Posted inଜାତୀୟ

ସିଏଏ ବିରୋଧୀ ହିଂସା ପାଇଁ ବାହାରୁ ଆସୁଥିଲା ଅର୍ଥ !

ନୂଆଦିଲ୍ଲୀ,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ପଛରେ ଦେଶ ବିରୋଧୀ ଶକ୍ତି ଅଛି ବୋଲି କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦଶାଳୟ(ଇଡି)ର ଏକ ରିପୋର୍ଟରେ କୁହାଯାଇଛି କି ସିଏଏକୁ ବିରୋଧ କରି ଦେଶରେ ହିଂସାର ବାତାବରଣ ସୃଷ୍ଟି କରିବାକୁ ବାହାରୁ ଅର୍ଥ ଆସୁଥିଲା। ଉକ୍ତ ରିପୋର୍ଟରେ କୁହାଯାଇଛି କି ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ସିଏଏ ବିରୋଧ ହିଂସା ସହ ସିଧା ସମ୍ପର୍କ ରହିଛି। ଦେଶର ଯେଉଁସବୁ ଅଞ୍ଚଳରେ ସିଏଏ ବିରୋଧୀ ହିଂସା ହୋଇଛି ସେସବୁ ସ୍ଥାନରେ ପିଏଫ୍‌ଆଇର ସର୍ମ୍ପକ ରହିଥିବା କୁହାଯାଇଛି। ଉକ୍ତ ରିପୋର୍ଟରେ ଦାବି କରାଯାଇଛି କି ୭୩ ବ୍ୟାଙ୍କ ଖାତାରେ ୧୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଛି। ଯାହା ସିଏଏ ବିରୋଧ ପ୍ରଦର୍ଶନରେ ଖର୍ଚ୍ଚ କରାଯାଇଛି। ଇଡିର ଯାଞ୍ଚ ପରେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ମିଳିଥିବା ଖବର ଅନୁଯାୟୀ, ଗତ ଡିସେମ୍ବରରେ ସଂସଦରେ ସିଏଏ ପାସ୍‌ ହେବା ପରେ ଉତ୍ତର ପ୍ରଦେଶର କିଛି ଅଞ୍ଚଳର ପ୍ରାୟ ୭୩ ବ୍ୟାଙ୍କ ଆକାଉଣ୍ଟରେ ୧୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଥିଲା। ଆଉ ଏହି ଟଙ୍କା ବିରୋଧ ପ୍ରଦର୍ଶନ ପଣ୍ଡିଂ ଭାବେ ଖର୍ଚ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି।...

ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି।...

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ...

‘ହନିମୁନ୍ ପଲିଟିକ୍ସ’ ବୟାନକୁ ନେଇ କାହିଁକି ରାଗୁଛନ୍ତି ତେଜପ୍ରତାପ

ପାଟନା,୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝି ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ଦେଇଥିବା ‘ହନିମୁନ’ ବୟାନକୁ ନେଇ ଏବେ ରାଜନୀତି ହୋଇଛି...

ତୃତୀୟ ଲହର ପୂର୍ବରୁ କେତେ ସତର୍କ ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବା ଦରକାର। ଏଥି ନେଇ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚେନାବନୀ ମଧ୍ୟ...

ହସ୍ପିଟାଲରେ ବିଦ୍ୟୁତ୍‌ କାଟ୍‌: ଭେଣ୍ଟିଲେଟରରେ ଥିବା ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୋପାଳ,୧୨।୧୨: ହସ୍ପିଟାଲରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାମିଦିଆ ହସ୍ପିଟାଲରେ...

ଚାଇନା-ପାକ୍‌କୁ କଡା ବାର୍ତ୍ତା ଦେବ ମୋଦିଙ୍କ ଲେହ ଗସ୍ତ

ନୂଆଦିଲ୍ଲୀ,୩।୭: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଶୁକ୍ରବାର ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ...

ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍‌ରୁ ବର୍ଷେ ବାସନ୍ଦ

ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍‌ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ...

Advertisement
Archives

Model This Week