ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ହେଉ

ପୁରୀ ଅଫିସ, ୧୨।୯: ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ନିର୍ମାଣ ପାଇଁ ଓଡ଼ିଶା ଯୁବ ଚେତନା ସଙ୍ଗଠନ ଦାବି କରିଛି। ଏ ନେଇ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଙ୍ଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି। ସେହିପରି ବୁଧବାର ଜିଲାପାଳ ବଲଓ୍ବନ୍ତ ସିଂଙ୍କୁ ଏ ସଂକ୍ରାନ୍ତ ଦାବିପତ୍ର ଦିଆଯାଇଛି। ଏଥିରେ ଉଲ୍ଲେଖ ହୋଇଛି, ମଠ ଓ ମନ୍ଦିର ଭଙ୍ଗାଯିବା ପରେ ପୁରୀରେ ସଂସ୍କୃତିର ଅବକ୍ଷୟ ସମ୍ଭାବନା ଅଧିକ। ସିଂହଦ୍ୱାର ସମ୍ମୁଖ ଏମାର ମଠ ଚକଡ଼ାରେ ଭଜନ କୀର୍ତ୍ତନ ହୋଇଥାଏ। ଶ୍ରୀକ୍ଷେତ୍ର କଳା ପ୍ରକାଶିକା, ହନୁମାନ ଜୟନ୍ତୀ, ଦେବ ଦୀପାବଳି, ବସନ୍ତ ଉତ୍ସବ ଭଳି ଅନେକ ଅନୁଷ୍ଠାନ ଭଜନ ସଙ୍ଗୀତ ପରିବେଷଣ କରିଥାନ୍ତି। ହେଲେ ଏବେ ମାଟିରେ ମିଶିଯାଇଛି ଏହି ଚକଡ଼ା। ତେଣୁ ପ୍ରତ୍ୟହ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ ପାଇଁ ସିଂହଦ୍ୱାର ସମ୍ମୁଖ କୌଣସି ସ୍ଥାନରେ ଏକ ମୁକ୍ତ ଭଜନ ମଣ୍ଡପ ତିଆରି କରାଯାଉ। ଉତ୍କଳୀୟ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ବିକାଶ ତଥା ସୁରକ୍ଷା ପାଇଁ ଓଡ଼ିଶୀ, ଛାନ୍ଦ, ଚମ୍ପୂ, ପାରମ୍ପରିକ ସଙ୍ଗୀତ, ନୃତ୍ୟ, ବାଦ୍ୟ ଓ ଖେଳ ସଙ୍ଗୀତ, ଜାଗା ଆଖଡ଼ା ସଙ୍ଗୀତ ନିମନ୍ତେ ସରକାର ପୁରୀରେ ଏକ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା କରନ୍ତୁ। ରଘୁନନ୍ଦନ ଲାଇବ୍ରେରି, ଭଜନମଣ୍ଡପ, ସଙ୍ଗୀତ, ନୃତ୍ୟ ଓ ଜଗନ୍ନାଥ ଚେତନା ପାଇଁ ରାଜ୍ୟର ଗବେଷକଙ୍କ ସମେତ ବୁଦ୍ଧିଜୀବୀ, ଖବରଦାତା, ସାହିତି୍ୟକ, ଗୀତିକାର, କଣ୍ଠଶିଳ୍ପୀ, ନୃତ୍ୟଗୁରୁମାନଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ମିଶ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri