ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ କରୁଛି ଭାଜପା: ଡି. ରାଜା

ଭୁବନେଶ୍ୱର,୧ା୭(ବ୍ୟୁରୋ) : ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଭାଜପା ଆକ୍ରମଣ କରୁଛି। ସମସ୍ତ ବିରୋଧୀ ଦଳ ଏହାର ପ୍ରତିରୋଧ କରିବାର ଆବଶ୍ୟକତା ରହିଛି। ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡିକର ଏକତା ଅଭାବ କାରଣରୁ ଏନ୍‌ଡିଏ ଲଗାତର ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେବାରେ ସଫଳ ହୋଇଛି। ଭୁବନେଶ୍ୱର ଗସ୍ତରେ ଥିବା ସିପିଆଇ ସମ୍ପାଦକ ତଥା ରାଜ୍ୟ ସଭା ସଦସ୍ୟ ଡି. ରାଜା ରବିବାର ଏହି କଥା କହିଛନ୍ତି।
ରାଜା କହିଛନ୍ତି, ଭାଜପା ନୂଆ ଭାରତ ନିର୍ମାଣ ନାମରେ ଆରଏସ୍‌ଏସ୍‌ର କାର୍ଯ୍ୟସୂଚୀ(ହିନ୍ଦୁ ରାଷ୍ଟ୍ର) ନିର୍ମାଣ କରିବାକୁ ଚାହଁୁଛି। ସମସ୍ତଙ୍କ ବିକାଶ(ସବ୍‌କା ବିକାଶ) କଥା ପ୍ରଧାନମନ୍ତ୍ରୀ କହୁଥିବାବେଳେ ଦେଶରେ ଭିଡଜନିତ ହତ୍ୟା ଓ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସମ୍ବିଧାନର ନିୟମାନୁଯାୟୀ ସମଗ୍ର ଦେଶ ଏବଂ ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ସମଗ୍ର ଦେଶ ଏବଂ ରାଜ୍ୟ ବିଧାନସଭାଗୁଡିକର ଏକକ ନିର୍ବାଚନ କରାଯିବା ପାଇଁ ପ୍ରୟାସ କରାଯାଉଛି, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ରାଜା କହିଛନ୍ତି। ସଦ୍ୟ ନିର୍ବାଚନ ସରିଛି, ହେଲେ ଏହି ସମୟରେ ଜମ୍ମୁ ଓ କଶ୍ମୀରରେ ଏକାଠି ଭୋଟ କରାଇଲେ ନାହିଁ। କଶ୍ମୀର ଏକ ରାଜନୈତିକ ସମସ୍ୟା, ଏହାକୁ ରାଜନୈତିକ ଢଙ୍ଗରେ ସମାଧାନ କରିବାର ଆବଶ୍ୟକତା ରହିଛି। ହେଲେ ଏହାକୁ କେବଳ ଆଇନଶୃଙ୍ଖଳାର ସମସ୍ୟା ଭଳି ଦେଖାଯାଉଛି। କେବଳ ସେନାବଳ ଦ୍ୱାରା ଏହାର ସମାଧାନ କରାଯାଇପାରେନା ବୋଲି ରାଜା ମତ ରଖିଛନ୍ତି। ସେହିଭଳି ମହିଳା ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ଭାଜପାକୁ ସିପିଆଇ ପକ୍ଷରୁ ସମାଲୋଚନା କରାଯାଇଛି। ଏମିତିକି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳା ସଶକ୍ତୀକରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଆମେରିକାର ଚାପ କାରଣରୁ ଭାରତ ଇରାନ୍‌ ଏବଂ ରୁଷ ସହ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉନାହିଁ ବୋଲି ରାଜା କହିଛନ୍ତି।
ସେହିପରି ନିକଟରେ ସରିଥିବା ରାଜ୍ୟ ସଭା ନିର୍ବାଚନକୁ ନେଇ ମଧ୍ୟ ରାଜା ବିଜେଡି-ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ପାଖରେ ସଂଖ୍ୟାଗରିଷ୍ଠ ସଦସ୍ୟ ଥାଇ ମଧ୍ୟ ଦଳ ଭାଜପାକୁ ଗୋଟିଏ ରାଜ୍ୟ ସଭା ଆସନ ଟେକିଦେଲା। ଏହା ରାଜ୍ୟର ଜନସାଧାରଣଙ୍କ ମତ ଏବଂ ରାଜ୍ୟ ବିଧାନସଭା ପ୍ରତି ଅପମାନ। ବିଜେଡିର ବହୁ ନେତା ଚିଟ୍‌ଫଣ୍ଡ ମହାଠକେଇରେ ସାମିଲ ଅଛନ୍ତି, ତେଣୁ ସେମାନେ ସିବିଆଇ ଭୟରେ ଏପରି କରିଥାଇ ପାରନ୍ତି ବୋଲି ରାଜା ଉଲ୍ଲେଖ କରିଛନ୍ତି। ସେହିପରି ବାମପନ୍ଥୀ ଆଦର୍ଶ ପ୍ରତି ଲୋକଙ୍କ ଯଥେଷ୍ଟ ଶ୍ରଦ୍ଧା ଥିଲେ ମଧ୍ୟ ତାହା ଭୋଟରେ ପ୍ରତିଫଳିତ ହୋଇପାରୁନାହିଁ। ଦଳ ପକ୍ଷରୁ ଏହାର ପର୍ଯ୍ୟାଲୋଚନାର ଆବଶ୍ୟକତା ରହିଛି। ଆସନ୍ତା ଜୁଲାଇ ୧୯ରୁ ୨୧ ପର୍ଯ୍ୟନ୍ତ ସିପିଆଇର ଜାତୀୟ ପରିଷଦ ବୈଠକରେ ଏହା ଉପରେ ଆଲୋଚନା ହେବା ନେଇ ରାଜା ସୂଚନା ଦେଇଛନ୍ତି। ଅପରପକ୍ଷରେ ଭାଜପା ଉପସଭାପତି ସମୀର ମହାନ୍ତି ଡି.ରାଜାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସମୀର କହିଛନ୍ତି ଯେ, ସାରା ଦେଶରେ ଭାଜପାର ଶକ୍ତି ବୃଦ୍ଧି ପାଇଛି। ଅନ୍ୟପଟେ ବାମପନ୍ଥୀମାନେ ଦିନକୁଦିନ ଆହୁରି ଦୁର୍ବଳ ହେବାରେ ଲାଗିଛନ୍ତି। ତେଣୁ ସେହି ଦଳର ନେତାମାନଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦେଇ ବକ୍ତବ୍ୟ ପ୍ରଦାନ କରିବାକୁ ଉଚିତ ମଣୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୧୩ ଜୀବନ ନେଲା କରୋନା, ୬୬୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୩ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ। ଅସିତ୍‌ ତ୍ରିପାଠୀଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ...

