ସାପ କାମୁଡ଼ାରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ: ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

କେନ୍ଦୁଝର, ୧୯ା୮ (ସ୍ବ.ପ୍ର.)-ସଦର ବ୍ଲକ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଛି ା ଏଭଳି ଅଭିଯୋଗ ପରିବାର ଲୋକ ତଥା ଅଙ୍ଗନଓ୍ବାଡ଼ି ସଂଘ ପକ୍ଷରୁ କରାଯାଇଛି ା ମୃତ ମହିଳାଙ୍କ ନାମ କାମିନୀ ମୁଣ୍ଡା (୩୧)। ତାଙ୍କ ଘର ବାଙ୍କମାରୁଣୀ ଗ୍ରାମରେ। ଏହି ଘଟଣାକୁ ନେଇ କର୍ମୀ ମାନେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଘେରାଉ କରିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ା ଏହି ଘଟଣାକୁ ନେଇ ବୈଶାଖୁ ପଳାଶପଙ୍ଗା ଫାଣ୍ଡିରେ ଲିଖିତ ଏତଲା ଦେଇଥିବା ଜଣାପଡିଛି। ପୋଲିସ ଘଟଣାର ଅଧିକ ଅନୁସନ୍ଧାନ କରୁଥିବା ବେଳେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ପ୍ରକାଶ ଯେ ଶୁକ୍ରବାର ରାତିରେ କାମିନୀ ତାଙ୍କ ସ୍ବାମୀ ବୈଶାଖୁ ମୁଣ୍ଡାଙ୍କ ସହିତ ଘରୁ ପଦାକୁ ବାହାରିଥିବା ବେଳେ ବର୍ଷାପାଗରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଘରକୁ ଫେରିବା ପରେ କାମିନୀଙ୍କ ମୁଣ୍ଡ ବୁଲାଇଥିଲା। ତାଙ୍କ ସ୍ବାମୀ ତାଙ୍କୁ ସ୍ଥାନୀୟ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ା ସେଠାରେ ତାଙ୍କୁ ଜଣେ ଡାକ୍ତର ଆଡମିଶନ କରିଥିଲେ। ପରେ କିଛି ହୋଇ ନାହିଁ ବୋଲି କହି କିଛି ଔଷଧ ଦେଇ ଘରକୁ ପଠାଇଦେଇଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ମୁଣ୍ଡ ବିନ୍ଧା ଅସହ୍ୟ ହୋଇ ଗୁରୁତର ହୋଇ ପଡିବାରୁ ଏକ ଗାଡି କରି କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ତାଙ୍କ ସ୍ବାମୀ ନେଇଥିଲେ ା ସେଠାରେ ଡାକ୍ତର ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଶନିବାର ପଳାଶପଙ୍ଗା ଫାଣ୍ଡି ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସେଠାରେ ଚିକିତ୍ସା କରିଥିବା ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନ ପଠାଇ ଘରକୁ ପଠାଇଦେବାରୁ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ତେବେ ବିଳମ୍ବରେ ଜିଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା ବୋଲି ବିଏମସି ସମ୍ପାଦକ ଡାକ୍ତର ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଦାନବାକ୍ସ ତାଡ଼ି ଚୋରି: ପୋଲିସର ତଦନ୍ତ ଜାରି

ବଡ଼ବିଲ,୯।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଟାଉନ ଫାଣ୍ଡି ନଂ. ୧ ସମ୍ମୁଖ ହରିହର ମନ୍ଦିର ପରିସରରେ ଥିବା ଦାନ ବାକ୍ସକୁ କେହି...

ମଣ୍ଡପ ବୁଲି ବିଶ୍ୱକର୍ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ରବିବାର ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଛି। ବିଶେଷକରି ବିଦ୍ୟୁତ୍‌ ବିଭାଗ, ସରକାରୀ ଏବଂ ଘରୋଇ ବସ ସଂଘ, ଟ୍ୟାକ୍ସି,...

ମାସ୍କ ନ ପିନ୍ଧି କରୁଥିଲେ ସଉଦା: ୬୦ଜଣ ଗଣିଲେ ୧୨ ହଜାର ଟଙ୍କା ଜରିମାନା

ବିଜେପୁର, ୨୧।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବାହାରକୁ ବାହାରିବା ସମୟରେ...

ବ୍ୟାଗ୍‌ରୁ ମିଳିଲା ନବଜାତ ଶିଶୁ

ରାଉରକେଲା ଅଫିସ,୧୯ା୯:ରାଉରକେଲା ସେକ୍ଟର-୭ ପୋଲିସ ଶନିବାର ମୁଣ୍ଡାରୀ ବସ୍ତିର ଅଳିଆଗଦାରେ ପଡିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି। ଖବର ପାଇ ପୋଲିସ ଉକ୍ତ...

ବୁଗୁଡା ଏନ୍‌ଏସିରେ ଥର୍ମାଲ ସ୍କ୍ରିନିଂ ଜୋରଦାର

ବୁଗୁଡା,୧୦।୭(ଡି.ଏନ୍‌. ଏ.): ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବୁଗୁଡ଼ା ଏନ୍‌ଏସିର ବିଭିନ୍ନ ସାହିରେ ଥର୍ମାଲ ସ୍କ୍ରିନିଂ ଜୋରଦାର ଚାଲିଛି। ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ...

ରାୟଗଡ଼ା: ୟୁନିୟନ ବୋର୍ଡରୁ ପୌର ପରିଷଦ

ରାୟଗଡ଼ା ପୌର ପରିଷଦ ୫୨ବର୍ଷରେ ପଦାର୍ପଣ କରିଛି। ୧୯୭୧ ଜାନୁୟାରୀ ୧୫ରେ ରାୟଗଡ଼ା ପୌର ପରିଷଦ ଭାବେ ଘୋଷଣା ହୋଇଥିଲାା ହେଲେ ଦେଶ ସ୍ବାଧୀନ ହେବା...

ତୈଳ ଦରବୃଦ୍ଧି ପ୍ରତିବାଦ: ୧୬ନଂ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା ଅଫିସ,୧୫।୭: ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ଓଡିଶାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ...

ଯାତନା ଭୋଗୁଛନ୍ତି ଯାତ୍ରୀ

ବଇଣ୍ଡା,୭ା୧୦: କରୋନାକୁ ଆଳ କରି ଯାତ୍ରୀ ପରିବହନରେ ଅବହେଳା କରୁଛି ରେଳବାଇ। ପୂର୍ବାପେକ୍ଷା କମ୍‌ ଟ୍ରେନ୍‌ ଚଳାଯାଉଥିବା ବେଳେ ଅନେକର ରହଣିସ୍ଥଳରେ ପରିବର୍ତ୍ତନ କରାଯାଇଛି। ଫଳରେ ରାଜ୍ୟ...

Advertisement
Archives

Model This Week