Posted inଜାତୀୟ

ସିଏଏକୁ ସମର୍ଥନ ଦେବା ମହଙ୍ଗା ପଡ଼ିଲା: ଦଳରୁ ନିଲମ୍ବିତ ହେଲେ ବିଧାୟିକା

ଭୋପାଳ, ୨୯।୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି)କୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦୃଢ଼ ବିରୋଧ କରୁଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ବିଏସ୍‌ପି ବିଧାୟିକା ଏହି ଆଇନକୁ ସମର୍ଥନ କରିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଦଳର ସୁପ୍ରିମୋ ମାୟାବତୀ। ସେ କହିଛନ୍ତି, ବିଏସ୍‌ପି ଏକ ଅନୁଶାସିତ ଦଳ। ଦଳର ନିୟକକାନୁନ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଏମ୍‌ପି/ବିଧାୟକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଏ। ଏହି କ୍ରମରେ ସିଏଏକୁ ସମର୍ଥନ ଦେଇଥିବା ମଧ୍ୟପ୍ରଦେଶର ପଥେରିଆ ନିର୍ବାଚନମଣ୍ଡଳୀ ବିଧାୟିକା ରମାବାଈ ପରିହାରଙ୍କୁ ଦଳରୁ ନିଲମ୍ବନ କରାଯାଉଛି ବୋଲି ମାୟାବତୀ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରର ସିଏଏକୁ ବିରୋଧ କରୁଛି ବିଏସ୍‌ପି। ସଂସଦରେ ମଧ୍ୟ ବିଏସ୍‌ପି ସିଏଏ ବିରୋଧରେ ଭୋଟ ଦେଇଥିଲା। ନାଗରିକତ୍ୱ ସଂଶୋଧନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ସମ୍ପୃକ୍ତା ବିଧାୟିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଆଇନ ବହୁ ପୂର୍ବରୁ ହେବାର ଥିଲା, କିନ୍ତୁ ନିୟମ ଲାଗୁ କରିବା ପାଇଁ ପୂର୍ବରୁ କେହି ସକ୍ଷମ ହୋଇ ନ ଥିଲେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପୂର୍ବରୁ ପୀଡ଼ିତାଙ୍କ ପତ୍ର ନ ମିଳିବା ଘଟଣା: ସିଜେଆଇଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ, ୩୦ା୭: ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଯାଉଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାର କିଛିଦିନ ପୂର୍ବରୁ ପୀଡ଼ିତା ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ...

ଚଳିତବର୍ଷ ମକର ସଂକ୍ରାନ୍ତିରେ ଲାଲୁଙ୍କ ବାସଭବନରେ ଆୟୋଜିତ ହେବନାହିଁ ଦହି-ଚୁଡା ଭୋଜି

ପାଟନା,୧୪।୧: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଜେଲ୍‌ ଯିବା ପରେ ତାଙ୍କ ବାସଭବନରେ ପର୍ବପର୍ବାଣୀର ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ସବୁ ବର୍ଷ ମକର...

ପ୍ରତିବାଦ ବେଳେ ରାସ୍ତା ଅବରୋଧ ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୪: ଧାରଣା ପ୍ରଦର୍ଶନ ସମୟରେ ରାସ୍ତା ଜାମ୍‌ ଯୋଗୁ ଲୋକଙ୍କୁ ହେଉଥିବା ସମସ୍ୟାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଏବ ବଡ଼...

୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’

ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା...

ସୁଷମାଙ୍କ ପଦାଙ୍କ ଅନୁସରଣ କରିବା ଗର୍ବର କଥା: ଜୟଶଙ୍କର

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପୂର୍ବରୁ ବିଦେଶ ସଚିବ ଥିବା ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ ଏଥର ମିଳିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଶନିବାର ସେ ଏହି ଦାୟିତ୍ୱ ନେବା...

ମୋଦି ମଧ୍ୟ ମୋ କ୍ୟାରିୟରକୁ ଶେଷ କରିପାରିବେ ନାହିଁ, କାହିଁକି କହିଲେ ପଙ୍କଜା ମୁଣ୍ଡେ…

ମୁମ୍ବାଇ, ୨୮।୯ : ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ବର୍ତ୍ତମାନ ଏହା...

୧୯୯୩ ନିର୍ଦ୍ଦେଶର ପୁନର୍ବିଚାର କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ୧୯୯୩ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ପୀଠ ବିଚାରପତିମାନଙ୍କ ନିଯୁକ୍ତି ଲାଗି କଲେଜିୟମ୍‌ ବ୍ୟବସ୍ଥା ଲାଗୁକରିବାକୁ ରାୟ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାର ପୁନର୍ବିଚାର କରିବାକୁ ସର୍ବୋଚ୍ଚ...

ଏଆଇଡିଏମକେ ଦଳର ହୋଡିଂ ପଡି ଯୁବତୀଙ୍କ ମୃତ୍ୟୁ

ଚେନ୍ନାଇ,୧୩।୯:ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଆଇଡିଏମକେ ଦଳର ଏକ ବିଜ୍ଞାପନ ହୋଡିଂ ଗଳି ପଡିବାରୁ ଜଣେ ୨୩ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଶୁବାଶ୍ରୀ...

Advertisement
Archives

Model This Week