ନିଜେ ଟ୍ୟୁଶନ କରି ପଢ଼ା ଖର୍ଚ୍ଚ ତୁଲାଉଥିଲେ

କଟକ ଅଫିସ,୨୨ା୬: ଆମର ସମସ୍ତ ସ୍ବପ୍ନ ପୂରଣ ହେବ, ଯଦି ଆମେ ସେ ସ୍ବପ୍ନ ପଛରେ ସବୁବେଳେ ଧାଇଁବା… ଆମେରିକୀୟ ଉଦ୍ୟୋଗୀ, ସିନେ ପ୍ରଯୋଜକ ତଥା...

ଜେଲ ଗଲେ ଆଶୀର୍ବାଦ ବେହେରା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଶେଷରେ ଜେଲ୍‌ ଯିବାକୁ ପଡ଼ିଛି। ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ...

ଲିଙ୍ଗରାଜ ଭଳି ଆଉ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଅଣାଯାଉ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଭଳି ଅନ୍ୟ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ...

ଆଜି ରାଜଧାନୀରୁ ୧୬ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ରାଜଧାନୀରୁ ମଙ୍ଗଳବାର ପୁଣି ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା...

ରାଜ୍ୟରେ ବେଲଗାମ କରୋନା: ୩୦ ଜିଲାରୁ ଆଜି ଚିହ୍ନଟ ହେଲେ ଆଉ ୨,୯୯୩ ଆକ୍ରାନ୍ତ; ଜାଣନ୍ତୁ..

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଓଡ଼ିଶାରେ ବେଲଗାମ ହୋଇପଡ଼ିଛି କରୋନା। ରବିବାର ରାଜ୍ୟରେ ୨,୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧,୮୭୯ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧,୧୧୪ ଲୋକାଲ...

ନିଲମ୍ବନର ସାତ ଦିନ ପରେ କାର୍ଯ୍ୟରେ ଯୋଗ ଦେଲେ ବିଧାନସଭା ଡିସ୍‌ପେନ୍ସନାରୀ ମେଡିକାଲ ଅଫିସର

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ଭୂତାଣୁ(କୋଭିଡ-୧୯) ରୋଗୀ ଚିହ୍ନଟ ହେବା ପରେ ନିଲମ୍ବିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ବିଧାନସଭା ଜୋନାଲ ଡିସପେନ୍ସନାରୀ ମେଡିକାଲ ଅଫିସର ଲଳିତ...

Play 250+ Trending Games
Archives

Model This Week

Why Dharitri