ସାବଧାନ! ସମୁଦ୍ରରେ ସ୍ନାନ କଲେ ହୋଇପାରେ ଏହିସବୁ ରୋଗ

ଅଧିକାଂଶ ଲୋକ ସମୁଦ୍ରରେ ସ୍ନାନ କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏହାଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ସେ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ତେବେ ଆସନ୍ତୁ ଜାଣିବା ସମୁଦ୍ରରେ ସ୍ନାନ କଲେ କେଉଁ ରୋଗରେ ଆକ୍ରାନ୍ତ ହେବାକୁ ପଡ଼େ। ଏକ ସର୍ବେକ୍ଷଣରୁ ଜଣାଯାଇଛି, ସମୁଦ୍ରରେ ସ୍ନାନ କରିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ଶରୀର ମଧ୍ୟରେ ରହିଥାନ୍ତି। ଫଳରେ ଏହା ଶରୀରରେ କ୍ଷତି ପହଞ୍ଚାଇଥାନ୍ତି। ଯେଉଁମାନେ ସମୁଦ୍ରରେ ସ୍ନାନ କରିଥାନ୍ତି ସେମାନଙ୍କୁ ଚର୍ମରୋଗ, ପେଟରୋଗ, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏକ ତଥ୍ୟରୁ ପ୍ରକାଶ ଯେ, ସମୁଦ୍ରରେ ସ୍ନାନ କରିବା ପୂର୍ବରୁ ଶରୀରରୁ ଯେତିକି ବ୍ୟାକ୍ଟେରିଆ ବାହାରି ଯାଇଥାନ୍ତି ସ୍ନାନ ସମୟରେ ତା’ଠୁ ଢେର ଅଧିକ ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରିଥାନ୍ତି। ସମୁଦ୍ରରେ ବାୟବ୍ରିୟୋ ନାମକ ବ୍ୟାକ୍ଟେରିଆ ରହିଥାଏ। ଏହି ବ୍ୟାକ୍ଟେରିଆ ଦ୍ରୁତ ଗତିରେ ଶରୀରରେ ପ୍ରବେଶ କରି ସଂକ୍ରମିତ କରାଇଥାଏ। ଫଳରେ ଚର୍ମରୋଗ ଦେଖାଦେଇଥାଏ। ସି-ଫୁଡ୍‌ ଜନିତ ରୋଗର ମୁଖ୍ୟ କାରଣ ହେଉଛି ଏହି ବ୍ୟାକ୍ଟେରିଆ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ମଟନ୍‌, ଚିକେନ୍‌ ଠାରୁ ସ୍ବାସ୍ଥ୍ୟକର ଏହିସବୁ ପରିବା: ସ୍ବାଦ ବି ଭାରି ବଢ଼ିଆ

ପନିପରିବାରେ ପ୍ରୋଟିନ ଏବଂ ଅନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। ହେଲେ ଏମିତି କିଛି ପନିପରିବା ଅଛି, ଯେଉଁଥିରେ ଭିଟାମିନ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ତାହା...

ଏହାକୁ ଖାଇଲେ ବଦଳିଯାଏ ଜୀବନ

ଜୀବନରେ ପ୍ରାୟ ସମସ୍ତେ ଖୁସିରେ ରହିବାକୁ ଚାହିଁଥା’ନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। କାରଣ ଖୁସିର ସମ୍ବନ୍ଧ ସିଧା ହର୍ମୋନ ସହିତ...

ଗରମ ଚା’ ପିଉଛନ୍ତି କି? ଏପରି କରିବା ଦ୍ୱାରା ବୃଦ୍ଧିପାଏ ଖାଦ୍ୟନଳୀ କ୍ୟାନ୍‌ସର ଆଶଙ୍କା

ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ...

ପିଲା ରହିବେ ଫିଟ୍‌

ପିଲାମାନଙ୍କଠାରେ ସାଧାରଣତଃ ଏଣେ ତେଣେ ହାତ ମାରିବା, ଯେକୌଣସି ଜିନିଷ ପାଟିରେ ପୂରାଇବା, ପାଣିରେ ଓଦା ହେବା ଭଳି ବିଭିନ୍ନ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଦେଖା...

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଅଖରୋଟ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ସଦ୍ୟତମ ଗବେଷଣାରୁ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ରସ

ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ ଅଁଳା ବ୍ୟବହାର କରାଯାଉଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌...

ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ...

Play 250+ Trending Games
Archives

Model This Week

Why Dharitri