ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !

ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍‌ କଲ୍‌ ଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ ଆଖିପିଛୁଳାକେ ଆପଣଙ୍କ ବ୍ୟାଙ୍କ ଖାତା ଶୂନ ହୋଇଯିବ। ଝାଡ଼ଖଣ୍ଡର ଜାମତାରା ଜିଲାରେ ବହୁ ଲୋକ ଏଭଳି ସାଇବର ଅପରାଧ ସହିତ ଜଡ଼ିତ। ମୈଥିଳି ଭାଷାରେ ଏହି ଜିଲାର ନାମର ଅନୁବାଦ ସାପମାନଙ୍କ ଘର ବୋଲି ଲୋକେ କହିଥାନ୍ତି। ସାପପରି ଏଠାକାର ବାସିନ୍ଦା ମଧ୍ୟ ଭୟଙ୍କର। ସେମାନେ ବିଭିନ୍ନ ମୋବାଇଲ୍‌ ଗ୍ରାହକଙ୍କ ଫୋନ୍‌କୁ ଫେକ୍‌ କଲ୍‌ କରି ସେମାନଙ୍କଠାରୁ ବ୍ୟାଙ୍କ ଖାତା ସମ୍ପର୍କିତ ସୂଚନା ହାସଲ କରିଥାନ୍ତି। ଏହାପରେ ଖାତାରେ ଜମା ଟଙ୍କା ପରିମାଣ ଶୂନ ହୋଇଯାଇଥାଏ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମାତ୍ର କେଇ ମିନିଟ୍‌ ମଧ୍ୟରେ କାଙ୍ଗାଳ ପାଲଟି ଯାଇଥାନ୍ତି। ଜାମତାରା ଅଞ୍ଚଳର ବହୁ ଲୋକଙ୍କ ବିରୋଧରେ ସାଇବର ଆପରାଧିକ ମାମଲା ରହିଛି। କେତେକ ଜେଲ୍‌ରେ ମଧ୍ୟ ରହିଛନ୍ତି। ଏହି ଅଞ୍ଚଳର ଲୋକେ ସାଇବର ଅପରାଧକୁ କାହିଁ ବେଶି ପସନ୍ଦ କରିଥାନ୍ତି ତାହାର ରହସ୍ୟ ଏବେ ମଧ୍ୟ ଅଜଣା ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ କଟକଣା ହ୍ରାସ ସତ୍ତ୍ୱେ ଦୋକାନ ଖୋଲିବାକୁ ବ୍ୟବସାୟୀ ନାରାଜ

ଶ୍ରୀନଗର,୬-୯:ଭାରତ କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ହଜାର ହଜାର ସଂଖ୍ୟକ ଅତିରିକ୍ତ ସାମରିକ ବଳ ମୁତୟନ ଓ ବହୁ ନେତାଙ୍କୁ ଗୃହବନ୍ଦୀ କରିବାର ମାସକ ପରେ...

ଧର୍ମାନୁଷ୍ଠାନରୁ ହଟିଲା ୪୬ ହଜାର ବେଆଇନ ଲାଉଡ୍‌ସ୍ପିକର

ଲକ୍ଷ୍ନୌ,୩୦ା୪: ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୪୬ ହଜାର ଲାଉଡ ସ୍ପିକରକୁ ଧାର୍ମିକ ସ୍ଥାନରେ ବିନା ଅନୁମତିରେ ହଟାଇ ଦିଆଯାଇଛି। ଆଇନ ଅନୁଯାୟୀ ଲଗାଯାଇଥିବା ପ୍ରାୟ ୫୯...

‘ଉପକୂଳରେ ମାଟି ତଳେ ବିଦ୍ୟୁତ୍‌ ତାର ବିଛାଅ’

ନୂଆଦିଲ୍ଲୀ, ୯।୧୨: ବନ୍ୟା, ବାତ୍ୟା ପ୍ରଭାବିତ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ଲାଗି ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦ ଗୁରୁବାର...

ରୋଡ଼ ସାଇଡ୍‌ ଢାବାରେ ରୋଷେଇ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ବୀରଭୂମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ...

ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ ଡାକିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତା ବଢାଇଛି। ତେବେ ଏହାକୁ...

ପ୍ରେମ ନିବେଦନ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚକଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକାକୁ ଗୋଲାପ ଫୁଲ ଦେଇ ଅଧିକାଂଶ ଲୋକ ପ୍ରେମ ନିବେଦନ କରିଥାନ୍ତି। ଆଉ କେତେକ ଲୋକ ଏହାଠାରୁ କିଛି ଭିନ୍ନ କରିବାକୁ ଚାହିଁଥାନ୍ତି। ସେମିତି ଜଣେ...

୧୧ ହଜାର ମୁହାଁ ସକ୍ରିୟ ମାମଲା, ୩୨ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ନିୟମ ଉଲ୍ଲଂଘନ ସମ୍ପର୍କରେ ଅଜଣା ଥିଲା ଏଫ୍‌ଆଇପିବି

ନୂଆଦିଲ୍ଲୀ,୨୪।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ନିୟମ ଉଲ୍ଲଂଘନ ସମ୍ପର୍କରେ ଏଫ୍‌ଆଇପିବି ଅଜଣା ରହିଥିଲା। ଏନେଇ ତତ୍କାଳୀନ ଏଫ୍‌ଆଇପିବି ଅଧ୍ୟକ୍ଷ ସୁବ୍ବା ରାଓ ବୟାନ ଦେଇଛନ୍ତି। ସୁବ୍ବା...

Advertisement
Archives

Model This Week