Posted inଖେଳ

ସାନିଆ, ଶ୍ରୀକାନ୍ତଙ୍କ ବିଦାୟ, କ୍ୱାର୍ଟରରେ ପ୍ରଣୀଥ

ବ୍ୟାଙ୍କକ୍‌,୧।୮(ପିଟି)- ଦେଶର ଅଗ୍ରଣୀ ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ପରାଜୟ ସହ ବିଦାୟ ନେଇଛନ୍ତି। କିନ୍ତୁ ବି. ସାଇ ପ୍ରଣୀଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇ ମାସ ପରେ କୋର୍ଟକୁ ଫେରିଥିବା ୭ମ ସିଡ୍‌ ସାଇନା ୨୧-୧୬, ୧୧-୨୧, ୧୪-୨୧ ଗେମ୍‌ରେ ଜାପାନର ସାୟାକା ତାକାହାସିଙ୍କଠାରୁ ପରାସ୍ତ ହୋଇଛନ୍ତି। ପି.ଭି. ସିନ୍ଧୁଙ୍କ ଅନୁପସ୍ଥିତିରେ ସାଇନାଙ୍କ ପରାଜୟ ସହ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ୫ମ ସିଡ୍‌ ଶ୍ରୀକାନ୍ତ ପ୍ରଥମ ଗେମ୍‌ ଜିତିବା ପରେ ମଧ୍ୟ ମ୍ୟାଚ୍‌ ହାତେଇବାରେ ବିଫଳ ହୋଇଥିଲେ। ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଭାରତୀୟ ଖେଳାଳି ୨୧-୧୧, ୧୬-୨୧, ୧୨-୨୧ ବ୍ୟବଧାନରେ ଥାଇଲାଣ୍ଡର ଖୋସିତ୍‌ ଫେତପ୍ରଦାବଙ୍କଠାରୁ ପରାଜୟ ବରଣ କରିଛନ୍ତି। ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ପ୍ରଣୀଥ ୨୧-୧୮, ୨୧-୧୯ ଗେମ୍‌ରେ ସାଙ୍ଗ ଖେଳାଳି ଶୁଭଙ୍କର ଦେଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେ ପରବର୍ତ୍ତୀ ମ୍ୟାଚ୍‌ରେ ୭ମ ସିଡ୍‌ ଜାପାନର କେଣ୍ଟା ସୁନେୟାମାଙ୍କ ସହ ମୁକାବିଲା କରିବେ। ସେହିଭଳି ପୁରୁଷ ଡବଲ୍ସ ବର୍ଗରେ ଭାରତକୁ ଖୁସି ଖବର ମିଳିଛି। ସାତ୍ତ୍ୱିକସାଇରାଜ ରାନ୍‌କୀରେଡ୍ଡୀ ଓ ଚିରାଗ ଶେଟିଙ୍କ ଯୋଡ଼ି ୨୧-୧୭, ୨୧-୧୯ ଗେମ୍‌ରେ ଇଣ୍ଡୋନେସିଆର ଫାଜାର ଆଫିଆନ ଓ ମହମ୍ମଦ ରିଆନ ଆଡ୍ରିଆଣ୍ଟୋଙ୍କୁ ହରାଇ ଅନ୍ତିମ ୮ରେ ପ୍ରବେଶ କରିଛନ୍ତି। ଏହି ଭାରତୀୟ ଯୋଡ଼ି କୋରିଆର ଚୋଇ ସୋଲଗ୍ୟ ଓ ସେଓ ସୁଙ୍ଗ ଜେଙ୍କଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ: ଭାରତର ବିଜୟ ଅଭିଯାନ

କାନବେରା, ୫।୧୨(ପି.ଟି.)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ...

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭...

ରୋନାଲ୍ଡିନୋଙ୍କୁ ଜେଲରୁ ବାହାର କରିବା ପାଇଁ ମେସି ଖର୍ଚ୍ଚ କଲେ ୨୯ କୋଟି ଟଙ୍କା

ବାର୍ସିଲୋନା,୧୪।୩- କାସିନୋ ମାଲିକଙ୍କ ଆମନ୍ତ୍ରଣରେ ପୂର୍ବତନ ବ୍ରାଜିଲ ଓ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ ପାସପୋର୍ଟ ସହ ପାରାଗୁଏ ଗସ୍ତ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍‌...

ଓ୍ବିମ୍ବେଲଡନ ଟେନିସ: ବାର୍ଟି ନୂଆ ଚାମ୍ପିୟନ

ଲଣ୍ଡନ, ୧୧।୭: ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ନୂଆ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ବାର୍ଟି ଚେକ୍‌...

ରାଗରେ ଜମି ବିକି ଦେଶ ଛାଡ଼ିଥିଲେ: ଏବେ ଏହି ଟିମ୍‌ରୁ ଖେଳି ପ୍ରତିଶୋଧ ନେବାର ପ୍ରସ୍ତୁତି ଚଳାଇଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୧୧: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ସହ ଜଡ଼ିତ ଏଭଳି କିଛି କାହାଣୀ ଅଛି, ଯାହା ଭୁଲି ହୁଏନା। ଅନେକ କ୍ରିକେଟର ଜନ୍ମଗ୍ରହଣ କରିବା ସତ୍ତ୍ୱେ ଦେଶ ଛାଡ଼ି...

ଷ୍ଟାର୍କଙ୍କ ବୀମା ରାଶି ବିବାଦର ସମାଧାନ

ମେଲବୋର୍ନ, ୧୧ା୮ (ପି.ଟି.)-ଅଷ୍ଟ୍ରେଲିଆର ଷ୍ଟାର୍‌ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ବୀମା ରାଶିକୁ ନେଇ ହୋଇଥିବା ବିବାଦର ସମାଧାନ ହୋଇଛି। ୨୦୧୮ରେ ଏକ ଇଞ୍ଜୁରି ପାଇଁ...

ଏଟିପି ଫାଇନାଲ୍ସ: ନାଡାଲ, ଜୋକୋଭିଚ୍‌ ସେମିରେ

ଲଣ୍ଡନ,୨୧।୧୧(ଏପି): ଏଠାରେ ଚାଲିଥିବା ବର୍ଷ ଶେଷର ହାଇପ୍ରୋଫାଇଲ ଟେନିସ ଟୁର୍ନାମେଣ୍ଟ ଏଟିପି ଫାଇନାଲ୍ସରେ ସ୍ପେନ୍‌ ଟେନିସ ତାରକା ରାଫାଲ ନାଡାଲ ଗତ ୫ ବର୍ଷ ମଧ୍ୟରେ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୧ (ସ୍ପୋର୍ଟ୍ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶା ଦଳ ବ୍ରୋଞ୍ଜ...

Advertisement
Ten Cric Info


Archives

Model This Week