ସାବୁନ କାରିଗର ସତ୍ୟବ୍ରତ: ପ୍ରସ୍ତୁତ କରୁଛନ୍ତି ଦେବଦେବୀ, ପଶୁପକ୍ଷୀଙ୍କ କଳାକୃତି

ଖୋର୍ଦ୍ଧା ଅଫିସ,୨୧ା୬: ଶରୀରର ସୌନ୍ଦର୍ଯ୍ୟ ଲାଗି ଆମେ ଭଳିକି ଭଳି ସାବୁନ ବ୍ୟବହାର କରିଥାଉ। ତେବେ ସାବୁନର ବ୍ୟବହାର କରାଯାଇ ଅତି ସୁନ୍ଦର ନିଖୁଣ କାରୁକାର୍ଯ୍ୟ କରାଯାଇପାରେ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ସତ୍ୟବ୍ରତ। ତୁଳସୀ ଦୁଇପତ୍ରରୁ ବାସିଲା ପରି କଳା ପ୍ରତି ଥିବା ଆଗ୍ରହ ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସତ୍ୟବ୍ରତ ସାବୁନରେ ବିଭିନ୍ନ ଦେବଦେବୀ ଯଥା ରାଧାକୃଷ୍ଣ, ଗଣେଶ, ସରସ୍ବତୀ, ଶିବପାର୍ବତୀ, ବୁଦ୍ଧ, ବିଭିନ୍ନ ପଶୁପକ୍ଷୀ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରୁଛନ୍ତି। ତାଙ୍କ ହାତର ଯାଦୁର ପଟ୍ଟାନ୍ତର ନାହିଁ। ସାବୁନରେ ସେ ବିଭିନ୍ନ କଳାକୃତିକୁ ଜୀବନ୍ତ ରୂପ ଦେଇଥାନ୍ତି । ଅଭାବ ଅନଟନ ସତ୍ତ୍ବେ ସେ ନିଜର କଳାକୃତି ଜାରି ରଖିଛନ୍ତି। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ସତ୍ୟବ୍ରତ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଚାଳଛପର ଘରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। ବର୍ଷା ହେଲେ ପାଣି ଗଳୁଛି। ତଥାପି ସେ ହାରି ଯାଇନାହାନ୍ତି। ସେହି ଘର ଏବେ ସାବୁନ କଳାର ଗନ୍ଥାଘର ପାଲଟିଛି। ତାଙ୍କ କଳାର ଯାଦୁ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଯିଏ ତାଙ୍କ ଠାରୁ ଥରେ କୌଣସି ଦେବଦେବୀଙ୍କ ସାବୁନ ପ୍ରତିମୂର୍ତ୍ତି ନେଇଛନ୍ତି, ସେ ତାଙ୍କ ନିଖୁଣ କାରୁକାର୍ଯ୍ୟକୁ ବେଶ୍‌ ପ୍ରଂଶସା କରୁଛନ୍ତି । ତେବେ ପ୍ରୋତ୍ସାହନ ଅଭାବରୁ ବଣମଲ୍ଲୀ ବଣରେ ଫୁଟି ମଉଳି ଗଲା ପରି ତାଙ୍କ ପ୍ରତିଭା ମଉଳିବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି କାର୍ଯ୍ୟରେ ନିମଗ୍ନ ରହିଥାନ୍ତି ସତ୍ୟବ୍ରତ। ସେ କୁହନ୍ତି, କୌଣସି ଦେବଦେବୀଙ୍କ ପ୍ରତିମୂର୍ତ୍ତି ଗଢ଼ିବା ବେଳେ ସେଥିରେ ଗଭୀର ମନ ନିବେଶ ଏବଂ ଅତ୍ୟନ୍ତ ନିଷ୍ଠା ପୂର୍ବକ କରିବାକୁ ପଡ଼େ।
