Posted inଖେଳ

ସିଓଏ କାର୍ଯ୍ୟକାଳ ଶେଷ: ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ନେବେ

ମୁମ୍ବାଇ, ୨୩।୧୦(ପି.ଟି.)- ଭାରତର ଅନ୍ୟତମ ସଫଳତମ ଅଧିନାୟକ ବିବେଚିତ ହେଉଥିବା ସୌରଭ ଗାଙ୍ଗୁଲି ବୁଧବାର ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ପଦର ଦାୟିତ୍ୱ ହାତକୁ ନେବେ। ସେ ୩୯ତମ ଅଧ୍ୟକ୍ଷ ଭାବେ ଏହି ହାଇପ୍ରୋଫାଇଲ ପଦରେ ଆନୁଷ୍ଠାନିକ ଭାବେ ନିଯୁକ୍ତ ହେବେ। ଏଥିସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ)ର ରାଜୁତି ତଥା କାର୍ଯ୍ୟକାଳ ଶେଷ ହେବ। ଭାରତୀୟ କ୍ରିକେଟରେ ସ୍ବଚ୍ଛତା ଓ ସଂସ୍କାର ଆଣିବା ପାଇଁ ସିଓଏ ଗତ ୩୩ମାସ ଧରି କାର୍ଯ୍ୟ କରିଆସୁଥିଲା।
ଗାଙ୍ଗୁଲି ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ପଦ ପାଇଁ ମନୋନୀତ ହୋଇଥିଲେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଆ ଜୟ ଶାହା ବୋର୍ଡ ସମ୍ପାଦକ ହିସାବରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଉତ୍ତରାଖଣ୍ଡର ମହିମ ବର୍ମା ନୂଆ ବୋର୍ଡ ଉପ- ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ବର୍ତ୍ତମାନର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୂମାଲ କୋଷାଧ୍ୟକ୍ଷ ଓ କେରଳର ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।
ତେବେ ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ଗାଙ୍ଗୁଲି ମାତ୍ର ୯ ମାସ ପାଇଁ ଦାୟିତ୍ୱରେ ରହିବେ। ତାଙ୍କୁ ଆସନ୍ତାବର୍ଷ ଜୁଲାଇରେ ପଦ ଛାଡିବାକୁ ପଡିବ। ବୋର୍ଡ କିମ୍ବା ଅନୁବନ୍ଧିତ ଆସୋସିଏଶନରେ କୌଣସି ପଦରେ ୬ ବର୍ଷ କାର୍ଯ୍ୟ କରିବା ପରେ ଜଣେ ଅଧିକାରୀଙ୍କୁ ‘କୁଲିଂ ଅଫ୍‌’ ପିରିୟଡ ଦେଇ ଗତିକରିବାକୁ ହୋଇଥାଏ। ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ବେଙ୍ଗଲ(ସିଏବି)ର ସମ୍ପାଦକ ଓ ପରେ ଅଧ୍ୟକ୍ଷ ହିସାବରେ ୫ ବର୍ଷ କାର୍ଯ୍ୟ କରିସାରିଛନ୍ତି। ତେଣୁ ୯ ମାସ କାର୍ଯ୍ୟକାଳ ପରେ ସେ ‘କୁଲିଂ ଅଫ୍‌’ ପିରିୟଡ ପାଇଁ ପଦ ଛାଡିବାକୁ ହେବ। ଗାଙ୍ଗୁଲି ଏହି ଅଭିଜ୍ଞତାର ଫାଇଦା ଉଠାଇବେ ଓ ଭାରତୀୟ କ୍ରିକେଟକୁ ଆଗୁ ନେବାରେ ତ୍ୱରିତ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି।
ଗାଙ୍ଗୁଲି ମଧ୍ୟ କେତୋଟି ଲକ୍ଷ୍ୟ ନେଇ କାର୍ଯ୍ୟ କରିବେ ବୋଲି ସୂଚନା ଦେଇସାରିଛନ୍ତି। ଦେଶରେ ପ୍ରଥମ ଶ୍ରେଣୀ କ୍ରିକେଟର ପୁନର୍ଗଠନକୁ ସେ ପ୍ରାଧାନ୍ୟ ଦେବେ। ଭାରତୀୟ କ୍ରିକେଟ ପ୍ରଶାସନକୁ ପୁଣି ଟ୍ରାକକୁ ଆଣିବାକୁ ସେ ଚେଷ୍ଟା କରିବେ। ସେହିପରି ଅନ୍ତର୍ଜାତୀୟ କ୍ରିକେଟ ଆସୋସିଏଶନ (ଆଇସିସି) ସହ ସନ୍ତୁଳନ ରକ୍ଷା କାର୍ଯ୍ୟ କରିବା ସହ ଭାରତକୁ କ୍ରିକେଟ ମହାଶକ୍ତିର ପରିଚୟ ଦେବାକୁ ସେ ପ୍ରୟାସ କରିବେ ବୋଲି ଆଶା କରାଯାଉଛି।
ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନିୟମ ପାଇଁ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଓ ଜାତୀୟ ଚୟନ କମିଟିରେ ପୂର୍ବତନ କ୍ରିକେଟର ତଥା ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ନେଇ ସେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। କିଛି କରିବା ପାଇଁ ମୋତେ ସୌଭାଗ୍ୟ ମିଳିଛି ବୋଲି ଗାଙ୍ଗୁଲି କହିଛନ୍ତି। ୯ ମାସ ବହୁତ କମ୍‌ ସମୟ। ତେବେ ଏହି ସ୍ବଳ୍ପ ସମୟରେ ଗାଙ୍ଗୁଲି କିଭଳି ବୋର୍ଡର ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଅଯୋଗ୍ୟ ଘୋଷିତ ହୋଇଥିବା ପୂର୍ବତନ ତଥା ବରିଷ୍ଠ ପ୍ରଶାସକ ଏନ. ଶ୍ରୀନିବାସନ ଓ ନିରଞ୍ଜନ ଶାହଙ୍କ ସନ୍ତାନମାନେ ଏବେ ବିସିସିଆଇର ବିଭିନ୍ନ ପଦକୁ ନିର୍ବାଚିତ ହୋଇଥିବାରୁ ଏହି ପରିସ୍ଥିତି ସମ୍ଭାଳିବା ନେଇ ଗାଙ୍ଗୁଲି ପରୀକ୍ଷାର ସମ୍ମୁଖୀନ ହେବେ।
ପୁଣି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ ତାଙ୍କର ଭୂମିକା କ’ଣ ହେବ ତାହା ପରେ ଜଣାପଡିବ। ଦିବାରାତ୍ର ଟେଷ୍ଟ କ୍ରିକେଟ ଓ ସ୍ଥାୟୀ ଟେଷ୍ଟ ସେଣ୍ଟର ସେ କି ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ସିଓଏର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହାର ଅଧ୍ୟକ୍ଷ ବିନୋଦ ରାଏ ମଧ୍ୟ ମତ ରଖିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଆମେ କାର୍ଯ୍ୟ କରିଆସିଛୁ ଓ ଏନେଇ ଆମେ ସନ୍ତୁଷ୍ଟ। ଏବେ କୋର୍ଟ ଆମକୁ ଦାୟିତ୍ୱରୁ ବାଦ୍‌ ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri