ସିଏମ୍‌ସି ପକ୍ଷରୁ ଜାରି ହେଲା ଏସ୍‌ଓପି; କରୋନା: ବଢୁଛି ସଚେତନତା, ସତର୍କତା

କଟକ ଅଫିସ,୧୮୩: କରୋନା ଭୂତାଣୁର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ହେଲେ ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ବହୁମାତ୍ରାରେ ସତର୍କ ରହିବା ସହ ସଚେତନ ହେବାରେ ଲାଗିଛନ୍ତି। ମୁହଁରେ ମାସ୍କ ବାନ୍ଧି ଯାତାୟତ କରୁଥିବାବେଳେ ସାନିଟାଇଜର ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ମଙ୍ଗଳବାର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଜାରି କରାଯାଇଛି। ସାଧାରଣ ଲୋକ କିପରି ସଚେନତ ରହିବେ ସେ ନେଇ ସିଏମ୍‌ସି ପକ୍ଷରୁ ରହିଛି କିଛି ସ୍ବତନ୍ତ୍ର ନିର୍ଦ୍ଦେଶ। ସମସ୍ତ ହୋଟେଲ, ଲଜ୍‌, ଶପିଂମଲ୍‌, ବାଣିଜ୍ୟ ଅନୁଷ୍ଠାନ, କଲ୍ୟାଣମଣ୍ଡପ, ପାର୍କ, ରେଷ୍ଟୁରାଣ୍ଟ ଓ ଦୋକାନ ମାଲିକଙ୍କ ସହ କର୍ମକର୍ତ୍ତାମାନେ ଏହାକୁ ଅନୁପାଳନ କରିବାକୁ ସିଏମ୍‌ସି କମିଶନର ଏକ ନିୟମାବଳୀ ମାଧ୍ୟମରେ ଦର୍ଶାଇଛନ୍ତି। ଉପରୋକ୍ତ ସମସ୍ତ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କିଭଳି ଭାବେ ପ୍ରାଥମିକ ପଦକ୍ଷେପ ନିଆଯିବ ସେ ନେଇ ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଛି। ଏତଦ୍‌ବ୍ୟତୀତ ଧାର୍ମିକ ଅନୁଷ୍ଠାନଗୁଡିକ ପାଇଁ ଏକ ଭିନ୍ନ ଏସ୍‌ଓପି ଜାରି ହୋଇଛି। ଲୋକଙ୍କ ସହାୟତା ପାଇଁ ସିଏମ୍‌ସିର ଏକ କଣ୍ଟ୍ରୋଲ ରୁମ୍‌ (ନଂ.୭୦୭୭୭୭୫୫୫୫) କାର୍ଯ୍ୟ କରୁଛି। କମିଶନରଙ୍କ ନିର୍ଦ୍ଦେଶରେ ୫ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇଛି। ଏହି ସ୍କ୍ବାର୍ଡ ୪୩ଟି ମେଡିସିନ ଦୋକାନ ପରିଦର୍ଶନ କରିବା ସହିତ ମାସ୍କ ଓ ସାନିଟାଇଜର ଉପଲବ୍ଧ ସମ୍ବନ୍ଧରେ ଟିକିନିଖି ଖବର ବୁଝିଥିବା ଜଣାପଡିଛି। ଅନ୍ୟପକ୍ଷରେ ସଂକ୍ରମଣ ନ ବ୍ୟାପିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ପଦକ୍ଷେପ ନିଆଯାଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ଏଥିପାଇଁ ସାହାଯ୍ୟର ହାତ ବଢେଇଛନ୍ତି।

ସଚେତନ କଲେ ବିଧାୟକ
ବିଧାୟକ ଇଂ. ମହମ୍ମଦ ମୋକିମ ମଙ୍ଗଳବାର ସିଏମ୍‌ସିର ୱାର୍ଡ ନଂ.୧୭ରେ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ। ଏଥିସହ ପଟ୍ଟାପୋଲ, ପେନ୍‌ସନ୍‌ ଲେନ୍‌, ସୂତାହାଟ ଆଦି ଅଞ୍ଚଳରେ ବିଧାୟକଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ମୋକିମ ଘରକୁ ଘର ବୁଲି ପରିଷ୍କାର ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତ୍ରୀ ଗିରିବାଳା ବେହେରା, ଶୈଳବାଳା ଜେନା, ସେକ୍‌ ଲିଆକତଉଦ୍ଦିନ, ସୂର୍ଯ୍ୟକାନ୍ତ ରାଉତ, ସେକ୍‌ ଗୁଲାମ ମୋଇଦ୍ଦିନ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri