ସାବଧାନ! ଏସବୁ ଖରାପ ଅଭ୍ୟାସ ପାଇଁ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଲୋକେ ମୋଟା ହୁଅନ୍ତି ତାହା ନୁହେଁ। ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା ହୋଇଯାଇଥାନ୍ତି। ଯାହା ପ୍ରତି ଆଦୌ ଧ୍ୟାନ ନ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସୋସିଆଲ ମିଡିଆ:
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ମୋବାଇଲ ଦେଖିବା ମୋଟା ହେବାର ମୁଖ୍ୟ କାରଣ। ଏହା ବ୍ୟତୀତ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହିଲେ ମଧ୍ୟ ମୋଟା ହେବାର ସମ୍ଭାବନା ବଢ଼ିଥାଏ। ରାତିରେ ନ ଶୋଇ ମୋବାଇଲ୍‌ରେ ଦୀର୍ଘ ସମୟ ଚାଟିଂ କଲେ ନିଦ ଆସି ନ ଥାଏ। ଫଳରେ ଶରୀରରେ ମେଟାବୋଲିଜିମ୍‌ ଖରାପ ହୋଇ ଫ୍ୟାଟ୍‌ ବଢ଼ାଇଦିଏ।

ଟିଭି ଦେଖି ଖାଦ୍ୟ ଖାଇବା:
ଅଧିକାଂଶ ଲୋକ ଖାଇବା ସମୟରେ ଟିଭି ଦେଖିଥାନ୍ତି। ଟିଭିରେ ଏତେ ନିମଗ୍ନ ହୋଇଯାନ୍ତି ଯେ, ଖାଇବା ଶେଷ ହୋଇଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ବସି ରହିଥାନ୍ତି। ଫଳରେ ବସି ରହିବାରୁ ପେଟରେ ଚର୍ବି ବଢ଼ିଯାଏ। ତେଣୁ ଖାଇବାର କିଛି ସମୟ ପରେ ନ ବସି ୧୫/୨୦ ମିନିଟ୍‌ ଚଲାବୁଲା କରିବା ଉଚିତ୍‌।

ପ୍ଲାଷ୍ଟିକ୍‌ ବାସନରେ ଖାଇବା:

ଆଜିକାଲି ଲୋକେ ଖାଇବା ସମୟରେ ପ୍ଲାଷ୍ଟିକ୍‌ ପ୍ଲେଟ୍‌, ବୋତଲ ଆଦି ବ୍ୟବହାର କରୁଛନ୍ତି। ଏହା ମଧ୍ୟ ମୋଟା ହେବାର ଆଉ ଏକ କାରଣ। ଏତଦ୍‌ବ୍ୟତୀତ ପ୍ଲାଷ୍ଟିକ୍‌ ସାମଗ୍ରୀ ଯୋଗୁ ଅନ୍ୟାନ୍ୟ ରୋଗ ବଢ଼ିଯାଉଛି। ପ୍ଲାଷ୍ଟିକ୍‌ରେ ଟକ୍‌ସିନ୍‌ସ ନାମକ ଏକ ପଦାର୍ଥ ରହିଥାଏ। ଯାହା ଶରୀରରେ ହର୍ମୋନାଲ ଅସନ୍ତୁଳନର କାରଣ ହୋଇଥାଏ। ଏଥିଯୋଗୁ ମେଦବହୁଳତା ବୃଦ୍ଧି ହୋଇଥାଏ। ତେଣୁ ପ୍ଲାଷ୍ଟିକ୍‌ ବାସନରୁ ଦୂରେଇ ରହିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁ-ଶନିଙ୍କ ନବପଞ୍ଚମ ଯୋଗ: ପହିଲାରୁ ଖୋଲିଲା ୫ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଓ ଶନି ଗ୍ରହଙ୍କ ମଧ୍ୟରେ ଏକ ଶୁଭ ଯୋଗ ସୃଷ୍ଟି ହୋଇଛି। ଗୁରୁ ଓ ଶନି ୧୨୦ ଡିଗ୍ରୀରେ ଅବସ୍ଥିତ ହୋଇ…

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ…

ସାବଧାନ! ଆଜିଠୁ ବଦଳିଲା ୭ ବଡ଼ ନିୟମ: କ’ଣ ମହଙ୍ଗା, କ’ଣ ହେଲା ଶସ୍ତା, ଜାଣନ୍ତୁ…

ନୂଆଦିଲ୍ଲୀ, ୧।୯: ସେପ୍ଟେମ୍ବର ୧ ତାରିଖରୁ କେବଳ କ୍ୟାଲେଣ୍ଡରର ପୃଷ୍ଠା ବଦଳିନାହିଁ, ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ସହ ଜଡ଼ିତ ଅନେକ ନିୟମ ଓ ଦରରେ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୋଦି ବିଦେଶରୁ ଜାରି କରିଛନ୍ତି ନୂଆ ଭିଡ଼ିଓ, ସୁନା କ୍ରୟ ସହ ବିଦେଶ ଯାତ୍ରା ଉପରେ ଦେଲେ ବଡ଼ ପରାମର୍ଶ

ବିଶକେକ/ନୂଆଦିଲ୍ଲୀ,୧।୯: ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଜୋରଦାର ଚର୍ଚ୍ଚା, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ

ଭୁବନେଶ୍ବର,୧।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି…

ପତ୍ନୀଙ୍କ ନାମ ନେବାରୁ ରାଗିଲେ ଆମେରିକାର ଉପରାଷ୍ଟ୍ରପତି ଭାନ୍ସ, ହେଲେ କାହିଁକି? ଜାଣନ୍ତୁ…

ଓ୍ବାଶିଂଟନ,୧।୯: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମିଶିଗନର ଡେମୋକ୍ରାଟିକ ସିନେଟ ପ୍ରାର୍ଥୀ ଅବଦୁଲ ଏଲ-ସାୟଦଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଏକ ପ୍ରଚାର ରାଲିରେ ଭାଷଣ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri