Posted inଜାତୀୟ

ସିଏଏକୁ ବିରୋଧ କରି ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

ଚେନ୍ନାଇ,୨।୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ଥମିବାର ନାଁ ନେଉନି। ରବିବାର ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଦ୍ୱାରା ସିଏଏକୁ ବିରୋଧ କରି ଚେନ୍ନାଇଠାରେ ଏକ ଦସ୍ତଖତ ଅଭିଯାନ କରାଯାଇଛି। ଏହାକୁ ନେଇ ଷ୍ଟାଲିନ କହିଛନ୍ତି ଡିଏମ୍‌କେ ଓ ଏହାର ସହଯୋଗୀ ଦଳ ୨ ଫେବୃୟାରୀରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ ବିରୋଧ କରି ତାମିଲନାଡୁରେ ଦସ୍ତଖତ ଅଭିଯାନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଦସ୍ତଖତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସେ କହିଛନ୍ତି। ଏହାପରେ ସେ ଶନିବାର ଲୋକ ସଭାରେ ଉପସ୍ଥାପନ କରାଯାଇଥିବା ବଜେଟକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଚଳିତ ବଜେଟରେ ଗରିବ ଓ ପଛୁଆ ବର୍ଗଙ୍କ ପାଇଁ କୌଣସି ସୁବିଧା କରାଯାଇନାହିଁ। ଏଥିରେ ବେକାରୀ ସମସ୍ୟାର ସମାଧାନ ହେବନାହିଁ। ଏହା କେବଳ କୋଟିପତିଙ୍କୁ ସୁହାଇବା ଭଳି ବଜେଟ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି ମୋଦି: ସୋନିଆ…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତିି। ପୂର୍ବରୁ ଜାରି ହୋଇଥିତ୍ବା ସତର୍କ ସୂଚନାକୁ ଅଣଦେଖା...

ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୨।୬: ଜମ୍ମୁ-କାଶ୍ମୀରର ଶୋପିଆନ ଜିଲାରୁ ଜଣେ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀ ଜଣକ ଜାକିର ଅହମ୍ମଦ ଖାନ। ତାଙ୍କ ନିକଟରୁ ବନ୍ଧୁକ ଏବଂ ଅନ୍ୟାନ୍ୟ...

ଗାର୍ଗି କଲେଜ ଘଟଣାକୁ ନିନ୍ଦା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୨: ଆମ ଆଦମୀ ପାଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଟୁଇଟ୍‌ କରି ଗାର୍ଗି କଲେଜରେ ଛାତ୍ରୀଙ୍କୁ କରାଯାଇଥିବା ଦୁର୍ବବ୍ୟହାର ଘଟଣାର...

ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟରେ ବିଷ ପିଇ ଆତ୍ମହତ୍ୟା କଲେ ଅଭିଯୁକ୍ତ

ଜୟପୁର,୩୦।୭:ରାଜସ୍ଥାନର କୋଟାରେ ଜଣେ ଯୁବକ କୋର୍ଟଙ୍କ ଦଣ୍ଡାଦେଶ ଶୁଣିବା ମାତ୍ରେ ହିଁ ବିଷ ପିଇ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି...

୧୯ ବର୍ଷ ପରେ ଗୋଧ୍ରା ଦଙ୍ଗା ମୁଖ୍ୟ ଅଭିଯୁକ୍ତ ଗିରଫ

ବଡ଼ୋଦରା, ୧୭ା୨: ଗୁଜରାଟର ପଞ୍ଚମହଲ ଜିଲା ଗୋଧ୍ରା ରେଳ ଷ୍ଟେଶନରେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇବା ସହ ଦଙ୍ଗା ଭିଆଇଥିବା ରଫିକ୍‌ ହୁସେନ ଭଟୁକଙ୍କୁ ପୋଲିସ...

ଶୋପିଆନରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୪: ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟରେ ଗତି କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ନିଜ ମନ୍ଦ ବୁଦ୍ଧିରୁ ବାଦ୍‌ ପଡ଼ୁନାହାନ୍ତି।...

ଗୋଟିଏ ବାଲ୍ଟି ପାଣି ପାଇଁ ଗଲା ଜୀବନ

ଶ୍ରୀକାକୁଲମ, ୧୬।୭: ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ପାଣିର ଘୋର ଅଭାବ ଦେଖାଦେଇଛି। ପାଣିପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ...

ଏବେ ବ୍ୟାଙ୍କରୁ କରଜ ନେବା ହେବ ଶସ୍ତା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି କି ଏବେ ବ୍ୟାଙ୍କ ଗୁଡିକୁ ଅଗ୍ରୀମ ୭୦ହଜାର କୋଟି ଟଙ୍କା ପ୍ରଦାନ...

Advertisement
Archives

Model This Week