ସତ୍ୟବ୍ରତ କୁହନ୍ତି, ପିଲା ବେଳୁ କଳା ପ୍ରତି ଆଗ୍ରହ ରହିଥିଲା। ତେବେ ଆର୍ଥିକ ଅନଟନ କାରଣରୁ ସେ ଉଚ୍ଚଶିକ୍ଷା ଲାଗି ଆଶା କରିଥିଲେ ମଧ୍ୟ ଆଗକୁ ବଢ଼ି ପାରି ନ ଥିଲେ। ମୂଲ ଲାଗିଲେ ପରିବାର ଚଳେ। ପେଟ ପାଟଣା ଲାଗି ୧୦ ବର୍ଷ ତଳେ ପ୍ରସ୍ତର ଶିଳ୍ପୀ ଗୁରୁ କଳ୍ପତରୁ ପଣ୍ଡାଙ୍କ ନିକଟରେ ପଥର କାରୁକାର୍ଯ୍ୟ କାମ କରିଥିଲେ। କାମରେ ଆଗ୍ରହ ଦେଖି ଗୁରୁ ମୋତେ ବହୁତ ସହଯୋଗ କରିଥିଲେ। ତାଙ୍କ ଆଶୀର୍ବାଦ ଓ ପ୍ରେରଣାରୁ ପଥରରେ କିପରି ନିଖୁଣ କାରୁକାର୍ଯ୍ୟ କରାଯିବ ଶିକ୍ଷା ଗ୍ରହଣ କରିଛି। ଏହି ସମୟରେ ଥରେ ଘରେ ଏକ ସାବୁନରେ ପ୍ରଥମେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥିଲି। ପ୍ରଥମେ ଏହାକୁ ସମ୍ପୂର୍ଣ୍ଣ ରୂପ ଦେବା ଲାଗି ୩ ଦିନ ଲାଗିଥିଲା। ସେଦିନର ପ୍ରଥମ କଳାକୃତି ମୋ’ ଜୀବନର ଗତିପଥ ପରିବତ୍ତର୍ନ କରିଦେଇଥିଲା। ପଥର କାରୁକାର୍ଯ୍ୟ ସହ ସାବୁନରେ ଧୀରେ ଧୀରେ ଗୋଟିଏ ପରେ କଳାକୃତି ପ୍ରସ୍ତୁତ କରିବାରେ ଲାଗିଲି। ଏହା ପରେ ଲୋକଙ୍କ ଦ୍ବାରା ଜନାଦୃତ ହେବା ପରେ ଏଥିପ୍ରତି ମୋର ଆଗ୍ରହ ବଢ଼ିଥିଲା। ଗୋଟିଏ ପ୍ରତିମୂର୍ତ୍ତି ପ୍ରସ୍ତୁତ ଲାଗି ପ୍ରାୟ ଦିନେ ଦୁଇଦିନ ଲାଗୁଛି। ତବେ ପରିଶ୍ରମ ତୁଳନାରେ ସେପରି ମଜୁରି ମିଳୁନାହିଁ। ୫୦ ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିର ଦାମ୍‌ ରହିଛି । ଗୋଟିଏ ପ୍ରତିମୂର୍ତ୍ତି ପ୍ରସ୍ତୁତ ଲାଗି ନିଖୁଣ କାରୁକାର୍ଯ୍ୟ କରିବାକୁ ପଡ଼େ। ସେ ତୁଳନାରେ ମୂଳ ଅନୁସାରେ ଟଙ୍କା ମିଳେ ନାହିଁ । ବର୍ତ୍ତମାନର ଆଧୁନିକ ତଥା ଚାକଚକ୍ୟ ଯୁଗରେ ଏହି କଳାର ବେଶ୍‌ ଆଦୃତ ହୋଇ ନ ଥିବାରୁ ଏହାକୁ ଅଧିକ ଦାମ୍‌ରେ କିଣିବାକୁ ଲୋକେ ନାପସନ୍ଦ କରୁଛନ୍ତି। ଫଳରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ କମ୍‌ ଦାମ୍‌ରେ ମଧ୍ୟ ଅନିଚ୍ଛା ସତ୍ତ୍ବେ ବିକ୍ରି କରିବାକୁ ପଡ଼େ।
ସତ୍ୟବ୍ରତ କୁହନ୍ତି, ଯଦିଓ ଏହି କଳା ହସ୍ତଶିଳ୍ପ ଯୋଜନାରେ ଆସୁନାହିଁ ତଥାପି ସରକାରୀସ୍ତରରେ ପ୍ରୋତ୍ସାହନ ମିଳିଲେ ଏହା ଜନାଦୃତ ହୋଇପାରିବ ବୋଲି ସେ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?