍ରଥମେ ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲେ। ଏହି ଘଟଣା ଏବେ ସହରରେ ଆଲୋଡନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭।୦୭: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ସାକ୍ଷାତ କରିଛନ୍ତି । ଗାଜାରେ ଜାରି...

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇନାହାଁନ୍ତି। ଏହି ବୈଠକରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ...

ପାକିସ୍ତାନ ସୀମାରେ ବଡ଼ ଧରଣର ଏନ୍‌କାଉଣ୍ଟର, ଜଣେ ଯବାନ୍‌ ଶହୀଦ, ୪ ଆହତ

ନୂଆଦିଲ୍ଲୀ, ୨୭।୦୭: ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲାରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି । ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ବା ଏଲ୍‌ଓସିରେ ପାକିସ୍ତାନ ବର୍ଡର ଆକ୍ସନ...

ରାଗିଗଲେ ମମତା, ନୀତି ଆୟୋଗ ବୈଠକ ଛାଡି ମଝିରୁ ପଳାଇଲେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ଏହି ବୈଠକରେ ଭାଜପା ଶାସିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

NITI Aayog: କ’ଣ ଏହି ନୀତି ଆୟୋଗ, କେଉଁମାନେ ହୁଅନ୍ତି ଏଥିରେ ସାମିଲ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୭: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ନୀତିି ଆୟୋଗ ବୈଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଅଧ୍ୟକ୍ଷତା କରୁଛନ୍ତି। ଦେଶର ସମସ୍ତ...

ହଷ୍ଟେଲରେ ପଶି ଗର୍ଲଫ୍ରେଣ୍ଡକୁ ମର୍ଡର, ବଞ୍ଚାଅ ବଞ୍ଚାଅ ଚିତ୍କାର ପରେ ବି ବୟଫ୍ରେଣ୍ଡ୍‌…

ବେଙ୍ଗାଲୁରୁ, ୨୭।୦୭: ସାମାନ୍ୟ କିଛି ଘଟଣାକୁ ନେଇ ଗର୍ଲଫ୍ରେଣ୍ଡକୁ ବାରମ଼୍ବାର ଛୁରି ଭୁଷି ଅତି ନିର୍ମମ ଭାବେ ହତ୍ୟାକରିଛି ବୟଫ୍ରେଣ୍ଡ୍‌ । ଏପରି ଏକ ଚର୍ଚ୍ଚିତ...

ନିଟ୍‌ ପେପର ଲିକ୍‌ ମାମଲାରେ CBIକୁ ବଡ଼ ସଫଳତା, ପୋଖରୀରୁ ମିଳିଲା ୭ ଫୋନ୍‌

ଧନବାଦ,୨୭।୦୭: ନିଟ୍‌ ପେପର ଲିକ୍‌ ମାମଲାରେ ଶୁକ୍ରବାର ସିବିଆଇର ଏକ ଟିମ୍‌ ଧନବାଦରୁ ପବନ କୁମାର ନାମକ ଜଣେ ଯୁବକକୁ ଗିରଫ କରିଛି । ପବନ...

ପଲଟି ଗଲେ କି ପଲଟୁରାମ! ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri