Posted inଜାତୀୟ

ସିଏଏକୁ ନେଇ ଭାଜପାର ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନ: ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସବୁଠାରୁ ବଡ ଜନ ସଚେତନତା ଅଭିଯାନ ରବିବାରଠାରୁ ଆରମ୍ଭ କରିଛି। ଲୋକମାନଙ୍କ ମଧ୍ୟରେ ଏହି ଆଇନକୁ ନେଇ ସଚେତନତା ସୃଷ୍ଟି କରିବା ଏହାର ପ୍ରଥମ ଲକ୍ଷ୍ୟ। ଏହି ଅଭିଯାନ ଜାନୁୟାରୀ ୧୫ରେ ସରିବ। ଲୋକମାନଙ୍କ ମଧ୍ୟରେ ସିଏଏକୁ ନେଇ ବିରୋଧୀ ଯେଉଁ ଭ୍ରମ ଧାରଣା ସୃଷ୍ଟି କରିଛନ୍ତି ତାକୁ ଦୂର କରିବାକୁ ଦଳର ବଡବଡ ନେତାମାନେ ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନରେ ସାମିଲ ହେବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗାଜିଆବାଦର ବୈଶାଳୀ ସେକ୍ଟରରେ ଓ ଲୋହିଆ ନଗରର ହିନ୍ଦ୍‌ ଭବନରେ ଏକ ଜନ ସମ୍ପର୍କ ରାଲିର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ୧୦ ଦିନ ମଧ୍ୟରେ ଭାଜପାର ବଡ ବଡ ନେତାମାନେ ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନ ମାଧ୍ୟମରେ ପ୍ରାୟ ୩ କୋଟି ଜନତାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଗାଈର ଜୀବନ ନେଲା ପ୍ଲାଷ୍ଟିକ

ଫରିଦାବାଦ୍‌,୪।୩ : ହରିୟାଣାର ପରିଦାବାଦରେ ପ୍ରାଣି ଚିକିତ୍ସକଙ୍କ ଏକ ଦଳ ଗର୍ଭବତୀ ଗାଈ ପେଟରୁ ୭୧ କିଲୋଗ୍ରାମ ଆବର୍ଜନା ବାହାର କରିଛି। ଗାଈ ପେଟରେ ପ୍ଲାଷ୍ଟିକ,...

ଧାରଣାରେ ବସିଲେ ଅଖିଳେଶ…

ଲକ୍ଷ୍ନୌ, ୧୯।୯ : ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ପାର୍ଟି ବିଧାୟକ ଏବଂ କର୍ମକର୍ତ୍ତାଙ୍କ ସହ ଦଳୀୟ କାର୍ଯ୍ୟାଳୟରୁ ବିଧାନ ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ...

ଜେଟଲୀଙ୍କ ଘରେ ପହଞ୍ଚିଲେ ମୋଦି: ପରିବାର ବର୍ଗଙ୍କୁ ଦେଲେ ସ୍ବାନ୍ତନା

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରି ମଙ୍ଗଳବାର ପୂର୍ବାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କୈଳାସ କଲୋନୀ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ...

ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କଲେ ବାଂଶୁରୀ

ନୂଆଦିଲ୍ଲୀ,୮।୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଝିଅ ବାଂଶୁରୀ ସ୍ବରାଜ ଗୁରୁବାର ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ ପିତା...

ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି; ୧୧ ପଡ଼ିଛି ଶୁଖିଲା

ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା...

ଶ୍ରୀନଗର ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଜମ୍ମୁ,୧୯ ।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ରାଜନୀତି ଓ ଟେରର ଫଣ୍ଡିଂ ନେଟୱର୍କକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ସୁରକ୍ଷାକର୍ମୀ ଲାଗି ପଡିଛନ୍ତି । ରବିବାର ସକାଳୁ ହରୱାନ...

ଅମରନାଥ ଯାତ୍ରା ବନ୍ଦ

ନୂଆଦିଲ୍ଲୀ,୨୧।୬: ଜମ୍ମୁ-କଶ୍ମୀର ପ୍ରଶାସନ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରି ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର...

ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ପିଡୋମିଟର ସଫ୍ଟଓ୍ବେରରେ ହେବ ମନିଟରିଂ

ଜୟପୁର,୬।୬: ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ରାଜସ୍ଥାନର କେତେକ ମେଡିକାଲ କଲେଜ୍‌ରେ ଶିକ୍ଷାର୍ଥୀଙ୍କ ମନିଟରିଂ ପିଡୋମିଟର ସଫ୍ଟଓ୍ବେର ଦ୍ୱାରା ସମ୍ପନ୍ନ ହେବ। ଏଥିରେ ଅଜମେର, ଯୋଧପୁର,...

Advertisement
Archives

Model This Week